ଭୁବନେଶ୍ବର: ମୋ ସହ ରାତିରେ କଥାହୁଅ। ମଝିରେ ମଝିରେ ଆସି ସମ୍ପର୍କ ରଖ। ନହେଲେ ମାର୍କ କାଟିଦେବି। ଦରକାର ପଡ଼ିଲେ ଫେଲ୍କରାଇଦେବି। ଏମିତି ଛାତ୍ରୀଙ୍କୁ ଧମକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲ(୬୨)ଙ୍କୁ ଖାରବେଳ ନଗର ପୁଲିସ ଗିରଫ କରିଛି। ଅଧ୍ୟାପକଙ୍କ କଳାକାରନାମା ପଦାକୁ ଆସିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ।
The market: ସୌନ୍ଦର୍ଯ୍ୟ ହରାଇଲାଣି ମାର୍କେଟ୍ ବିଲ୍ଡିଂ
ଅଭିଯୋଗ ମୁତାବକ, ପାଖାପାଖି ୬ ମାସ ତଳେ ସଂଗୀତ ମହାବିଦ୍ୟାଳୟରେ ଡ୍ରାମା ବିଭାଗ ଅଧ୍ୟାପକ ଭାବେ ଶତ୍ରୁଘ୍ନ ଯୋଗଦେଇଥିଲେ। ଯୋଗଦେବାର କିଛିଦିନ ପରେ ସେ ଶିକ୍ଷାଦାନ ଭୁଲି ଡ୍ରାମା ଶିଖାଇବା ଆଳରେ ଛାତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିଲେ। ଛାତ୍ରୀଙ୍କ ନମ୍ବର ନେଇ ସେମାନଙ୍କୁ କଲ୍କରି ଏକାନ୍ତରେ କଥା ହେବାକୁ କହୁଥିଲେ। ଛାତ୍ରୀ ବୋଲି ଭୁଲିଯାଇ ପ୍ରେମିକା ଭଳି ବ୍ୟବହାର କରୁଥିଲେ। ଛାତ୍ରୀମାନେ ପ୍ରତିବାଦ କଲେ କାହାକୁ ପରୀକ୍ଷାରେ ମାର୍କ କମ୍ଦେବାର ଧମକ ତ କାହାକୁ ଫେଲ୍କରାଇଦେବାକୁ କହୁଥିଲେ। ତେଣୁ ଭୟରେ ତାଙ୍କ ବିରୋଧରେ କେହି ମୁହଁ ଖୋଲୁ ନଥିଲେ।
ଅଧ୍ୟାପକ ଜଣେ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ନେଇ ଫୋନ୍ରେ ଅଶ୍ଳୀଳ ଇଂଗିତ କରିଥିଲେ। ହେଲେ ଛାତ୍ରୀ ଏସବୁ କଥା ନହେବାକୁ ବାରଣ କରିଥିଲେ। ଯାହାକୁ ନେଇ ଅଧ୍ୟାପକ ରାଗିଯାଇ ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ତାଙ୍କୁ ଧମକଚମକ ଦେଇଥିଲେ। ତେବେ ଛାତ୍ରୀଜଣକ ସାହସ କରି ଅଧ୍ୟାପକଙ୍କ ବାର୍ତ୍ତାଳାପର ରେକର୍ଡିଂ କରିଥିଲେ ଏବଂ ଏନେଇ ସହପାଠୀଙ୍କୁ ଜଣାଇଥିଲେ। ଏହାପରେ ଗୁରୁବାର ଅର୍ଥାତ ଆଜି ସକାଳେ ଛାତ୍ରଛାତ୍ରୀ ଏକାଠି ହୋଇ ଅଧ୍ୟକ୍ଷଙ୍କୁ ଭେଟି ପ୍ରତିବାଦ କରିଥିଲେ। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବାରୁ କ୍ୟାମ୍ପସ୍ରେ ଉତ୍ତେଜନା ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ ରାସ୍ତା ଉପରେ ଧାରଣାରେ ବସିଥିଲେ। ପୁଲିସ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶଙ୍କ ନେତୃତ୍ବରେ ୩ଜଣିଆ ଟିମ୍ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିଲା ଏବଂ ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ପୋକ୍ସୋ ସହ ବିଭିନ୍ନ ଧାରାରେ ମାମଲା ରୁଜୁକରି ଅଧ୍ୟାପକ ଶ୍ରୀ ସାମଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Follow Us