Historical : ‘ଐତିହାସିକ, ସାଂସ୍କୃତିକ ମହାପୁରୁଷମାନେ ଅସ୍ମିତା ପୁରୁଷ’

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ଓଡ଼ିଆ ଜାତିର ଟେକ ରଖିବାକୁ ଯେତେସବୁ ଐତିହାସିକ ଓ ସାଂସ୍କୃତିକ ମହାପୁରୁଷମାନେ ଅଛନ୍ତି....

ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ଓଡ଼ିଆ ଜାତିର ଟେକ ରଖିବାକୁ ଯେତେସବୁ ଐତିହାସିକ ଓ ସାଂସ୍କୃତିକ ମହାପୁରୁଷମାନେ ଅଛନ୍ତି....

Untitled-5

ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ଓଡ଼ିଆ ଜାତିର ଟେକ ରଖିବାକୁ ଯେତେସବୁ ଐତିହାସିକ ଓ ସାଂସ୍କୃତିକ ମହାପୁରୁଷମାନେ ଅଛନ୍ତି ସେମାନେ ଅସ୍ମିତା ପୁରୁଷ। ସେଭଳି ବ୍ୟକ୍ତିବିଶେଷଙ୍କୁ ଅସ୍ମିତା ପୁରୁଷ ଆଖ୍ୟା ଦେବା ଆମ ପରମ କର୍ତ୍ତବ୍ୟ। ଆମ ଅସ୍ମିତା କିପରି ଅଧିକ ପ୍ରଚାରିତ ହୋଇ ସାରା ଦେଶରେ ବନ୍ଦିତ ‌ହୋଇପାରିବ, ସେଥିପାଇଁ ଆମ ଆଚରଣ ଓ ଉଚ୍ଚାରଣ ଅନୁରୂପ ଭାବେ ଶୁଦ୍ଧ ହେବା ଉଚିତ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଆଜି ଭଞ୍ଜ କଳାମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଘୁମୁସର ଉତ୍ସବ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

Misleading news: ‘ବିଭ୍ରାନ୍ତିକର ଖବର ସମାଜର ଶତ୍ରୁ’

Couple detained: ଦମ୍ପତିଙ୍କୁ ୩୫ ଘଣ୍ଟା ନଜରବନ୍ଦୀ


ଏହି ଅବସରରେ ଅସ୍ମିତାର ସଂଜ୍ଞା ବୁଝାଇବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯାହା ଆମ ପରିଚୟ ତିଆରି କରେ, ତାହା ଆମର ମିଠା ଅହଙ୍କାର ବା ଅସ୍ମିତା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆମ ଅସ୍ମିତାର ଦ୍ବିତୀୟ ପ୍ରମାଣ। ସେହିଭଳି ଅତିବଡ଼ି ଜଗନ୍ନାଥ ଦାସ ଆମ ଅସ୍ମିତାର ଅନ୍ୟ ଏକ ପରିଚୟ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର କହିଥିଲେ ଯେ ଘୁମୁସର ସଂସ୍କୃତି ବହୁ ପ୍ରାଚୀନ। ଘୁମୁସର ସଂସ୍କୃତି ଓ ସାହିତ୍ୟ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ। ଘୁମୁସର ମାଟି ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇଛି ଏବଂ ସେଇ ମାଟିରେ ବି ଚକରା ବିଶୋଇ ଜନ୍ମ ହୋଇଛନ୍ତି। କିନ୍ତୁ ପରିତାପର କଥା ଇତିହାସରେ ସେମାନଙ୍କୁ ବିଶେଷ ଧ୍ୟାନ ଦିଆଯାଇନାହିଁ। ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ସାଂସ୍କୃତିକ ଜାଗରଣ ସଂପର୍କିତ ଉତ୍ସବ ଓଡ଼ିଶାର ସବୁଆଡ଼େ ପାଳନ ହେବା ଉଚିତ ବୋଲି ସେ କହିଥିଲେ। ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡ. ଶାନ୍ତନୁ ରଥ, ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଅନୁଷ୍ଠାନର ମହିଳା ଓ ଯୁବ ଶାଖା ଗଠନ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା। ସଭାପତି ବାଲ୍ମିକୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସଂଯୋଜନା କରିଥିଲେ ନାଟ୍ୟକାର ମନ୍ମଥ ଶତପଥୀ। ଶେଷରେ ରେଙ୍କଡ଼ ପାତ୍ର ଧନ୍ୟବାଦ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଣ୍ଡ ନାଚ, କାଳିକା ନୃତ୍ୟ, ଚଢ଼େୟା ନୃତ୍ୟ, ଚକ୍ର ଦଣ୍ଡ, ଅଗ୍ନିଦଣ୍ଡ ଆଦି ପରିବେଷଣ କରାଯାଇଥିଲା। ମଣିଷ ବାଘ ନାଚ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ଘୁମୁସରର ଚଳଚ୍ଚିତ୍ର କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ନାଟକ ‘ମୁଁ ଚକରା କହୁଛି’ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe