Advertisment

‘ଜନବାର୍ତ୍ତା’ ସାପ୍ତାହିକୀ, ଡିଜିଟାଲ୍ ଚ୍ୟାନେଲ ଓ ୱେବ୍ ପୋର୍ଟାଲ ଲୋକାର୍ପିତ: ‘ଗଣତନ୍ତ୍ରର ସୁରକ୍ଷା ପାଇଁ ସମ୍ବାଦପତ୍ର ସ୍ବର ଉତ୍ତୋଳନ କରୁ’

Advertisment

ସମ୍ବାଦପତ୍ରମାନଙ୍କର ସର୍ବଶ୍ରେଷ୍ଠ ସମ୍ପଦ ହେଉଛନ୍ତି ଏହାର ପାଠକ। ଖବରର ମାନ ଯେତିକି ଉନ୍ନତ ଏବଂ ତଥ୍ୟଭିତ୍ତିକ ହେବ, ଏହା ଲୋକଙ୍କ ନିକଟରେ ସେତିକି ବିଶ୍ବାସଭାଜନ ହେବ। ସତ୍ୟ ଖବର ପରିବେଷଣ କରିବା ଆଜିର ସମୟରେ ଏକ ଆହ୍ବାନ ଭାବେ ଉଭାହୋଇଛି।

ସମ୍ବାଦପତ୍ରମାନଙ୍କର ସର୍ବଶ୍ରେଷ୍ଠ ସମ୍ପଦ ହେଉଛନ୍ତି ଏହାର ପାଠକ। ଖବରର ମାନ ଯେତିକି ଉନ୍ନତ ଏବଂ ତଥ୍ୟଭିତ୍ତିକ ହେବ, ଏହା ଲୋକଙ୍କ ନିକଟରେ ସେତିକି ବିଶ୍ବାସଭାଜନ ହେବ। ସତ୍ୟ ଖବର ପରିବେଷଣ କରିବା ଆଜିର ସମୟରେ ଏକ ଆହ୍ବାନ ଭାବେ ଉଭାହୋଇଛି।

sfhsfhxbbvbv

ଭୁବନେଶ୍ୱର: ସମ୍ବାଦପତ୍ରମାନଙ୍କର ସର୍ବଶ୍ରେଷ୍ଠ ସମ୍ପଦ ହେଉଛନ୍ତି ଏହାର ପାଠକ। ଖବରର ମାନ ଯେତିକି ଉନ୍ନତ ଏବଂ ତଥ୍ୟଭିତ୍ତିକ ହେବ, ଏହା ଲୋକଙ୍କ ନିକଟରେ ସେତିକି ବିଶ୍ବାସଭାଜନ ହେବ। ସତ୍ୟ ଖବର ପରିବେଷଣ କରିବା ଆଜିର ସମୟରେ ଏକ ଆହ୍ବାନ ଭାବେ ଉଭାହୋଇଛି। ଗଣତନ୍ତ୍ରର ସୁରକ୍ଷା ଲାଗି ସମ୍ବାଦପତ୍ରମାନେ ସ୍ବର ଉତ୍ତୋଳନ କରନ୍ତୁ ବୋଲି ‘ଜନବାର୍ତ୍ତା’ ସାପ୍ତାହିକୀର ଉନ୍ମୋଚନ ଏବଂ ଡିଜିଟାଲ ଚ୍ୟାନେଲ୍‌ ଓ ୱେବ୍ ପୋର୍ଟାଲ୍‌ର ଲୋକାର୍ପଣ ଉତ୍ସବରେ ଅତିଥିମାନେ କହିଛନ୍ତି।

Paddy: ମଣ୍ଡି ଉପରେ ଭରସା ନାହିଁ! ଆନ୍ଧ୍ର ବେପାରୀଙ୍କୁ ଧାନ ଟେକିଦେଲେଣି ଚାଷୀ

ଭାରତୀୟ ବିଦ୍ୟାଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟକ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଡିଜିଟାଲ୍‌ ଯୁଗରେ ଲୋକେ ମୋବାଇଲ୍‌ ପ୍ରେମରେ ପଡ଼ିଯାଇଛନ୍ତି। ଟେଲିଭିଜନ୍‌ ଏବେ ସୁକୁସୁକୁ ହେଉଛି ଏବଂ ଏଭଳି ସ୍ଥିତିରେ ‘ଜନବାର୍ତ୍ତା’ ସାପ୍ତାହିକୀ ଖବରକାଗଜର ପ୍ରକାଶନ କମ୍‌ ସାହସର କଥାନୁହେଁ। ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ସତ୍ୟଖବର ପରିବେଷଣ କରିବା ସହିତ ଏହି ଗଣମାଧ୍ୟମ ଲୋକଙ୍କ ସ୍ୱାଭିମାନର ସ୍ୱର ପାଲଟିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ରୁବେନ୍‌ ବାନାର୍ଜୀ କହିଲେ ଯେ ଗଣମାଧ୍ୟମ ଏବେ ବିପଦରେ ପଡ଼ିଛି ଏବଂ ଏହାର କଣ୍ଠରୋଧ କରାଯାଉଛି। ତେଣୁ ସତ୍ୟ ଛାପିବାକୁ ସାହାସ ଦରକାର। ଜନବାର୍ତ୍ତା ଛୋଟ ହୋଇପାରେ କିନ୍ତୁ ଓଡ଼ିଶା ଲୋକଙ୍କ ସ୍ୱରକୁ ଏହା ଶାଣିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Horoscope 2026 February 23: ଜାଣନ୍ତୁ ଆଜିର ରାଶିଫଳ

ଜନବାର୍ତ୍ତାର ସଂସ୍ଥାପକ ବିଜୟ କୁମାର ପଟ୍ଟନାୟକ କହିଲେ ଯେ ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନର ପ୍ରତିଫଳନ ହେଉଛି ‘ଜନବାର୍ତ୍ତା’। ରାଜ୍ୟବାସୀଙ୍କ ମନରେ ସ୍ବାଭିମାନ ଜାଗ୍ରତ କରିବା ଲାଗି ଜନବାର୍ତ୍ତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ରାଷ୍ଟ୍ରଦୂତ ମଳୟ ମିଶ୍ର ଓଡ଼ିଆ ସ୍ୱାଭିମାନ ସୁରକ୍ଷା ପାଇଁ ସମସ୍ତେ ଲଢ଼େଇ କରିବା ପାଇଁ ଆହ୍ବାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ କର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। କଣ୍ଠଶିଳ୍ପୀ ଅନିନ୍ଦିତା ଦାଶ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପ୍ରକାଶକ ଶାରଦା ପ୍ରସନ୍ନ ସ୍ୱାଇଁ, ସହ ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର ମଞ୍ଚାସୀନ ରହିଥିଲେ। ପ୍ରମୋଦ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe