ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଏକ ବଡ଼ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଏକ ପରିତ୍ୟକ୍ତ ଅନ୍ଧାରୀ କୋଠରୀରେ ଡକାୟତି ଯୋଜନା ଚାଲିଥିବା ବେଳେ ଏୟାରଫିଲ୍ଡ ଥାନା ପୁଲିସ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଟାଙ୍ଗି ଥାନା ଅଞ୍ଚଳର କାଳୁ ଚରଣ ନାୟକ(୨୯), ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଗେଟ୍ ବଜାରର ଆର୍ ରାଜୁ(୨୦), ନୟାପଲ୍ଲୀ ଥାନା ଗଡ଼ସାହିର ରାହୁଲ ମାଝି(୨୪), କେଉଁଝର ଜିଲ୍ଲା କରଞ୍ଜିଆ ବାଉଁଶନଳୀର ପ୍ରଭାତ ନାୟକ(୧୯), ଗଞ୍ଜାମର ସୁଜିତ କୁମାର ତିପାଠୀ(୨୪) ଓ କଟକ ବଡ଼ମ୍ବା ଥାନାଅଞ୍ଚଳର ବିମଳ ମହାନ୍ତି(୨୩)। ସେମାନଙ୍କଠାରୁ କଟୁରୀ, ଚାପଡ, ଖଣ୍ଡା, ଛୁରି, ଲୁହା ରଡ୍, ଦଉଡ଼ି, ଲଙ୍କା ପାଉଡର, ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ସେମାନଙ୍କ ନିକଟରୁ ବନ୍ଧୁକ ମିଳି ନଥିବା ବେଳେ ଦୁଇଟି ମାଗାଜିନ୍ ଜବତ ହୋଇଛି।
The pairing of literature and cinema: ସାହିତ୍ୟ ଓ ସିନେମାର ଯୁଗଳବନ୍ଦୀ
ପୁଲିସ ସୂଚନା ଅନୁଯାୟୀ କାଳୁ ଏୟାର ଫିଲଡ଼୍ ଥାନା ଆର୍ଯ୍ୟନ୍ନଗରରେ ରହୁଥିବା ବେଳେ ରାହୁଲ ଓ ପ୍ରଭାତ ନୟାପଲ୍ଲୀରେ ରୁହନ୍ତି। ସେହିପରି ସୁଜିତ ଧଉଳି କୁମ୍ଭାଢ଼େହି ଅଞ୍ଚଳରେ ରହେ । ଗତକାଲି ରାତିରେ ଆର୍ଯ୍ୟନ୍ନଗରଠାରେ ଥିବା ଡୁପ୍ଲେକ୍ସ ବିଲ୍ଡିଂ ର ଏକ ପରିତ୍ୟକ୍ତ ତଥା ଅନ୍ଧାରିଆ କୋଠରିରେ ୬ଜଣ ବସି ଡକାୟତି ଯୋଜନା କରୁଥିଲେ। ଏନେଇ ଖବରପାଇ ଏୟାରଫିଲ୍ଡ ଥାନାର ଏକ ଟିମ ସେଠାରେ ଚଢଉ କରି ସମସ୍ତଙ୍କୁ କାବୁ କରିଥିଲେ। ଛାନଭିନ ସମୟରେ ଘଟଣା ସ୍ଥଳରୁ ଡକାୟତିରେ ବ୍ୟବହାର ଉପଯୋଗୀ ବିପୁଳ ପରିମାଣର ମରଣାସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଭିଯୁକ୍ତ କାଳୁଚରଣ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ସୋରଡ଼ା ଓ ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ବେଳେ, ଅଭିଯୁକ୍ତ ରାହୁଲ ମାଝିଙ୍କ ନାମରେ କ୍ୟାପିଟାଲ୍ ଓ ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି।
୫ଜଣଙ୍କୁ ବାନ୍ଧିଲା ପୁଲିସ
ନାଇଟ୍ କୋଚ୍ ଯାତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ବସ୍ ଲାଗିବା ପରେ ଭିତରେ ପଶି ଯାତ୍ରୀଙ୍କଠାରୁ ଲୁଟ୍ପାଟ କରିଥା’ନ୍ତେ। ଏଥିପାଇଁ ଡକାୟତି ଦଳ ହାତରେ ମାରଣାସ୍ତ୍ର ସହ ଖେଳନା ବନ୍ଧୁକ ଧରି ପ୍ରସ୍ତୁତ ଥିଲେ। ଠିକ୍ ସମୟରେ ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରି ବଡ଼ ଧରଣର ଡକାୟତିକୁ ପଣ୍ଡୁ କରିବା ସହ ୫ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଅଞ୍ଚଳର ମନୋଜ କୁମାର ନାୟକ(୨୭), ସଦର ଅଞ୍ଚଳର ସୁଶାନ୍ତ ନାୟକ ଓରଫ ଟିମା(୨୯), ଶରଣକୁଳ ଅଞ୍ଚଳର ପ୍ରକାଶ ଗାଣ ଓରଫ ଡାକ(୩୦), ଯାଜପୁର ଧର୍ମଶାଳା ଅଞ୍ଚଳର ବିକି ରାଉତ(୨୬) ଏବଂ ବ୍ରହ୍ମପୁର ସଦର ଅଞ୍ଚଳର ବିକି ଜେନା(୨୭)। ପୁଲିସ ସେମାନଙ୍କ ନିକଟରୁ ଖେଳନା ବନ୍ଧୁକ, ଖଣ୍ଡା, କାତି, ଭୁଜାଲି ଆଦି ମାରଣାସ୍ତ୍ର ଜବତ କରିଛି।
Kamala Nehru : କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଅସଜଡ଼ା ଭିତ୍ତିଭୂମି ବିଗାଡ଼ୁଛି ଶୈକ୍ଷିକ ବାତାବରଣ
ସୂଚନା ମୁତାବକ, ଶନିବାର ରାତି ପାଖାପାଖି ୧୨ଟା ସମୟରେ ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗ ଜାତୀୟ ରାଜପଥ ରମାମଣି ପେଟ୍ରୋଲ୍ ପମ୍ପ ପଛ ପଟେ ଏକାଠି ହୋଇଥିବା ଖବର ମିଳିଥିଲା। ସଙ୍ଗେସଙ୍ଗେ ଖଣ୍ଡଗିରି ଥାନାର ଦୁଇଟି ଟିମ୍ ପେଟ୍ରୋଲ୍ ପମ୍ପ ପଛପଟେ ଘେରି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଡକାୟତି ଗ୍ୟାଙ୍ଗ ଫେରାର୍ ଉଦ୍ୟମ ପୁଲିସକୁ ବନ୍ଧୁକ ଦେଖାଇବା ସହ ମାରଣାସ୍ତ୍ରରେ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ। ଶେଷରେ ପୁଲିସ ୫ଜଣଙ୍କୁ କାବୁ କରିବାରରେ ସକ୍ଷମ ହୋଇଥିଲା।ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିଲା। ସେମାନେ ପୁଲିସକୁ ଦେଖାଇଥିବା ବନ୍ଧୁକଟି ନକଲି ବୋଲି ଜଣାପଇଥିଲା। ଜେରା ବେଳେ ପୂର୍ବରୁ ମଧ୍ୟ ଏଭଳି ଉଦ୍ୟମ କରିଥିଲେ ଓ କେତୋଟିରେ ସଫଳ ହୋଇଥିବା ସ୍ବୀକାର କରିଛନ୍ତି।
Follow Us