Two years: ୨ ବର୍ଷ ତଳେ ହଜାରେ, ଏବେ ୬୭୫ ଟଙ୍କା

Advertisment

ବିଏମ୍‌ସି ପାଇଁ ଆର୍‌ଡିଏଫ୍‌ (ରିଫ୍ୟୁଜ୍‌ଡ ଡିରାଇଭ୍‌ଡ ଫୁଏଲ୍‌) ଭାର ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ଏହି ଭାର କମାଇବାକୁ କେବଳ ଏହାର ପରିବହନରେ ବିଏମ୍‌ସି ମାସିକ ପ୍ରାୟ....

ବିଏମ୍‌ସି ପାଇଁ ଆର୍‌ଡିଏଫ୍‌ (ରିଫ୍ୟୁଜ୍‌ଡ ଡିରାଇଭ୍‌ଡ ଫୁଏଲ୍‌) ଭାର ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ଏହି ଭାର କମାଇବାକୁ କେବଳ ଏହାର ପରିବହନରେ ବିଏମ୍‌ସି ମାସିକ ପ୍ରାୟ....

Untitled-10

ଭୁବନେଶ୍ବର: ବିଏମ୍‌ସି ପାଇଁ ଆର୍‌ଡିଏଫ୍‌ (ରିଫ୍ୟୁଜ୍‌ଡ ଡିରାଇଭ୍‌ଡ ଫୁଏଲ୍‌) ଭାର ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ଏହି ଭାର କମାଇବାକୁ କେବଳ ଏହାର ପରିବହନରେ ବିଏମ୍‌ସି ମାସିକ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରୁଛି। ମାସକୁ ୧ କୋଟି ଟଙ୍କାରେ ୨ ବର୍ଷ ଧରି ଆର୍‌ଡିଏଫ୍‌ ପରିବହନ ପରେ ବିଏମ୍‌ସି ଏଥିପାଇଁ ନୂଆ ଟେଣ୍ଡର ଡାକିଥିଲା। ଏହି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଚଳିତ ମାସରୁ ଚୟନକୃତ ଠିକାସଂସ୍ଥା ସିମେଣ୍ଟ ଫ୍ୟାକ୍ଟ୍ରିକୁ ଆର୍‌ଡିଏଫ୍‌ ଯୋଗାଣ ବି ଆରମ୍ଭ କରିଛି।
କିନ୍ତୁ ଟେଣ୍ଡର ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଦୁର୍ନୀତିକୁ ପଦାରେ ପକାଇଛି। ଯେଉଁ ଆର୍‌ଡିଏଫ୍‌ ପରିବହନ ଖର୍ଚ୍ଚ ଦୁଇବର୍ଷ ତଳେ ଟନ୍‌ ପିଛା ୧ହଜାର ଟଙ୍କା ଥିଲା, ନୂଆ ଟେଣ୍ଡରରେ ତାହା ମାତ୍ର ୬୭୫ ଟଙ୍କା ରହିଛି। ଟନ୍‌ ପିଛା ୩୨୫ ଟଙ୍କା କମ୍‌ରେ ନୂଆ ଟେଣ୍ଡର ଦିଆଯାଇଛି। ଦୁଇ ବର୍ଷ ତଳର ଆର୍‌ଡିଏଫ୍‌ ପରିବହନ ଖର୍ଚ୍ଚ ୬୭୫ ଟଙ୍କା ଅବା ଏହାଠାରୁ କମ୍‌ ରହିବା ବଦଳରେ କିଭଳି ଅଧିକ ୩୨୫ ଟଙ୍କା ରହିଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଅପର ପକ୍ଷେ ନିୟମାନୁସାରେ ୨ ବର୍ଷ ତଳୁ ଟେଣ୍ଡର ହେବା କଥା। କିନ୍ତୁ ବିଏମ୍‌ସି ଏହାକୁ ଗଡ଼ାଇ ଚାଲିଥିଲା। ଯଦି ୨୦୨୪ ଜୁନ୍‌ରୁ ଏହି ଟେଣ୍ଡର ଡକାଯାଇଥାନ୍ତା, ବିଏମ୍‌ସିର ରାଜକୋଷରୁ ଟନ୍‌ ପିଛା ଅତିରିକ୍ତ ୩୨୫ ଟଙ୍କା ଖର୍ଚ୍ଚ ହୋଇନଥା’ନ୍ତା। କିନ୍ତୁ ଟେଣ୍ଡରର ବିଳମ୍ବିତ ପ୍ରକ୍ରିୟା କାରଣରୁ ୨ ବର୍ଷ ହେଲା ମାସିକ ପ୍ରାୟ ୩୨.୫୦ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏଣୁ କାହା ସ୍ବାର୍ଥରେ ୨ ବର୍ଷ ହେଲାଣି ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରାଯାଇଥିଲା ଓ ଏଥିପାଇଁ ଯେଉଁ କ୍ଷତି ହେଲା, ତାର କିଏ ଭରଣା କରିବ ବୋଲି ପ୍ରଶ୍ନ ଉଠିଛି।

crime: ଏଇଠୁ ଆଙ୍କୁଛନ୍ତି ଅପରାଧର ନକ୍ସା


ବିଏମ୍‌ସି ଅଞ୍ଚଳରୁ ନିର୍ଗତ ଆବର୍ଜନାରୁ ୪୫ ପ୍ରତିଶତ କେବଳ ଆର୍‌ଡିଏଫ୍‌। ଓଦା ଓ ଶୁଖିଲାକୁ ମିଶାଇ ବିଏମ୍‌ସି ଅଞ୍ଚଳରୁ ଦୈନିକ ପ୍ରାୟ ୯୦୦ ଟନ୍‌ ଆବର୍ଜନା ବାହାରୁଛି। ଯେଉଁଥିରୁ ୩୫୦ରୁ ୪୦୦ ଟନ୍‌ ହେଉଛି ଆର୍‌ଡିଏଫ୍‌। ଏହାକୁ ଇନ୍ଧନ ପାଇଁ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠାଯାଉଛି। ଶେଷ ଥର ବିଏମ୍‌ସି ୨୦୨୩ ଡିସେମ୍ବର ୧୩ରେ ଏକ ସିମେଣ୍ଟ କମ୍ପାନି ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁସାରେ ୭ ମାସରେ ୭୦ହଜାର ଟନ୍‌ ଆର୍‌ଡିଏଫ୍‌ ଉଠାଇବାକୁ ପରିବହନ ଖର୍ଚ୍ଚ ବାବଦରେ ୬.୫୦ କୋଟି ଟଙ୍କା ଦେଇଛି। ମାସିକ ୧୦ହଜାର ଟନ୍‌ ଆର୍‌ଡିଏଫ୍‌ ଉଠାଇବାକୁ ୧ କୋଟି ଦେଇଛି। ହିସାବ କଲେ ଟନ୍‌ ପିଛା ୧ହଜାର ଟଙ୍କା ସଂପୃକ୍ତ ସଂସ୍ଥା ବିଏମ୍‌ସିଠାରୁ ନେଇଛି।

The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ


ନିୟମ ଥିଲା ୭ ମାସର ଚୁକ୍ତି ଶେଷ ପରେ ନୂଆ ଟେଣ୍ଡର ହେବ। ସେହି ଅନୁସାରେ ସତ୍ୟପାଠ ବି ହୋଇଥିଲା। କିନ୍ତୁ ୨୦୨୪ ଜୁନ୍‌ରୁ ଚୁକ୍ତି ଶେଷ ପରେ ବି ପୁରୁଣା ଚୁକ୍ତି ଦରରେ ଅଦ୍ୟାବଧି ଆର୍‌ଡିଏଫ୍‌ ପରିବହନ ହୋଇ ଆସୁଥିଲା। ୨୦୨୫ ଡିସେମ୍ବରରେ ବିଏମ୍‌ସି ଏଥିପାଇଁ ନୂଆ ଟେଣ୍ଡର ଡାକିଥିଲା। ଯେଉଁଥିରେ ଟନ୍‌ ପିଛା ଏମ୍‌ଜିଏସ୍‌ ଏନ୍‌ଭିରୋନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌(ଏଲ୍‌-୧) ୬୭୫ ଟଙ୍କା, ଡାଲମିଆ ସିମେଣ୍ଟ ଲିମିଟେଡ୍‌(ଏଲ୍‌-୨) ୧୧୯୦ ଟଙ୍କା ଓ ଜିରୋ ଥ୍ରାଶ ଇନୋଭେସନ୍‌ସ(ଏଲ୍‌-୩) ୧୪୯୦ ଟଙ୍କା ପରିବହନ ଖର୍ଚ୍ଚ ନେବେ ବୋଲି ଟେଣ୍ଡର ପକାଇଥିଲେ। ଏମ୍‌ଜିଏସ୍‌ ଏନ୍‌ଭିରୋନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଏହି ଟେଣ୍ଡର ମିଳିଛି। ବିଏମ୍‌ସି ଡେପୁଟି କମିସନର୍‌ ଏନ୍‌. ଗଣେଶ ବାବୁ କହିଛନ୍ତି, କେବଳ ଆରଡିଏଫ୍‌ ପରିବହନ କରୁନି, ଟିଟିଏସ୍‌ ପରିସରରେ ବି ଏମ୍‌ଜିଏସ୍‌ ଏନ୍‌ଭିରୋନ୍‌ ଏକ ମେସିନ୍‌ ବସାଉଛି, ଯାହା ଶୁଖିଲା ବର୍ଜ୍ୟକୁ ଅଲଗା କରିବ। ମେସିନ୍‌ ବି ଆର୍‌ଡିଏଫ୍‌କୁ ଅଲଗା କରିଦେବ। ସେହି ଲାଭ ଆଶାରେ ସଂପୃକ୍ତ ସଂସ୍ଥା ଏତେ କମ୍‌ ଟଙ୍କାରେ ଟେଣ୍ଡର ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe