Ramu unstable: ରାମୁ ଅସ୍ଥିର ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଶେଷ

Advertisment

ଭରତପୁର ଜଙ୍ଗଲରୁ ମାଟି ଖନନ କରି ସଂଗୃହୀତ ରାମୁ ହାତୀର ଅସ୍ଥି ଉଦ୍ଧାର ପରେ ମାସେ ଧରି ଏହାର ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଚାଲିଥିଲା। ଆଜି ରାସାୟନିକ ସଂରକ୍ଷଣ ପ୍ରକ୍ରିୟା....

ଭରତପୁର ଜଙ୍ଗଲରୁ ମାଟି ଖନନ କରି ସଂଗୃହୀତ ରାମୁ ହାତୀର ଅସ୍ଥି ଉଦ୍ଧାର ପରେ ମାସେ ଧରି ଏହାର ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଚାଲିଥିଲା। ଆଜି ରାସାୟନିକ ସଂରକ୍ଷଣ ପ୍ରକ୍ରିୟା....

Untitled-4

ଭୁବନେଶ୍ବର: ଭରତପୁର ଜଙ୍ଗଲରୁ ମାଟି ଖନନ କରି ସଂଗୃହୀତ ରାମୁ ହାତୀର ଅସ୍ଥି ଉଦ୍ଧାର ପରେ ମାସେ ଧରି ଏହାର ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଚାଲିଥିଲା। ଆଜି ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି। ସପ୍ତାହେ ଧରି ଫର୍ମାଲିନ୍‌ରେ ଅସ୍ଥିକୁ ଭିଜାଇ ରଖାଯିବା ପରେ ଆଜି ଏହାକୁ କଢ଼ାଯାଇଛି ଓ ଏହାକୁ ଖରାରେ ଶୁଖାଯାଇଛି। ସପ୍ତାହେ ଖରାରେ ଶୁଖିବା ପରେ ଅସ୍ଥି ସଜଡ଼ା ଓ ମରାମତି କରାଯିବ। ଏହି ଅସ୍ଥିଗୁଡ଼ିକୁ ବ୍ୟବହାର କରାଯାଇ ଲୁହାରଡ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଜରିଆରେ ହାତୀର ଆକାର ଦେଇ କାଚ ଘରେ ପ୍ରଦର୍ଶିତ କରାଯିବ। ଗୋଡ଼ିବାରି ପ୍ରକୃତି ନିବାସରେ ରାମୁ ହାତୀର ଅସ୍ଥିକୁ ପ୍ରଦର୍ଶିତ କରିବାକୁ ବନ ବିଭାଗ ଯୋଜନା କରିଛି।

Illegal barrage issue: କଲମା ବ୍ୟାରେଜ୍ ତଳେ ମହାନଦୀରେ ବେଆଇନ ବାଲିବନ୍ଧ ପ୍ରସଙ୍ଗ: ବାଲିବନ୍ଧକୁ ତୁରନ୍ତ ହଟାଉ ଛତିଶଗଡ଼

ଗତବର୍ଷ ଡିସେମ୍ବର ୧୩ରେ ଭରତପୁର ଜଙ୍ଗଲରୁ ମାଟି ଖୋଳି ରାମୁ ହାତୀର ଅସ୍ଥି ଉଦ୍ଧାର କରାଯାଇଥିଲା। ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ପ୍ରଫେସର ଡ. ଶିବପ୍ରସାଦ ପରିଡ଼ା, ଏମ୍‌ସ ଭୁବନେଶ୍ବରର ଫରେନ୍‌ସିକ୍‌ ମେଡିସିନ୍‌ ଓ ଟକ୍ସିକୋଲୋଜି ବିଭାଗର ଡା. ସୁଦୀପ୍ତ ରଂଜନ ସିଂହ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖଙ୍କୁ ନେଇ ଗଠିତ ଦଳ ଏହି ଅସ୍ଥି ଉଦ୍ଧାର କରିଥିଲେ। ଖନନ ଶେଷ ପରେ ୨୫୦ରୁ ଅଧିକ ଅସ୍ଥି ମିଳିଥିଲା। ଅଳ୍ପ କିଛି ଅସ୍ଥି ମିଳି ନଥିଲା। ପରେ ଉଦ୍ଧାର ଅସ୍ଥିକୁ ଭରତପୁର ବନାଞ୍ଚଳରେ ଥିବା ଏକ ୱାଚ୍‌ ଟାୱାରଠାରେ ରଖି ପ୍ରଥମ ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇଡ୍ରୋଜେନ୍‌ ପେରକ୍ସାଇଡ୍‌ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରି ଅସ୍ଥିରୁ ମାଂସ, ମାଟି ଆଦି ସଫା କରାଯାଇ ଗନ୍ଧମୁକ୍ତ ଓ ସଂକ୍ରମଣମୁକ୍ତ କରାଯାଇଥିଲା। ସଫା ପରେ ଖରାରେ ଶୁଖାଯାଇଥିଲା। କିନ୍ତୁ ‘ପଲଙ୍କ’ ହାତୀ ବାରମ୍ବାର ଆକ୍ରମଣ କରିବା ଓ ଅସ୍ଥିକୁ ଆଘାତ ପହଞ୍ଚାଇବାରୁ ଶେଷରେ ଭରତପୁର ବନାଞ୍ଚଳ କାର୍ଯ୍ୟାଳୟକୁ ଏହାକୁ ସ୍ଥାନାନ୍ତର କରାଯାଇଥିଲା।

Nisha Maharana's vulgar dance: ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ନେଇ ଛତିଶଗଡ଼ରେ ହଙ୍ଗାମା: ତଦନ୍ତ ନିର୍ଦ୍ଦେଶ ଦେଲେ ଗରିଆବନ୍ଧ ଜିଲ୍ଲାପାଳ

ଭରତପୁର ବନାଞ୍ଚଳ କାର୍ଯ୍ୟାଳୟଠାରେ ଫର୍ମାଲିନ୍‌ ଓ ଅନ୍ୟ ରାସାୟନିକ ପଦାର୍ଥ ଜରିଆରେ ଦ୍ବିତୀୟ ପର୍ଯ୍ୟାୟ ସଂରକ୍ଷଣ ପ୍ରକ୍ରିୟା ଆଜି ସଂପନ୍ନ ହୋଇଛି। ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ପ୍ରଫେସର ଡ. ପରିଡ଼ା କହିଛନ୍ତି, ଅସ୍ଥିଗୁଡ଼ିକର ଯେପରି ଶହ ଶହ ବର୍ଷ ଧରି ଅବକ୍ଷୟମୁକ୍ତ ରହିବ ଓ କୌଣସି ବାହ୍ୟ ଜୀବାଣୁ ଏହାକୁ ନଷ୍ଟ କରିପାରିବେନି, ସେଥିପାଇଁ ସମସ୍ତ ରାସାୟନିକ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି। ଅସ୍ଥିର ଭିତର ଓ ବାହାର ସଂପୂର୍ଣ୍ଣ ରାସାୟନିକ ପ୍ରକ୍ରିୟାକରଣ ସରିଛି। ଏହି ରାସାୟନିକ ପ୍ରକ୍ରିୟାକରଣ ହୋଇ ନଥିଲେ ଅସ୍ଥି ନଷ୍ଟ ହୋଇ ଯାଇଥାନ୍ତା। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ  ତତ୍ତ୍ବାବଧାରକ ଶ୍ରୀ ମଲ୍ଲିକ କହିଛନ୍ତି, ଏବେ ଅସ୍ଥିକୁ ସଜଡ଼ାଯିବ। ରାମୁକୁ ପୋତିବା ବେଳେ ଗାତରେ ପକାଇବା ସମୟରେ ଜୋରରେ ପଡ଼ିଥିବାରୁ କିଛି ଜାଗାରେ ଅସ୍ଥି ଚଡ଼କି ଯାଇଛି। ବିଶେଷ କରି ପଛପାର୍ଶ୍ବରେ ଏଭଳି ଫାଟ ରହିଛି। ଏସବୁକୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ଅବା ଅଠା ଦେଇ ଯୋଡ଼ା ହେବ। ବାକି କିଛି ଅସ୍ଥି ମାଟିରେ ମିଶିଯାଇଛି। ପଲଙ୍କ ଆକ୍ରମଣରେ ବି ଖପୁରି ଭାଙ୍ଗିଛି। ମାପ ଅନୁସାରେ ଏହି ଭଗ୍ନାଂଶ ଓ ମିଳୁନଥିବା ଅସ୍ଥିକୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ତିଆରି କରାଯିବ। ଏଥିପାଇଁ କାରିଗର ବି ଠିକ୍‌ ହୋଇ ସାରିଛନ୍ତି। ଶେଷରେ ଆଖିକୁ ଭିନ୍ନ ନ ଲାଗିବା ପାଇଁ ଏକ ଧଳା ରଙ୍ଗର ପ୍ରଲେପ ସଂପୂର୍ଣ୍ଣ ଅସ୍ଥିରେ ଦିଆଯିବ। ପରେ ଅସ୍ଥିକୁ ଯୋଡ଼ାଯାଇ କାଚ ଘରେ ପ୍ରଦର୍ଶିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe