One-day workshop: କୁଳପତି ଓ ଅଧ୍ୟକ୍ଷଙ୍କ ଦିନିକିଆ କର୍ମଶାଳା,‘ପ୍ରତି ଜିଲ୍ଲାରେ ହେବ ବିଶ୍ବବିଦ୍ୟା‌ଳୟ’

Advertisment

ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡ ସ୍ଥିର ହୋଇଛି। ୨୦୩୬ ସୁଦ୍ଧା ଉଚ୍ଚଶିକ୍ଷାରେ ୫୦ % ଓ ୨୦୪୭ ସୁଦ୍ଧା ୬୦%...

ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡ ସ୍ଥିର ହୋଇଛି। ୨୦୩୬ ସୁଦ୍ଧା ଉଚ୍ଚଶିକ୍ଷାରେ ୫୦ % ଓ ୨୦୪୭ ସୁଦ୍ଧା ୬୦%...

Untitled-11

ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡ ସ୍ଥିର ହୋଇଛି। ୨୦୩୬ ସୁଦ୍ଧା ଉଚ୍ଚଶିକ୍ଷାରେ ୫୦ % ଓ ୨୦୪୭ ସୁଦ୍ଧା ୬୦% ସାମଗ୍ରିକ ଶିକ୍ଷା ଅନୁପାତ(ଜିଇଆର)କୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିସହ ଶିକ୍ଷାନୁଷ୍ଠାନରେ ଲିଙ୍ଗଗତ ସମାନତା ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରାଧାନ୍ୟ, ସ୍ନାତକ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି, ୨୦୩୬ ସୁଦ୍ଧା ଓଡ଼ିଶାର ୨ଟି ବିଶ୍ବବିଦ୍ୟାଳୟ ଯେପରି ବିଶ୍ୱର ଶ୍ରେଷ୍ଠ ୫୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ ହୋଇପାରିବ ତାହାକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ହାତକୁ ନିଆଯାଇଛି। ପ୍ରତିଟି ବ୍ଲକରେ ଦୁଇଟି ଉଚ୍ଚ ଶିକ୍ଷାନୁଷ୍ଠାନ ଓ ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ବହୁ ବିଷୟକ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟ(ଏମ୍‌ଇଆରୟୁ) ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ର ରୂପରେଖ ପ୍ରସ୍ତୁତ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଆୟୋଜିତ କର୍ମଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Dispute over the river: ନଦୀକୁ ନେଇ ବିବାଦ


ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ସୂରଜ ଆହୁରି କହିଲେ ଉଚ୍ଚଶିକ୍ଷାରେ ଅନ୍ତର୍ଭୁକ୍ତିକରଣକୁ ପ୍ରାଧାନ୍ୟ ଦେବା ଦିଗରେ ବିଭାଗ କାର୍ଯ୍ୟ କରୁଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ଆସନ ସଂରକ୍ଷଣ ହୋଇଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ଏକକ ସଂରକ୍ଷଣ ପଦ୍ଧତିକୁ ଅନୁସରଣ କରିବାକୁ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ(ଶିକ୍ଷକ କ୍ୟାଡ଼ର ସଂରକ୍ଷଣ) ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ କରାଯାଇଛି।

New incarnation of an old story: ପୁରୁଣା କାହାଣୀର ନୂଆ ଅବତାର

 ବିଦେଶ ଶିକ୍ଷାବୃତ୍ତି ଯୋଜନା ମାଧ୍ୟମରେ ୧୨ଲକ୍ଷରୁ କମ୍ ଆୟ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ଛାତ୍ରଛାତ୍ରୀଙ୍କୁ ବିଦେଶରେ ପାଠ ପଢିବାକୁ ବାର୍ଷିକ ସର୍ବାଧିକ ୨୫ ଲକ୍ଷ ଓ ୨ ବର୍ଷରେ ସର୍ବାଧିକ ୫୦ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବାର ପ୍ରାବଧାନ ହୋଇଛି। ‘ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା‘ ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ପାଇଁ ବିଭାଗ ପକ୍ଷରୁ ହୋଇଥିବା କାର୍ଯ୍ୟ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବିଭାଗର ଅତିରିକ୍ତ ଶାସନ ସଚିବ ଧରଣୀଧର ନନ୍ଦ ସ୍ୱାଗତ ଭାଷଣ ଓ ଅତିରିକ୍ତ ଶାସନ ସଚିବ ଧୀରେନ୍ଦ୍ରନାଥ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe