ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତିନିଦିନିଆ ‘କେଳୁଚରଣ କୀର୍ତ୍ତି ଶତକମ୍‌’ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସମେତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଗୁରୁ କେଳୁଚରଣ ସ୍ମୃତି ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

Advertisment

BJD strike: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରିଲା ବିଜେଡି

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗୁରୁ କେଳୁଚରଣ ମହାପାତ୍ର ଥିଲେ ଓଡ଼ିଶା, ଓଡ଼ିଆ ଆଉ ଓଡ଼ିଶୀର ଅଭୂତପୂର୍ବ ସଙ୍ଗମ। ଗୁରୁ କେଳୁଚରଣ ମହାପାତ୍ର କେବଳ ଜଣେ ମହାନ ନୃତ୍ୟଶିଳ୍ପୀ ନଥିଲେ, ସେ ଥିଲେ ଓଡ଼ିଶୀ ନୃତ୍ୟର ଆତ୍ମା। ଯେତେବେଳେ ଓଡ଼ିଶୀ ନୃତ୍ୟ ଅବହେଳାର ଅନ୍ଧକାରରେ ଆବୃତ ଥିଲା, ସେତେବେଳେ ଗୁରୁଜୀ ତାଙ୍କର ଅସୀମ ସାଧନା, ଅତୁଟ ଆସ୍ଥା ଓ ଅଦମ୍ୟ ପରିଶ୍ରମରେ ଏହି ନୃତ୍ୟକଳାକୁ ପୁନର୍ଜୀବନ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି, ମାହାରୀ ପରମ୍ପରା, ଶାସ୍ତ୍ରୀୟ ଓ ଲୋକକଳା, ସମସ୍ତଙ୍କ ସମନ୍ୱୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟକୁ ଏକ ଅଦ୍ଭୁତ ଶାସ୍ତ୍ରୀୟ ଆକୃତି ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Kalinga Literature Festival inaugurated: କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ

 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ କହିଥିଲେ, ଓଡ଼ିଶୀ ନୃତ୍ୟକୁ କେବଳ ଏକ ନୃତ୍ୟଶୈଳୀ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅନୁଭୂତି ଭାବେ ଉପସ୍ଥାପନ କରୁଥିଲେ ଗୁରୁ କେଳୁଚରଣ ମହାପାତ୍ର। ଓଡ଼ିଶୀ ନୃତ୍ୟ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ଗୁରୁଜୀଙ୍କ କଳା ଓ ସାଧନା ଓଡ଼ିଶୀ ନୃତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଆମେ ସମସ୍ତେ ଗୁରୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶୀ ନୃତ୍ୟର ବିକାଶ ଏବଂ ପ୍ରଚାରପ୍ରସାର ପାଇଁ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତ ରଖିଥିଲେ। ଆଜିର କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଲୋକାର୍ପଣ ହୋଇଯାଇଛି।

9th century: ଶୁକଶାରି ମନ୍ଦିର ନିକଟ ଦୁର୍ଗା ମନ୍ଦିରରେ ନବମ ଶତାବ୍ଦୀର ଶିଳାଲେଖ

କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦି, ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ପଦ୍ମଶ୍ରୀ ମାଧବୀ ମୁଦ୍‌ଗଲ, ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଗୁରୁ କେଳୁଚରଣଙ୍କ ସ୍ମୃତିଚାରଣ କରିବା ସହ ଗୁରୁଜୀଙ୍କ ସହ ରହିଥିବା ଅନୁଭୂତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଓଡ଼ିଶୀ ନୃତ୍ୟଗୁରୁ ବିଷ୍ଣୁତତ୍ତ୍ୱ ଦାସ ‘ଦିନେ ନ ଡାକିବୁ ରାଧିକା ବୋଲି’ ରେ ଓଡ଼ିଶୀ ନୃତ୍ୟନାଟିକା ପରିବେଷଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା।