Jai Jagannath: ବିଦେଶୀ ଦର୍ଶକଙ୍କ ମୁଖରେ ଜୟ ଜଗନ୍ନାଥ

Advertisment

ବିଧର୍ମୀ ତକୀ ଖାଁର ଷଡ଼ଯନ୍ତ୍ର, ବକ୍ସିଙ୍କ ବିଶ୍ବାସଘାତ, ମହାରାଣୀ ଲଳିତା ପାଟଦେଇଙ୍କ ଅବିଶ୍ବାସ ସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁନଃପ୍ରତିଷ୍ଠା କରି ଉତ୍କଳର ମାନ ରଖିବାରେ ସମର୍ଥ ରାଜା....

ବିଧର୍ମୀ ତକୀ ଖାଁର ଷଡ଼ଯନ୍ତ୍ର, ବକ୍ସିଙ୍କ ବିଶ୍ବାସଘାତ, ମହାରାଣୀ ଲଳିତା ପାଟଦେଇଙ୍କ ଅବିଶ୍ବାସ ସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁନଃପ୍ରତିଷ୍ଠା କରି ଉତ୍କଳର ମାନ ରଖିବାରେ ସମର୍ଥ ରାଜା....

New Project - 2026-01-18T082924.437

ଭୁବନେଶ୍ବର: ବିଧର୍ମୀ ତକୀ ଖାଁର ଷଡ଼ଯନ୍ତ୍ର, ବକ୍ସିଙ୍କ ବିଶ୍ବାସଘାତ, ମହାରାଣୀ ଲଳିତା ପାଟଦେଇଙ୍କ ଅବିଶ୍ବାସ ସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁନଃପ୍ରତିଷ୍ଠା କରି ଉତ୍କଳର ମାନ ରଖିବାରେ ସମର୍ଥ ରାଜା ରାମଚନ୍ଦ୍ରଦେବଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଆଜି ପୁଣିଥରେ ଦର୍ଶକଙ୍କୁ ଲୁହରେ ଭିଜେଇଥିଲା। ରବୀନ୍ଦ୍ରମଣ୍ଡପରେ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ଆଜି ୩୬ତମ ସୋ’ ପୂରା ପ୍ରେକ୍ଷାଳୟ ଦର୍ଶକରେ ପରିପୂର୍ଣ୍ଣ ଥିଲା। ଜୟ ଜଗନ୍ନାଥ ଧ୍ବନି ଓ ଦର୍ଶକଙ୍କ କରତାଳିରେ ଦର୍ଶକମାନେ ଲଗାତାର କଳାକାରଙ୍କୁ ପ୍ରୋତ୍ସାହିତ କରି ଚାଲିଥିଲେ।

Khordha-Balangir Railway Project: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ଖୁବ୍‌ଶୀଘ୍ର ଟନେଲ୍‌ ମଧ୍ୟ ଦେଇ ଗଡ଼ିବ ଟ୍ରେନ୍‌


ନାଟକ ସରିବା ପରେ ମଞ୍ଚ ଉପରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ  କାଳାକାରମାନଙ୍କ ସହିତ ଫେଟୋ ଉଠାଇଥିଲେ ଆମେରିକାରୁ ଆସିଥିବା ବିଦେଶୀ ଦର୍ଶକ। ଫଳରେ ଆହେ ନୀଳଶଇଳର ଗ୍ରହଣୀୟତା ବର୍ତ୍ତମାନ ବିଶ୍ବବ୍ୟାପ୍ତ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ଅନ୍ତିମ ଦିବସ ହୋଇଥିବାରୁ ଟିକେଟ୍‌ ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିିଛି। ଅନୁରୂପ ଭାବେ କୁନିକୁନି ଦର୍ଶକମାନେ ଜୟ ଜଗନ୍ନାଥ ଡାକ ଶୁଣି ଦୁଇହାତ ଉପରକୁ ଟେକିଦେଇ ପ୍ରତ୍ୟୁତ୍ତରରେ ଜୟ ଜଗନ୍ନାଥ କହୁଥିଲେ। ୩୬ତମ ସୋ’ ପରେ ମଧ୍ୟ ‘ଆହେ ନୀଳଶଇଳ’ର ଚୁମ୍ବକୀୟ ଶକ୍ତି ଦର୍ଶକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇପାରିଛି।

Ministerial committee: ଛତିଶଗଡ଼ ସହ ଆଲୋଚନା କରିବ ମନ୍ତ୍ରୀସ୍ତରୀୟ କମିଟି: ୨୩ରେ ବସିବ ସର୍ବଦଳୀୟ ବୈଠକ


ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶଇଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ଏହି ଐତିହାସିକ ନାଟକର ରଚନା ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା କରିଥିଲେ। ନିର୍ଦ୍ଦେଶନା ଦେଇଥି‌ଲେ ବିଶିଷ୍ଟ ନାଟ୍ୟକାର ଲାଲା ବୀରେନ୍‌ ରାୟ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe