Advertisment

The market: ସୌନ୍ଦର୍ଯ୍ୟ ହରାଇଲାଣି ମାର୍କେଟ୍‌ ବିଲ୍‌ଡିଂ

Advertisment

କେଉଁଠି ଖୁଣ୍ଟି ଅଛି ଲାଇଟ୍‌ ନାହିଁ ତ କେଉଁଠି ଗୋଟିଏ ପଟେ ଲାଇଟ୍‌ ଥିଲେ ଅନ୍ୟ ପଟେ ନାହିଁ। ଆଉ କେଉଁଠି ଖୁଣ୍ଟି ପାଖ ଅଞ୍ଚଳ ଡଷ୍ଟବିନ୍‌ ପାଲଟିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସହରର...

କେଉଁଠି ଖୁଣ୍ଟି ଅଛି ଲାଇଟ୍‌ ନାହିଁ ତ କେଉଁଠି ଗୋଟିଏ ପଟେ ଲାଇଟ୍‌ ଥିଲେ ଅନ୍ୟ ପଟେ ନାହିଁ। ଆଉ କେଉଁଠି ଖୁଣ୍ଟି ପାଖ ଅଞ୍ଚଳ ଡଷ୍ଟବିନ୍‌ ପାଲଟିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସହରର...

Untitled-6

ଭୁବନେଶ୍ୱର: କେଉଁଠି ଖୁଣ୍ଟି ଅଛି ଲାଇଟ୍‌ ନାହିଁ ତ କେଉଁଠି ଗୋଟିଏ ପଟେ ଲାଇଟ୍‌ ଥିଲେ ଅନ୍ୟ ପଟେ ନାହିଁ। ଆଉ କେଉଁଠି ଖୁଣ୍ଟି ପାଖ ଅଞ୍ଚଳ ଡଷ୍ଟବିନ୍‌ ପାଲଟିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍‌ଡିଂରେ। ପ୍ରତିଦିନ ମାର୍କେଟ ବିଲଡିଂରେ ଶହ ଶହ ଲୋକଙ୍କ ଭିଡ଼ ଜମେ। ଏବେ ବାହାଘର ଋତୁ ଚାଲିଥିବାରୁ କେବଳ ରାଜଧାନୀ ନୁହେଁ, ରାଜଧାନୀ ବାହାରୁ ମଧ୍ୟ ବହୁ ଲୋକ ଏଠାକୁ ଆସୁଛନ୍ତି। ହେଲେ  ରକ୍ଷଣାବେକ୍ଷଣ ଅଭାବରୁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି।

Syed Mushtaq Ali Trophy: ସୟଦ ମୁସ୍ତାକ ଅଲୀ ଟ୍ରଫି: ରେଳବାଇକୁ ୧ ରନ୍‌ରେ ହରାଇଲା ଓଡ଼ିଶା, ସୌମ୍ୟଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ

ମାର୍କେଟ ବିଲ୍‌ଡିଂରେ ଥିବା ୱାଟର୍‌ ଫାଉଣ୍ଟେନ୍‌ ଦୁଇ ବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ପୂର୍ବରୁ ଏଠାରେ ଗ୍ରାହକମାନେ ଫଟୋ ଓ ଭିଡିଓ ସୁଟ୍‌ କରି ମଜା ନେଉଥିଲେ। ହେଲେ ଏବେ ଏହାକୁ ନ ସଜାଡ଼ି ଚାରିପଟେ କେବଳ ଫୁଲକୁଣ୍ଡ ରଖାଯାଇଛି। ପରିସରରେ ପାନୀୟ ଜଳ ପାଇଁ ଥିବା କିଓସ୍କ ସମୁଦ୍ରକୁ ଶଙ୍ଖେ ଭଳି। ବିଲଡିଂ ପରିସରରେ ଥିବା ସ୍ମାର୍ଟ କିଓସ୍କ ମଧ୍ୟ ଅଚଳ ହୋଇପଡ଼ିଛି। ପୂର୍ବରୁ ମାର୍କେଟ ବିଲ୍‌ଡିଂଙ୍କୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ସହିତ ଗ୍ରାହକଙ୍କୁ ମୋବାଇଲ୍‌ ଫୋନ୍‌ ଟକ୍‌ଟାଇମ ସୁବିଧା ଦେବା ପାଇଁ ଥିବା ପ୍ଲାଷ୍ଟିକ୍‌ ରିଭର୍ସ ଭେଣ୍ଡିଂ ମେସିନ ଖରାପ ହୋଇ ପଡ଼ିଛି। ସେହିପରି ପରିସରରେ ଥିବା ଶ୍ରୀରାମ ମନ୍ଦିର ପ୍ରତିକୃତି ମଡେଲରେ ଥିବା କାଠଗୁଡ଼ିକ ନଷ୍ଟ ହୋଇଗଲାଣି। ମଝିରେ ଗ୍ରାହକମାନେ ବସିବାକୁ ଥିବା ଜାଗାରେ ସ୍ଥାନେ ସ୍ଥାନେ ଭଙ୍ଗା ଲାଇଟ୍‌ର ଅଂଶ, ବାଉଁଶ ତଥା ଅନ୍ୟାନ୍ୟ ଆବର୍ଜନା ପଡ଼ିଛି।  
ବହୁତଳ ପାର୍କିଂ ସହ ମାର୍କେଟ ପରିସରରେ ପାର୍କିଂ ସୁବିଧା ଥିବା ସତ୍ତ୍ୱେ ଯେଉଁଠି ଦେଖିବ ସେଠାରେ ମନଇଚ୍ଛା ଗାଡ଼ି ପାର୍କିଂ ହେଉଛି। ବିଶେଷକରି ପେଟ୍ରୋଲପମ୍ପ ନିକଟସ୍ଥ ପ୍ରବେଶ ପଥରେ ଅଧା ରାସ୍ତା ଯାଏଁ ଲୋକମାନେ ମୋଟରସାଇକେଲ ରଖୁଛନ୍ତି। କେବଳ ସେତିକି ନୁହେଁ, କିଛି ବ୍ୟବସାୟୀ ନିଜର ଦୋକାନଠାରୁ ବହୁ ଆଗ ପର୍ଯ୍ୟନ୍ତ ଜିନିଷ ପ୍ରଦର୍ଶିତ କରିଛନ୍ତି। ଫଳସ୍ୱରୁପ ରାସ୍ତା ସଙ୍କୁଚିତ ହେଉଛି। ସେହିପରି ବିଲଡିଂ କଡ଼ରେ ଥିବା ପାଦଚଲା ରାସ୍ତାରେ ଉଠା ବେପାରୀମାନେ ଆଡ଼ା ଜମାଇଛନ୍ତି। 
ଏ ସଂକ୍ରାନ୍ତରେ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ୍‌ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି ଯେ ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ ସମସ୍ୟା ପାଇଁ ଆଲୋଚନା ହୋଇଛି। ନିଜର ସୀମା ଭିତରେ ବେପାର କରିବାକୁ ମଧ୍ୟ କୁହାଯାଇଛି। ମାର୍କେଟରେ ପ୍ରବେଶ ପଥରେ ଗେଟ୍‌ ଲଗାଇବା, ମାର୍କେଟ ବଢ଼ାଇବା ସହିତ ଅନ୍ୟାନ୍ୟ ସମସ୍ୟା ପାଇଁ ସରକାରଙ୍କ ସହ ଖୁବ ଶୀଘ୍ର ଆଲୋଚନା ହେବ।

Sayan: ଜୀବନର ବୈଚିତ୍ର୍ୟ ଦର୍ଶାଇଛି ‘ସାୟନ: ଏ ଚାରଣ୍ ଷ୍ଟୋରି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe