ଖଣ୍ଡଗିରି: ‘ଦେଖଇ ନେତ୍ରଯାହା ଚଉଦିଗର, ସେସବୁର ଅଟଇ ମୁଁ ଅଧୀଶ୍ବର’। କବି ମଧୁସୂଦନ ରାଓଙ୍କ କବିତା ‘ନିର୍ବାସିତର ବିଳାପ’ର ଏହି ପଙ୍‌କ୍ତିଟି ଥିଲା ଜଣେ ନିସଙ୍ଗ ମଣିଷର ଅନ୍ତର୍ବେଦନାର କଥା। ନିସଙ୍ଗତା ଯେ କେତେ ଭୟଙ୍କର, ତାହାକୁ କବି କଟାକ୍ଷ କରି ଏଭଳି ପଦଟିଏ ଲେଖିଥିଲେ। କିନ୍ତୁ ଏବେ ସେହି ପଂକ୍ତିର ଯଥାର୍ଥତା ଅନୁଭୂତ ହେଉଛି। ସମ୍ପ୍ରତି ପ୍ରାୟ ସମସ୍ତେ ନିଜ ନିଜ କ୍ଷେତ୍ରରେ ତଥା କର୍ମରେ ବ୍ୟସ୍ତ। ଅତ୍ୟାଧୁନିକ ଜୀବନଶୈଳୀ ମଣିଷର କର୍ମମୟ ଜୀବନର ଜଞ୍ଜାଳସମୂହକୁ ଏତେ ଜଟିଳ କରିସାରିଲାଣି ଯେ ଧୀରେଧୀରେ ମଣିଷ ମାନସିକ ଶାନ୍ତିଠାରୁ ଦୂରେଇ ଯାଉଛି। ଅତ୍ୟାଧୁନିକ ଜୀବନଯାପନ ପାଇଁ ପ୍ରଚୁର ପଇସା ଲୋଡ଼ା ଏବଂ ସେଥିପାଇଁ ମଣିଷ ଅଣନିଃଶ୍ବାସୀ ହୋଇ ଧାଇଁବାରେ ଲାଗିଛି। ଏବେ ଦେଖାଯାଉଛି, ମଣିଷ ଧାଇଁଧାଇଁ କ୍ଳାନ୍ତ ଅନୁଭବ କଲାଣି। ପାଖରେ ପଇସା ଅଛି, ଅଥଚ ଶାନ୍ତି ନାହିଁ। ଜଞ୍ଜଳାଯୁକ୍ତ ଜୀବନର ଗହଳଚହଳ ଭଲ ଲାଗୁନାହିଁ। ତେଣୁ ସେ ଖୋଜୁଛି ନିର୍ଜନତା, ନିସଙ୍ଗତା। ତାକୁ ଲୋଡ଼ା ନିର୍ଜନତାର ନିଆରା ଆନନ୍ଦ। ବେଶ୍‌ କିଛି ଏକାକୀ ବିତାଇବାରେ ଯେଉଁ ଖୁସି ମିଳୁଛି, ତାହା ଯେମିତି ମହାର୍ଘ୍ୟ ପାଲଟିଯାଉଛି। ସେହିଭଳି ଏକାକୀ ବୁଲିବା ବି ମନରେ ଭରିଦେଉଛି ଅପୂର୍ବ ଆନନ୍ଦ। ଏଭଳି ଚିନ୍ତାଧାରା ଧୀରେଧୀରେ ଯୁବପିଢ଼ିର ମାନସିକତାକୁ ଛୁଇଁବା ଆରମ୍ଭ କରିଛି। ତେଣୁ ଏକୁଟିଆ ବୁଲିବାର ମଜା ପାଇଁ ଏବେ କିଛି ଦିନ ହେଲା ‘ସୋଲୋ ଟ୍ରିପ୍’ ଟ୍ରେଣ୍ଡ୍‌ ନେଇଛି। 

Advertisment

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ଆଇଫୋନ୍‌ ଭଳି ଦାମୀ ଚୀନା ଫୋନ୍‌

ସମୟ ବଦଳିବା ସହିତ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଆଧୁନିକତାର ସ୍ପର୍ଶରେ ଖାଦ୍ୟଠାରୁ ବସ୍ତ୍ର ପର୍ଯ୍ୟନ୍ତ ସବୁକିଛିରେ ବହୁ ପରିବର୍ତ୍ତନ ହୋଇଛି। ଏହି ଧାରା ବି ଦେଖିବାକୁ ମିଳୁଛି‌ ଲୋକଙ୍କର ଛୁଟି କାଟିବା ଯୋଜନାରେ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ଏକାଠି ଛୁଟିରେ ବୁଲିବାକୁ ଯାଉଥିବା ଦିନ ଏବେ ଚାଲିଗଲାଣି। ଏକାକୀ ଯାତ୍ରା ବା ‘ସୋଲୋ ଟ୍ରିପ୍‌’ ଏବେ ଟ୍ରେଣ୍ଡ୍‌ରେ। ନିଜ ପାଇଁ ଗନ୍ତବ୍ୟସ୍ଥଳ ଅନୁସନ୍ଧାନ କରି ଏକ ନୂତନ ରୋମାଞ୍ଚର ସନ୍ଧାନରେ ସମସ୍ତେ। ଯୁବପିଢ଼ିଙ୍କର ଏଥିରେ ବେଶି ଆଗ୍ରହ। ଏଭଳି ଆଗ୍ରହକୁ ଦେଖି ସହ‌ରରେ ମଧ୍ୟ ଶତାଧିକ ଟ୍ରାଭେଲ୍‌ ଏଜେନ୍ସି ସୋଲୋ ଟ୍ରିପ୍‌କୁ ନେଇ ବ୍ୟବସ‌ାୟ ଆରମ୍ଭ କରିଛନ୍ତି। ଯିଏ ସୁଲଭ ମୂଲ୍ୟରେ ଯାତ୍ରୀଙ୍କୁ ପ୍ୟାକେଜ୍ ତିଆରି କରି ସ୍ବପ୍ନର ସହର, ରାଜ୍ୟ ବା ଦେଶକୁ ବୁଲାଇ ନେଉଛନ୍ତି। ନିଜ ସ୍ବାଧୀନତାରେ ବୁଲିବା, ନିତିଦିନ ଦେଖାହେଉଥିବା ବା ଯାଉଥିବା ସ୍ଥାନ, ଲୋକଙ୍କଠାରୁ ଟିକେ ଦୂରକୁ ଯାଇ ନିଜକୁ ସମୟ ଦେବ‌ା, ନୂଆ ଲୋକଙ୍କ ସହବନ୍ଧୁତା କରିବା ଆଗ୍ରହ ଏହାକୁ ଟ୍ରେଣ୍ଡ୍‌କୁ ଆଣିଛି।

A city: ନାଁକୁ ସହର, ନିଆରା ଗାଁଟିଏ

ଏକା ବୁଲିଗଲେ ସମସ୍ତ କାର୍ଯ୍ୟ ନିଜ ମୁତାବକ କରିବାକୁ ହୁଏ। ବୁଲିବାକୁ ଯିବା ସ୍ଥାନ ଚୟନ କରିବା ଠାରୁ ନେଇ କେଉଁଠାରେ ରହିବେ ଓ କ’ଣ ଖାଇବେ ଏନେଇ ସମସ୍ତ ନିଷ୍ପତ୍ତି ନିଜେ ନେବାକୁ ହୁଏ। ଫଳରେ ଏହା ନିର୍ଣ୍ଣୟ ନେବା କ୍ଷମତା ବଢ଼ାଏ। ଯାତ୍ରାରେ ଆସୁଥିବା ସବୁ ଛୋଟ ବଡ଼ ବାଧକ ଦୃଢ଼ତାର ସହିତ ସାମ୍ନା କରିବାକୁ ମନସ୍ଥ କରିବାକୁ ହୁଏ। ଏହା ସହିତ ଅନେକ ଯାଗା ବୁଲି ବିଭିନ୍ନ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିବାର ସୁଯୋଗ ମିଳେ। ଏବେ ଏକକ ଯାତ୍ରାକୁ ସହଜ ଓ ଅଧିକ ଉପଭୋଗ୍ୟ କରିବାରେ ଟ୍ରା‌ଭେଲ୍‌ ଏଜେନ୍ସିଗୁଡ଼ିକ  ବଡ଼ ଭୂମିକା ଗ୍ରହଣ କରୁଛନ୍ତି। କଷ୍ଟମାଇଜ୍‌ ଯାତ୍ରାରେ ଏଜେନ୍ସିଗୁଡ଼ିକ ଆଗ୍ରହ ଏବଂ ପସନ୍ଦ ଅନୁସାରେ ବ୍ୟକ୍ତିଗତ ଯାତ୍ରା ପାଇଁ ବ୍ୟବସ୍ଥା କରେଇ ଦେଉଛନ୍ତି। ଛୋଟ ଗୋଷ୍ଠୀ ତିଆରି କରି ଅନ୍ୟ ସୋଲୋ ଟ୍ରିପ୍‌ରେ ଯାଉଥିବା ବ୍ୟକ୍ତିଙ୍କୁ ଭେଟିବାରେ ସହାୟ ହେଉଛି। ଜରୁରୀକାଳୀନ ପରିସ୍ଥିତିରେ ଏଜେନ୍ସିଗୁଡ଼ିକ ଉଚିତ ସାହାଯ୍ୟ ‌ଯୋଗାଇ ଦେବାରେ ସକ୍ଷମ ହେଉଛନ୍ତି। ଫଳରେ ସ୍ୱାଧୀନତା ଉପଭୋଗ କରିବା ସହିତ ବିନା ବନ୍ଧନରେ ବ୍ୟକ୍ତିଗତ ଅଭିବୃଦ୍ଧି ହେଉଛି।