Greetings: ଗ୍ରିଟିଂସ୍‌: କାର୍ଡ ନୁହେଁ, ଥିଲା ‘ସ୍ମୃତିପସରା’

Advertisment

ନୂଆବର୍ଷ ଆସିଲେ ଏମିତି ଅନେକ ମନର କଥାକୁ ଗ୍ରିଟିଂସ୍‌କାର୍ଡରେ ଲେଖି ସାଙ୍ଗମାନଙ୍କୁ ଦିଆଯାଉଥିଲା। ଏଥିସହ ସାରା ବର୍ଷର ରାଗ ଅଭିମାନ ସେଇଠି ମିଳେଇ ଯାଉଥିଲା।  ଗ୍ରିଟିଂସ୍‌ ବେଶୀ...

ନୂଆବର୍ଷ ଆସିଲେ ଏମିତି ଅନେକ ମନର କଥାକୁ ଗ୍ରିଟିଂସ୍‌କାର୍ଡରେ ଲେଖି ସାଙ୍ଗମାନଙ୍କୁ ଦିଆଯାଉଥିଲା। ଏଥିସହ ସାରା ବର୍ଷର ରାଗ ଅଭିମାନ ସେଇଠି ମିଳେଇ ଯାଉଥିଲା।  ଗ୍ରିଟିଂସ୍‌ ବେଶୀ...

Untitled-4

ଟେବୁଲୁ ଉପରେ ଟମାଟୋ ଖଟା..., 
ସାଙ୍ଗକୁ ମୋର ଟାଟା...। 
ଗୋଲାପ ଗଛରେ ବହୁତ କଣ୍ଟା... 
ମନେ ପକାଉଥିବୁ ଘଣ୍ଟାକୁ ଘଣ୍ଟା...। 
ଏମିତିକା ସବୁ ବାର୍ତ୍ତା ଶୁଣିଲେ ୯୦ ଦଶକ କଥା ମନେ ପଡ଼ିଯାଉଥିବ ନିଶ୍ଚୟ। ନୂଆବର୍ଷ ଆସିଲେ ଏମିତି ଅନେକ ମନର କଥାକୁ ଗ୍ରିଟିଂସ୍‌କାର୍ଡରେ ଲେଖି ସାଙ୍ଗମାନଙ୍କୁ ଦିଆଯାଉଥିଲା। ଏଥିସହ ସାରା ବର୍ଷର ରାଗ ଅଭିମାନ ସେଇଠି ମିଳେଇ ଯାଉଥିଲା।  ଗ୍ରିଟିଂସ୍‌ ବେଶୀ ଦାମୀ ନଥିଲେ ବି ବନ୍ଧୁଟିଏ ଅନ୍ତର କଥାକୁ ଲେଖି ନିଜ ପ୍ରିୟ ବନ୍ଧୁଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଥିଲା। ଏହି ଗ୍ରିଟିଂସ୍‌ କେତେବେଳେ ବନ୍ଧୁତ୍ବକୁ ଘନିଷ୍ଠ କରୁଥିଲା ତ ପୁଣି କେବେ ଝଗଡ଼ାକୁ ତୁଟାଉଥିଲା। ପୁଣି ପ୍ରଥମ ପ୍ରେମର ପରିପ୍ରକାଶ ହେଉଥିଲା ଏହି ଗ୍ରିଟିଂସ୍‌ମାଧ୍ୟମରେ। ଗ୍ରିଟିଂସ୍‌ରେ ବିଭିନ୍ନ ଭଗବାନଙ୍କ ଫଟୋ ସହ ସେହି ସମୟର ଚର୍ଚ୍ଚିତ ହିରୋ/ହିରୋଇନ୍‌, ଗୋଲାପଠାରୁ ଆରମ୍ଭ କରି ଫୁଲତୋଡ଼ା ଆଦି ବିଭିନ୍ନ ଫଟୋ ସ୍ଥାନ ପାଉଥିଲା। ଧୀରେଧୀରେ ବିଭିନ୍ନ ଫୋଲ୍ଡିଂ ଓ ମ୍ୟୁଜିକ୍‌ଥିବା ଗ୍ରିଟିଂସ୍‌କାର୍ଡ ଆସିଲା। ପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିସ୍ତାରିତ କଳେବର ଭିତରେ ଉଭେଇଗଲା ଗ୍ରିଟିଂସ୍‌ର ଆଦର। ମୋବାଇଲର ଇଂରାଜୀ, ହିନ୍ଦୀ କୋଟେସନ୍‌ଭିତରେ ହଜିଗଲା ସାଙ୍ଗ ପାଇଁ ଅନ୍ତରରୁ ଲେଖାଯାଉଥିବା ନିଛକ ଓଡ଼ିଆ ଢଗଢମାଳି।

CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ

 କର୍ପୋରେଟ୍‌ ଗିଫ୍ଟ ପାଇଁ ଶ୍ରେଷ୍ଠ ବିକଳ୍ପ

ବାଣୀବିହାରସ୍ଥିତ ଆର୍ଚିସ୍‌ର ସ୍ବତ୍ବାଧିକାରୀ ଆଶିଷ ଲୋହିଆ କହିଛନ୍ତି, ବିଭିନ୍ନ ଇଂରାଜୀ କୋଟେସନ୍‌ଥିବା ଖ୍ରୀଷ୍ଟମାସ୍, ନୂଆବର୍ଷ ଗ୍ରିଟିଂସ୍‌କାର୍ଡ ଏବେ ବଜାରରେ ଭଲ ଚାଲିଛି। ବଡ଼ ବଡ଼ କର୍ପୋରେଟ୍‌ହାଉସ୍‌ଏହାକୁ ଉପହାର ରୂପେ ଦେବା ପାଇଁ ଅଧିକ ବରାଦ୍‌ଦେଉଛନ୍ତି। ଫଳରେ ଗତ କିଛି ବର୍ଷ ହେଲା ଗ୍ରିଟିଂସ୍‌କାର୍ଡର ବଜାର ବଢ଼ିଛି। ତେବେ ୯୦ ଦଶକରେ ହେଉଥିବା ବେପାରଠାରୁ ଏହା ପାଖାପାଖି ୩୦% କମିଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ପାଖରେ ୨୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରିଟିଂସ୍‌ ରହିଛି। ଏହି ୧୦/୧୨ ଦିନରେ ସେ ୭୦ରୁ ୮୦ ଲକ୍ଷ ଟଙ୍କାର କେବଳ ଗ୍ରିଟିଂସ୍‌ ବେପାର କରନ୍ତି ବୋଲି କହିଛନ୍ତି। ତେବେ ଗ୍ରିଟିଂସ୍ ବେପାର ଏବେ କେବଳ କର୍ପୋରେଟ୍‌ ଉପହାରରେ ଚାଲିଥିବା ସେ କହିଛନ୍ତି।  ତେବେ କିଛି ସଉକିଆ ଲୋକ ହାତ ତିଆରି ଗ୍ରିଟିଂସ୍‌ ବି ଖୋଜନ୍ତି। ଏହାର ଦାମ୍‌୫୦ରୁ ଆରମ୍ଭ କରି ୨୦୦ ଟଙ୍କା ଯାଏ ରହୁଛି। ସେହିଭଳି ହାତ ତିଆରି ପେଣ୍ଟିଂ ସହ ମିରର୍‌ୱାର୍କ, ଜଗନ୍ନାଥ, ରାଧାକୃଷ୍ଣଙ୍କ ଚିତ୍ର ଥିବା ଗ୍ରିଟିଂସ୍‌ବି ବଜାରକୁ ଆସିଛି। ଏଗୁଡ଼ିକର ଦାମ୍ ୩୦୦୦ ଟଙ୍କାରୁ ଅଧିକ ରହୁଥିବା ବେଳେ କିଛି କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକ ଏହାକୁ କିଣୁଛନ୍ତି। ପାଖାପାଖି ୨୦୦୭ ପରଠୁ ଗ୍ରିଟିଂସ୍‌ଆଉ ବିକ୍ରି ହେଉ ନଥିବା ବ୍ୟବସାୟୀମାନେ କହିଛନ୍ତି।

Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ

ଗ୍ରିଟିଂସ୍‌ ମାର୍କେଟରେ ତାରକାଙ୍କ କ୍ରେଜ୍‌

୯୦ ଦଶକରେ ମନୋରଞ୍ଜନ ଜଗତ ଯେ କେତେ ଲୋକପ୍ରିୟ ଥିଲା ତାହା ଗ୍ରିଟିଂସ୍‌କାର୍ଡରୁ ଜଣାପଡ଼ୁଥିଲା। ୯୦ ଦଶକରେ ସିଦ୍ଧାନ୍ତ, ରଚନା, ଜୁହି ଚାୱଲା, ଶାହରୁଖ୍, ସଲ୍‌ମାନ୍‌ଓ ଆମିର୍‌ଖାନ୍‌ଙ୍କ ଫଟୋ ଗ୍ରିଟିଂସ୍‌ଅଧିକ ବିକ୍ରି ହେଉଥିଲା। ଏଥିସହ ସେତେବେଳେ ଆଲ୍‌ବମ୍‌କ୍ରେଜ୍‌ରେ ଥିବାରୁ ଆଲ୍‌ବମ୍‌ଅଭିନେତ୍ରୀଙ୍କ ଫଟୋ ଚିତ୍ର ଥିବା‌ଗ୍ରିଟିଂସ୍‌ର ଚାହିଦା ବି କିଛି କମ୍‌ନଥିଲା। ୯୦ ଦଶକ ପୂର୍ବରୁ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଫଟୋ ଗ୍ରିଟିଂସ୍‌ମଧ୍ୟ କିଛି କମ୍‌ଚାହିଦା‌ରେ ନଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ସାଙ୍ଗମାନଙ୍କୁ ତାଙ୍କ ଚାହିଦାର ତାରକାଙ୍କ ଫଟୋ ଥିବା ଗ୍ରିଟିଂସ୍‌ ଦେବାକୁ ଅଧିକ ପସନ୍ଦ କରୁଥିଲେ। ପଛକୁ ଥିଲା ଗୋଲାପ ଫୁଲ ଓ ଭଗବାନଙ୍କ ଫଟୋଚିତ୍ର ଥିବା ଗ୍ରିଟିଂସ୍। ଏସବୁର ଦାମ୍‌ମାତ୍ର ୫୦ ପଇସା ରହିଥିଲା। ଏହା ପରେପରେ ଆସିଥିଲା କଟିଂ, ଫୋଲ୍‌ଡେଡ୍‌ଓ ମ୍ୟୁଜିକ୍‌ବାଜୁଥିବା ଗ୍ରିଟିଂସ୍‌। କଲେଜ ପିଲାଏ ଏହାକୁ ଅଧିକ କିଣୁଥିବା ବେଳେ ଦାମ୍‌ମଧ୍ୟ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ୨୦୧୦ ଆସୁ ଆସୁ ମୋବାଇଲ୍‌ର କାୟା ବିସ୍ତାର ସହ ଏସବୁ ଚିଠି ଭଳି କୁଆଡ଼େ ଉଭେଇ ଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe