ବାରଙ୍ଗ: ୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା କରାଯାଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଇତିମଧ୍ୟରେ ଏହି ପ୍ରାଣୀ ଉଦ୍ୟାନ ୬୫ ବର୍ଷ ଅତିକ୍ରମ କରିଛି। ଆସନ୍ତାକାଲି ଏହା ୬୬ତମ ବର୍ଷରେ ପଦାର୍ପଣ କରିବାକୁ ଥିବା ବେଳେ ଏହି ଦିବସକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପରିସରରେ ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେବେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଅତିରିକ୍ତ ମୁଖ୍ୟ ସଚିବ (ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ) ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ଓ ମୁଖ୍ୟ ବନ୍ୟପ୍ରାଣୀ ରକ୍ଷକ ପ୍ରେମ କୁମାର ଝା ଯୋଗଦେବେ।
Dead Body Father Rescued ସକାଳେ ମିଳିଲା ବାପାଙ୍କ ମୃତଦେହ, କେମିତି ଚଳିବେ ଅନାଥ ପାଞ୍ଚ ଝିଅ
ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନରେ ଉତ୍ତର ପୂର୍ବ ପାନୋରାମା (ନୂତନ ଥିମାଟିକ ପ୍ରଦର୍ଶନ କ୍ଷେତ୍ର) ଉତ୍ତର ପୂର୍ବ ଭାରତର ସମୃଦ୍ଧ ବନ୍ୟପ୍ରାଣୀ ବିଭିନ୍ନତାକୁ ପ୍ରଦର୍ଶନ କରିବ। ଏଥିରେ ୧୦ଟି ଆଧୁନିକ ଆବାସ ରହିଛି, ଯେଉଁଥିରେ ପ୍ରାକୃତିକ ପରିବେଶ ଆଧାରିତ ପ୍ରଦର୍ଶନୀ, ଖାଦ୍ୟ କକ୍ଷ, ଦର୍ଶକ ପଥ, ଜଳ କିଓସ୍କ, ସେବା ରାସ୍ତା ଓ ସୁନ୍ଦର ଭୂଦୃଶ୍ୟ ରହିଛି। ପ୍ରାୟ ୫.୧୭ ଏକର ଜମିରେ ବିସ୍ତାରିତ ଏହି ଅଞ୍ଚଳରେ ବିଭିନ୍ନ ପ୍ରଜାତିଣ ପ୍ରାଣୀଙ୍କୁ ଦେଖିବାକୁ ମିଳିବ। ସିଭେଟ୍ ବିଲାଇ ଆବାସକମନ୍ ପାମ୍ ସିଭେଟ୍ (୧୮୦ ବର୍ଗ ମିଟର) ଓ ସ୍ମଲ୍ ଇଣ୍ଡିଆନ୍ ସିଭେଟ୍ (୩୦୩ ବର୍ଗ ମିଟର) ପାଇଁ ଦୁଇଟି ପ୍ରାକୃତିକ ଆବାସ ନିର୍ମାଣ କରାଯାଇଛି। ଉଦ୍ୟାନ ଓ ପୁଷ୍ପଚାଷ ବିଭାଗ୧.୬ ଏକର ଜମିରେ ପଲିହାଉସ୍, ନେଟଲନ୍ ହାଉସ୍, ଭର୍ମିକମ୍ପୋଷ୍ଟ ଇଉନିଟ୍, ନର୍ସରି ବେଡ୍ ସହିତ ଉଦ୍ୟାନ ସ୍ଥାପିତ ହୋଇଛି। ୧୯୫୦ ବର୍ଗ ମିଟରରେ ନିର୍ମିତ ଶାକାହାରୀ ପ୍ରାଣୀ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ୬ଟି ସୁରକ୍ଷିତ ଆବାସ ରହିଛି। ସେହିପରି ସରୀସୃପ କ୍ୱାରାଣ୍ଟାଇନ୍ କେନ୍ଦ୍ର, ପଲିହାଉସ୍, ନେଟଲନ୍ ହାଉସ୍, ଭର୍ମିକମ୍ପୋଷ୍ଟ ଇଉନିଟ୍, ନର୍ସେରୀ ବେଡ୍ ସହିତ ସ୍ୱୟଂପୂର୍ଣ୍ଣ ଉଦ୍ୟାନ ବିଭାଗ ଆଦି ସ୍ଥାପିତ ହୋଇଛି।୨୫ ବର୍ଷ ପରେ ପ୍ରାଣୀ ଉଦ୍ୟାନରେ ପୁନର୍ବାର ଓଟର ପ୍ରଦର୍ଶିତ ହେବେ। ପ୍ରତିଷ୍ଠା ଦିବସ ପାଳନ ଅବସରରେ ବର୍ଷର ସର୍ବୋତ୍କୃଷ୍ଟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଗତ ବର୍ଷ ଜନ୍ମ ନେଇଥିବା ସିମ୍ପାଞ୍ଜି ଜୁଲୁର ଶେଷ ସନ୍ତକ ଭାବେ ଲକ୍ଷ୍ମୀ''ର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ଅଣ୍ଡିରା ଶାବକ, ବାଘୁଣୀ ଅଙ୍କିତା, ରୂପା, ମୌସୁମୀଙ୍କ ଶାବକ ଓ ସିଂହ ରେୱା ଶାବକଙ୍କ ସମେତ ନବଜାତ ପ୍ରାଣୀଙ୍କ ନାମକରଣ କରାଯିବ। ୨୦୨୬ ପାଇଁ ଚ଼ିତିଆଖାନା ରାଷ୍ଟ୍ରଦୂତ ଘୋଷଣା କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
The agricultural: ‘ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନରେ ଚଷା ସମାଜର ବଡ଼ ଦାୟିତ୍ୱ ରହିବ’
କୁଆଁରୀ ବୟସରେ ମାଆ ହେଲା ଜୟଶ୍ରୀ
ଶେଷ ହେବାକୁ ଯାଉଥିବା ୨୦୨୫ ମସିହା ନନ୍ଦନକାନନରେ ଛାଡ଼ିଯାଇଛି ଏକ ବିରଳ ଘଟଣା। ଗତକାଲି ରାତିରେ ବାଘୁଣୀ ଜୟଶ୍ରୀ ଅପ୍ରାପ୍ତ ବୟସରେ ମାଆ ହୋଇଛି। ଭାଇ ମହାବଳ ବାଘ ଅମିତ୍ ସହ ମିଳନରୁ ଜୟଶ୍ରୀ ମାଆ ହୋଇଛି। ତା’ର ପ୍ରଥମ ଗର୍ଭରୁ ୩ ଶାବକ ଜନ୍ମ ନେଇଛନ୍ତି। ମାତ୍ର ନନ୍ଦନକାନନର ଏହି ଖୁସି ବେଶି ସମୟ ତିଷ୍ଠି ପାରିନାହିଁ। ୩ ନବଜାତକଙ୍କ ମଧ୍ୟରୁ ୨ଟି ଆଖି ବୁଜିଦେଇଛନ୍ତି। ପ୍ରଥମ କରି ମାଆ ହୋଇଥିବା ଜୟଶ୍ରୀ ନବଜାତକଙ୍କ ଉପଯୁକ୍ତ ଯତ୍ନ ନେଇ ନପାରିବାରୁ ଦୁଇଟି ଶାବକ ମରିଯାଇଛନ୍ତି। ତେଣୁ ବଞ୍ଚିଥିବା ନବଜାତ ବାଘଛୁଆକୁ ମାଆଠାରୁ ଅଲଗା କରି ଜନ୍ତୁରକ୍ଷକମାନେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଶିଶୁଯତ୍ନ କେନ୍ଦ୍ରରେ ରଖିଛନ୍ତି। ନବଜାତ ବାଘଛୁଆକୁ ଲାଇଟ୍ରେ ରଖି ନିପଲ୍ ଦ୍ବାରା ତରଳ କ୍ଷୀର ପିଆଇ ଦିଆଯାଉଛି। ସମବଂଶୀ ଶାବକ ହୋଇଥିଲେ ବି ଜୟଶ୍ରୀର ଏହି ଛୁଆଟି ବଞ୍ଚିଯିବ ବୋଲି ଆଶା କରାଯାଉଛି।
୨୦୨୩ ମସିହା ଫେବ୍ରୁଆରି ୧୭ ତାରିଖ ଦିନ ମାଆ ବାଘୁଣୀ ଅଙ୍କିତା ଗର୍ଭରୁ ଜନ୍ମ ନେଇଥିଲେ ବାଘୁଣୀ ଜୟଶ୍ରୀ ଓ ବାଘ ଅମିତ୍। ମହାବଳ ବାଘ ନନ୍ଦନ ସହ ବାଘୁଣୀ ଅଙ୍କିତାର ମିଳନରୁ ଏହି ଦୁଇ ଛୁଆ ଜନ୍ମ ନେଇଥିଲେ। ଏବେ ସେମାନଙ୍କୁ ୨ବର୍ଷ ୧୦ମାସ ୧୧ଦିନ। ସାଧାରଣତଃ ବାଘୁଣୀ ୩ବର୍ଷ ବୟସର ହେଲେ ପ୍ରାପ୍ତବୟସ୍କା ହୁଅନ୍ତି ଏବଂ ଗର୍ଭଧାରଣ ପାଇଁ ଯୋଗ୍ୟ ହୋଇଥାଆନ୍ତି। କିନ୍ତୁ ଜୟଶ୍ରୀ ଓ ଅମିତ୍ ଗୋଟିଏ ଖୁଆଡ଼ ୩୧(ଖ)ରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ମିଳନ ହୋଇଯାଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅଜାଣତରେ ସେମାନଙ୍କର ମିଳନ ହୋଇଯାଇଥିଲା ଏବଂ ଜୟଶ୍ରୀ ଗର୍ଭବତୀ ହୋଇଗଲା। ଅପ୍ରାପ୍ତ ବୟସରେ ମାଆ ହେଲେ ହେଁ ତା ଗର୍ଭରୁ ୩ ଶାବକ ଭୂମିଷ୍ଠ ହୋଇଥିଲେ। ପ୍ରଥମ ଛୁଆଟି ରାତି ୧୧ଟାରେ ଜନ୍ମ ହୋଇଥିଲା। ଏହାପରେ ରାତି ୩ଟା ୩୪ ଓ ରାତି ୪ଟା ୫୫ ମିନିଟରେ ଦ୍ବିତୀୟ ଓ ତୃତୀୟ ଶାବକ ଜନ୍ମ ନେଇଥିଲେ। ରାତିରେ ନନ୍ଦନକାନନ କର୍ତ୍ତୃପକ୍ଷ ଏହା ଜାଣିପାରିଥିଲେ। ପ୍ରଥମ ଗର୍ଭର ସନ୍ତାନମାନଙ୍କୁ ମାଆ ବାଘୁଣୀ ଯତ୍ନ ନେଇପାରେନାହିଁ ବୋଲି କର୍ତ୍ତୃପକ୍ଷ ଜାଣିଥିଲେ ହେଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ମାତ୍ର କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେବା ପୂର୍ବରୁ ଜୟଶ୍ରୀର ୨ ନବଜାତ ଶିଶୁ ମରିଯାଇଥିଲେ। ତେଣୁ ଜୟଶ୍ରୀ ଗର୍ଭରୁ ୩ ଶିଶୁ ଜନ୍ମ ହେବାର ଖୁସି କମ୍ ସମୟରେ ମିଳେଇ ଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମବଂଶୀ ବାଘଛୁଆମାନେ ସାଧାରଣତଃ ରୁଗ୍ଣ ହୋଇଥାଆନ୍ତି ଏବଂ କିଛି ବେଶି ଦିନ ବଞ୍ଚନ୍ତି ନାହିଁ। ଜୟଶ୍ରୀ ଓ ମହାବଳ ଅମିତ ଗୋଟିଏ ମାଆର ଛୁଆ ହୋଇଥିବାରୁ ଜନ୍ମ ହୋଇଥିବା ବାଘଛୁଆ ସମବଂଶୀ। ଏଥିପାଇଁ ଜୟଶ୍ରୀର ୨ ଛୁଆଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ୨୦୨୨ ମାର୍ଚ୍ଚ ୩ ତାରିଖରେ ଧଳା ବାଘୁଣୀ ରୁପା ଓ ତା’ର ଭାଇ ମହାବଳ ରାଜେଶ ମିଳନରୁ ୩ଟି ଶାବକ ଜନ୍ମ ନେଇଥିଲେ ଏବଂ ୨ ଶାବକଙ୍କର ମୃତ୍ୟୁ ହୋଇଥିଲା।
/filters:format(webp)/sambad/media/media_files/2025/12/29/untitled-29-2025-12-29-08-47-46.jpg)
Follow Us