ଭୁବନେଶ୍ବର: ଜନପଥର ସୌନ୍ଦର୍ଯ୍ୟୀକରଣ କରାଯିବ। ବିଭିନ୍ନ ଋତୁରେ ପଥଚାରୀଙ୍କୁ ଭିନ୍ନ ଭିନ୍ନ ଅନୁଭୂତି ମିଳିବ। କେବେ ଶୀତଦିନିଆ ଫୁଲ ଜନପଥର ଶୋଭା ବଢ଼ାଇବ ତ ଆଉ କେବେ ବର୍ଷାଦିନିଆ ସବୁଜିମା ଦେଖଣାହାରୀଙ୍କ ମନ ମୋହିବ। ବାଣୀବିହାରଠାରୁ ଶିଶୁଭବନ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବ ରାସ୍ତାକୁ ଏଭଳି ରୂପ ଦେବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ଯୋଜନା ପ୍ରସ୍ତୁତ କରିଛି। କେବଳ ସେତିକି ନୁହେଁ, ଖାଲିଥିବା ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ପାଖାପାଖି ୨.୬୯ କୋଟି ଟଙ୍କାରେ ଏହି ଉନ୍ନତୀକରଣ ହେବ ବୋଲି ସୂଚନା ମିଳିଛି। ତେବେ ବାଉଁଶ ବାଡ଼ା ପରି ଅଭିନବ ପଦକ୍ଷେପ ନେଇଥିବା ବିଏସ୍ସିଏଲ୍ର ଏହି ଯୋଜନା କେତେ ସଫଳ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
Blood donation: ଓୟୁଏଟିରେ ରକ୍ତଦାନ ଶିବିର; ୫୬ ୟୁନିଟ୍ ରକ୍ତ ସଂଗ୍ରହ
ପ୍ରାଥମିକ ପର୍ଯ୍ୟାୟରେ ମେଡିଆନ୍ର ସୌନ୍ଦର୍ଯ୍ୟୀକରଣ ହେବ। ପୂର୍ବରୁ ବିଭିନ୍ନ ଡିଜାଇନ୍ ତର୍ଜମା ପରେ ଏମ୍ଏସ୍ ଗ୍ରିଲ୍(ମାଇଲ୍ଡ ଷ୍ଟିଲ୍ ଗ୍ରିଲ୍) ଲଗାଇବାକୁ ଯୋଜନା ହୋଇଛି। କେଉଁ ଡିଜାଇନ୍ର ଗ୍ରିଲ୍ ଲାଗିବ, ତାହା ଚୂଡ଼ାନ୍ତ ହୋଇସାରିଛି। ଏଥିସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରଜାତିର ଗଛ ସବୁ ଲାଗିବ। ସୌନ୍ଦର୍ଯ୍ୟୀକରଣ ପାଇଁ ଫୁଲଗଛ ବଦଳରେ ବଡ଼ ଗଛ ଲଗାଇବାକୁ ନିଷ୍ପତ୍ତି ହେଉଛି। ଗଛର ଉଚ୍ଚତା କେତେ ରହିବ, କେଉଁ ପ୍ରଜାତିର ଗଛ ସବୁ ଲାଗିବ ସେନେଇ ବିଏସ୍ସିଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମେଡିଆନ୍ରେ ଉଦ୍ୟାନଭିତ୍ତିକ କାମ ଶେଷ ପରେ ରାସ୍ତାର ଦୁଇ ପାର୍ଶ୍ବ ତଥା ଜନପଥ କାମ ଆରମ୍ଭ ହେବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଇଡ୍କୋ କୋଠା ନିକଟ, ମାଷ୍ଟରକ୍ୟାଣ୍ଟିନ୍, ରାଜମହଲ ଛକ, ଶିଶୁ ଭବନ ରାସ୍ତାପାର୍ଶ୍ବରେ ଖାଲିଥିବା ସ୍ଥାନର ସୌନ୍ଦର୍ଯ୍ୟୀକରଣ କରାଯିବ। ପଥଚାରୀଙ୍କ ବସିବା ପାଇଁ ଚେୟାର, ଟେବୁଲ୍ ଆଦି ନିର୍ମାଣ କରାଯିବ।
Noise pollution: ଶବ୍ଦ ପ୍ରଦୂଷଣ ପାଇଁ ବିପଦରେ ସାମୁଦ୍ରିକ ପରିସଂସ୍ଥା
ମିଳିଥିବା ସୂଚନା ଅନୁଯାୟୀ ଋତୁଭିତ୍ତିକ ୩ଟି ବର୍ଗର ଗଛ ଏହି ୫ କିମି ରାସ୍ତା ପାର୍ଶ୍ବରେ ଲାଗିବ। ପୂର୍ବରୁ ସ୍ପଇଡର ଲିଲି ଗଛ ଥିବା ବେଳେ ଏବେ ବିଭିନ୍ନ ପ୍ରଜାତିର ପାମ୍ ଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଗ୍ରିନ୍ ୱେ ନାମକ ସଂସ୍ଥାକୁ ଏହି ଗଛ ଲଗାଇବା ସହ ଆସନ୍ତା ୩ ବର୍ଷ ପାଇଁ ରକ୍ଷଣାବେକ୍ଷଣ କରିବେ। ଭୁବନେଶ୍ବରକୁ ବିଶ୍ବସ୍ତରୀୟ ରୂପ ଦେବାକୁ ଏଭଳି ପରିକଳ୍ପନା କରାଯାଇଛି ବୋଲି ବିଏସ୍ସିଏଲ୍ର ଜଣେ ଅଧିକାରୀ କହିଛନ୍ତି।ଇତିମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସୌନ୍ଦର୍ଯ୍ୟୀକରଣ ଉପରେ ଆଲୋଚନା ହୋଇଯାଇଛି। ଏବେ ୫ କିମି ବିଶିଷ୍ଟ ଏହି ରାସ୍ତାର ମେଡିଆନ୍ରୁ ବାଉଁଶ ବାଡ଼ା ହଟାଇ ଦିଆଯାଇଛି। ମାଇଲ୍ଡ ଷ୍ଟିଲ୍ ଗ୍ରିଲ୍ ଲଗାଇବା ଦିଗରେ ପଦକ୍ଷେପ ମଧ୍ୟ ନିଆଯାଇଛି। ମେଡିଆନ୍ରେ ନୂଆ ଗଛ ଲଗାଇବା ପୂର୍ବରୁ ମାଟି ପରିବର୍ତ୍ତନ ହେବ। ପୁରୁଣା ମାଟିରେ ଗଛଗୁଡ଼ିକ ଭଲ ବଢ଼ୁ ନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/untitled-14-2026-02-24-08-06-32.jpg)