International Conference: ‘ପୂର୍ବୋଦୟ ଦୃଷ୍ଟିକୋଣ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦ୍‌ଘାଟିତ: ‘ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତ ଗଢ଼ିବ’

Advertisment

ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ିତୋଳିବ ବୋଲି ‘ପୂର୍ବୋଦୟ ଦୃଷ୍ଟିକୋଣ -୨୦୨୫ ଅନ୍ତର୍ଜାତୀୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମାପାଟି।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ....

ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ିତୋଳିବ ବୋଲି ‘ପୂର୍ବୋଦୟ ଦୃଷ୍ଟିକୋଣ -୨୦୨୫ ଅନ୍ତର୍ଜାତୀୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମାପାଟି।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ....

ddadgzvccv

ଭୁବନେଶ୍ୱର: ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ିତୋଳିବ ବୋଲି ‘ପୂର୍ବୋଦୟ ଦୃଷ୍ଟିକୋଣ -୨୦୨୫ ଅନ୍ତର୍ଜାତୀୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମାପାଟି।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଦ ଏନର୍ଜି ଫୋରମ୍ (ଟିଇଏଫ୍‌)ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ, ପୂର୍ବ ଭାରତର ଉଦୟ ଭାରତର ଭବିଷ୍ୟତର ଅଭିବୃଦ୍ଧି ପଥକୁ ପରିଭାଷିତ କରିବ। ଓଡ଼ିଶାର ପ୍ରଗତି ସମଗ୍ର ଅଞ୍ଚଳରେ ବିକାଶର ଏକ ନୂତନ ପର୍ଯ୍ୟାୟକୁ ପ୍ରଜ୍ଜ୍ୱଳିତ କରିବ। ଏହି କାର୍ଯ୍ୟକ୍ରମ କେବଳ ଏକ ଶିକ୍ଷାଗତ କିମ୍ବା ନୀତିଗତ ମଞ୍ଚ ନୁହେଁ ବରଂ ଭାରତର କ୍ରମ ବିକଶିତ ଆକାଂକ୍ଷା, ସଭ୍ୟତାଗତ ଆତ୍ମବିଶ୍ୱାସ ଓ ପୂର୍ବ ଭାରତର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ରାଜ୍ୟପାଳ କହିଥିଲେ।

Education: ପିଲାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ପାଲା ପରିବେଷଣ କଲେ ଶିକ୍ଷକ-ଶିକ୍ଷୟିତ୍ରୀ

ରାଜ୍ୟପାଳ ସ୍ମରଣ କରାଇ ଦେଇଥିଲେ ଯେ ପୂର୍ବ ଭାରତ ଏକଦା ସମୃଦ୍ଧିର ଆଲୋକବର୍ତ୍ତିକା ଥିଲା। ଏହା ସମୃଦ୍ଧ ବନ୍ଦର, ବ୍ୟାପକ ବାଣିଜ୍ୟ ନେଟୱାର୍କ, ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ଏବଂ ସାଧବ ଗୋଷ୍ଠୀ ପାଇଁ ଗର୍ବ କରୁଥିଲା। କିନ୍ତୁ ସମୟ ସହିତ ଐତିହାସିକ ବାଧା, ଦୀର୍ଘକାଳ ଧରି ଅବହେଳା ଏବଂ ଭିତ୍ତିଭୂମିଗତ ପ୍ରତିବନ୍ଧକ ଏହି ଅଞ୍ଚଳକୁ ପଛରେ ପକାଇ ଦେଇଥିଲା। ପୂର୍ବୋଦୟ ମିସନର ଶୁଭାରମ୍ଭ ଏହି ସ୍ୱୀକୃତିକୁ ପ୍ରତିଫଳିତ କରେ ଯେ ପୂର୍ବ ଭାରତର ଉତ୍‌ଥାନ କେବଳ ଏହି ଅଞ୍ଚଳ ପାଇଁ ନୁହେଁ ବରଂ ଦେଶର ସାମଗ୍ରିକ ପ୍ରଗତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ। 
ପୂର୍ବୋଦୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଯଥା; ସେମିକଣ୍ଡକ୍ଟର ଇକୋସିଷ୍ଟମରେ ପ୍ରବେଶ, ରେଳ, ବନ୍ଦର ଓ ବିମାନ ବନ୍ଦର ଭିତ୍ତିଭୂମିର ପ୍ରସାର, ସବୁଜ ହାଇଡ୍ରୋଜେନ୍ ଜୋନ୍‌ର ବିକାଶ, ବ୍ୟାପକ ଭାବେ ପର୍ଯ୍ୟଟନ ଓ ଐତିହ୍ୟ ପ୍ରକଳ୍ପର ନିରନ୍ତର ଅଭିବୃଦ୍ଧି  ବିକାଶର ପ୍ରମୁଖ ବାହକ ସାଜିଛି।

Messi : ରାହୁଲ ଗାନ୍ଧିଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଭିଡିଓ ଅଭିଭାଷଣ ପ୍ରଦର୍ଶିତ ହୋଇଥିଲା। ସେ ଏଥିରେ କହିଥିଲେ, ବିକଶିତ ଭାରତ ପାଇଁ ପୂର୍ବୋଦୟ ହେଉଛି ଅଭିବୃଦ୍ଧିର ଇଞ୍ଜିନ। ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର। ୨୦୧୬ ଫେବୃଆରୀ ୬ରେ ‘ଇଣ୍ଡିଆନ ପାରାଦୀପ ରିଫାଇନାରୀ’କୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ‘ପୂର୍ବୋଦୟ’ର ଆଧାରଶିଳା ରଖିଥିଲେ। କେନ୍ଦ୍ର ବଜେଟ୍ ୨୦୨୪ରେ ମଧ୍ୟ ଏହି ପୂର୍ବୋଦୟ ଯୋଜନାକୁ ଆଣି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶକୁ ନେଇ ଗଠିତ ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ରୂପାନ୍ତରିତ କରିବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। 

ସମ୍ମିଳନୀରେ ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ନେପାଳର ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ନୀତି ଯୋଜନା ଏବଂ ଗବେଷଣା) ଅପର୍ଣ୍ଣା ରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ପୂର୍ବତନ ସଚିବ ଏବଂ ଦି ଏନର୍ଜି ଫୋରମ୍‌ର ଟ୍ରଷ୍ଟି ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe