ଭୁବନେଶ୍ବର/ ମେଣ୍ଢାଶାଳ: ଏକ ମଦଦୋକାନ ନିକଟରେ ଥିବା ଭେରାଇଟି ଷ୍ଟୋର୍ରେ ବେଆଇନ ମଦବିକ୍ରି ଅଭିଯୋଗ ଆଧାରରେ ଚଢ଼ଉ ସମୟରେ ପୁଲିସକୁ ଦୁଇଭାଇ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ପୁଲିସ ଦୁଇଭାଇ ଓ ସେମାନଙ୍କ ମାଆଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତ ହେଲେ ସିମୁଳିପାଟଣାର ପ୍ରକାଶ ବେହେରା(୩୪), ଶ୍ରୀଧର ବେହେରା(୪୦) ଓ କୁମାରୀ ବେହେରା(୫୫)। ଚନ୍ଦକା ଥାନା ପାଟ୍ରୋଲିଂ ଟିମ୍ ପ୍ରକାଶ ଭେରାଇଟି ଷ୍ଟୋର୍ରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ସୂଚନା ପାଇ ଅତର୍କିତ ଚଢ଼ଉ କରିଥିଲେ। ଦୋକାନୀ ଶ୍ରୀଧର ପୁଲିସ ଟିମ୍ ଦେଖି ସେଠାରୁ ଖସି ପଳାଇବା ଲାଗି ଉଦ୍ୟମ କରୁଥିବା ବେଳେ, ପୁଲିସ ହାତରେ ଧରାପଡ଼ିଯାଇଥିଲେ। ପାଟ୍ରୋଲିଂ ଟିମ୍ ଦୋକାନ ଭିତରେ ଯାଞ୍ଚ କରୁଥିବା ବେଳେ, ଶ୍ରୀଧରଙ୍କ ଭାଇ ପ୍ରକାଶ ଏବଂ ତାଙ୍କ ମା’ କୁମାରୀ ସ୍କୁଟିରେ ସେଠାରେ ପହଞ୍ଚିଥିଲେ ଏବଂ ଖଣ୍ଡା ସାହାଯ୍ୟରେ ପୁଲିସ ଟିମ୍ ସଦସ୍ୟଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ।
Competition: ଏମିତି ଚାଲିଛି ୧ ନମ୍ବର ହେବାର ପ୍ରତିଯୋଗିତା, ଯୁଆଡ଼େ ଚାହିଲେ କୁଢ଼ କୁଢ଼ ଆବର୍ଜନା
Modular OT: ଯକ୍ଷ୍ମାରୋଗୀଙ୍କ ପ୍ରଥମ ଅସ୍ତ୍ରୋପଚାର, ଖୋଲିଲା ମଡ୍ୟୁଲାର ଓଟି
ଏହି ସମୟରେ କୁମାରୀ ଦୁଇପୁଅଙ୍କୁ ଆକ୍ରମଣ ଲାଗି ଉସୁକାଇବା ସହ ପୁଲିସ କର୍ମଚାରୀଙ୍କୁ ନାନା ପ୍ରକାର ଧମକଚମକ ଦେଇଥିଲେ। ପ୍ରକାଶ ଓ ଶ୍ରୀଧର ହଠାତ୍ ଖଣ୍ଡାରେ ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଉକ୍ତ ଆକ୍ରମଣରୁ ନିଜକୁ କୌଶଳ କ୍ରମେ ବଞ୍ଚାଇ ନେବା ସହ ସମ୍ପୃକ୍ତ ମହିଳାଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିଲେ। ଦୁଇ ଅଭିଯୁକ୍ତଙ୍କଠାରୁ ୨ଟି ଖଣ୍ଡା, ଦୋକାନ ଭିତରେ ମହଜୁଦ ୭୨ ବୋତଲ ବିଦେଶୀ ମଦ, ୫୦ ଲିଟର ଦେଶୀମଦ ଏବଂ ଏକ ସ୍କୁଟି ଜବତ କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଭିଯୁକ୍ତ ପ୍ରକାଶ ବେହେରା ନାମରେ ପୂର୍ବରୁ ଚନ୍ଦକା ଥାନାରେ ୬ଟି ଆପରାଧିକ ମାମଲା ରହିଥିବା ବେଳେ, ଅଭିଯୁକ୍ତ ଶ୍ରୀଧର ବେହେରା ନାମରେ ଗୋଟିଏ ମାମଲା ରହିଛି। ଅପରପକ୍ଷେ ପୁଲିସ ଆକ୍ରମଣରେ କୁମାରୀଙ୍କର ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗତକାଲି ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
Follow Us