Student rescued: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ର ଉଦ୍ଧାର

Advertisment

ରାଜଧାନୀରେ ପୁଣି ଜଣେ ଛାତ୍ର ନିଖୋଜ ଘଟଣା ଆଲୋଡ଼ନ ଖେଳାଇଥିବା ବେଳେ ୩୨ ଘଣ୍ଟା ପରେ ତାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଛି କମିସନରେଟ୍‌ ପୁଲିସ। ନିଖୋଜର ୩୨....

ରାଜଧାନୀରେ ପୁଣି ଜଣେ ଛାତ୍ର ନିଖୋଜ ଘଟଣା ଆଲୋଡ଼ନ ଖେଳାଇଥିବା ବେଳେ ୩୨ ଘଣ୍ଟା ପରେ ତାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଛି କମିସନରେଟ୍‌ ପୁଲିସ। ନିଖୋଜର ୩୨....

Untitled-8

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ର ନିଖୋଜ ଘଟଣା ଆଲୋଡ଼ନ ଖେଳାଇଥିବା ବେଳେ ୩୨ ଘଣ୍ଟା ପରେ ତାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଛି କମିସନରେଟ୍‌ ପୁଲିସ। ନିଖୋଜର ୩୨ ଘଣ୍ଟା ପରେ ସୁନ୍ଦରପଦା ହାଇଟେକ୍‌ ପ୍ଲାଜା ନିକଟ ନିଛାଟିଆ ସ୍ଥାନରେ ଥିବା ଏକ ପୁରୁଣା ଘର ଭିତରୁ ତାଙ୍କୁ ସାରା ଶରୀର ରକ୍ତାକ୍ତ ଅବସ୍ଥାରେ ଏୟାାରଫିଲ୍ଡ ଥାନା ପୁଲିସ ଉଦ୍ଧାର କରିଛି। ଶରୀରରେ କେତେକ ସ୍ଥାନରେ କ୍ଷତ ମଧ୍ୟ ଅଛି, ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ କିଛି କହିପାରୁ ନଥିଲେ। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେ ପରୀକ୍ଷା ଦେବାକୁ ସ୍କୁଲ ବାହାରିଥିଲେ। ହେଲେ ଏଠାକୁ କେମିତି ଆସିଲେ, କିଏ ତାଙ୍କୁ ଅପହରଣ କରିଥିଲେ ନା ପରୀକ୍ଷା ଭୟରେ ସେ ଏଠାକୁ ଆସି କୌଣସି ଅଘଟଣର ଶିକାର ହେଛେନ୍ତି, କିପରି କ୍ଷତ ଓ ଶରୀର ସାରା ରକ୍ତାକ୍ତ ହେଲା? ଏମିତି ମାଳମାଳ ପ୍ରଶ୍ନ ଏବେ ବି ରହସ୍ୟ ହୋଇ ରହିଛି। ଏନେଇ ଏୟାରଫିଲ୍ଡ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଛାତ୍ରଙ୍କୁ ପଚରା ଉଚରା କରିଛି।

No money: ଟଙ୍କା ନାହିଁ କାମ ବନ୍ଦ, ସେପଟେ ଦରଦ


ସୂଚନା ମୁତାବକ, ପୋଖରୀପୁଟ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ସ୍କୁଲର ୯ମ ଶ୍ରେଣୀର ଛାତ୍ର ‌ସୋମବାର ସକାଳୁ ପରୀକ୍ଷା ଦେବା ପାଇଁ ଘରୁ ବାହାରିଥିଲେ। ପରୀକ୍ଷା ସାରି ଘରକୁ ନଫେରିବାରୁ ପରିବାରଲୋକ ଦ୍ବନ୍ଦ୍ବରେ ପଡ଼ିଥିଲେ। ସ୍କୁଲ୍‌ର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହପାଠୀ, ସମ୍ପର୍କୀୟ ପର୍ଯ୍ୟନ୍ତ ଯାହାକୁ ବି ପୁଅ ସମ୍ପର୍କରେ ପଚାରିଲେ କେହି କିଛି କହିପାରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାରଲୋକ ଏୟାରଫିଲ୍ଡ ଥାନାରେ ଜଣାଇଥିଲେ। ପୁଲିସ ଟିମ୍‌ ତାଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ କଲା।

BJP leaders : ସଂଗଠନ ସୁଦୃଢ଼ କରିବାକୁ ବିଜେପି ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ

ସ୍କୁଲ୍‌ ଓ ଘର ରାସ୍ତାକୁ ସଂଯୋଗ କରିଥିବା ସମସ୍ତ ରାସ୍ତାର ସିସିଟିଭି ଫୁଟେଜ୍‌ ପୁଲିସ ଯାଞ୍ଚ କରିଥିଲା। ଅପରେସନ୍‌ ଜାରି ରହିଥିବା ବେଳେ ମଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୪ଟା ସମୟରେ ପୁଲିସକୁ ଖବର ମିଳିଥିଲା ଯେ କେହି ଜଣେ ଯୁବକ ସୁନ୍ଦରପଦା ହାଇଟେକ୍‌ ପ୍ଲାଜା ନିକଟ ଏକ ଘରେ ଶୋଇଛି। ଖବର ପାଇ ପୁଲିସ ଟିମ୍‌ ସେଠାରେ ପହଞ୍ଚିଥିଲା। ଛାତ୍ରଙ୍କ ପିଠି, ହାତ ଆଦି ସ୍ଥାନରେ କ୍ଷତ ଥିବା ସହ ରକ୍ତସ୍ରାବ ହେଉଥିଲା। ପୁଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ଛାତ୍ରଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସେଠାରେ ଛାତ୍ରଙ୍କ ହାତରେ ପ୍ଲାଷ୍ଟିକ ସର୍ଜରି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe