Environmental warrior: ପରିବେଶ ଯୋଦ୍ଧା: ବୃକ୍ଷରୋପଣକୁ ବ୍ରତ କରିଛନ୍ତି ଲକ୍ଷ୍ମୀଧର

Advertisment

ପିଲାଦିନରୁ ବାପାମାଆଙ୍କୁ ଗଛ ଲଗାଇବା ଓ ଗଛ ମୂଳରେ ଭାରରେ ପାଣି ବୋହିଆଣି ଦେବା ଦେଖି ସେ ବଡ଼ ହୋଇଛନ୍ତି। ବାପାମାଆଙ୍କ ପାଖରୁ ପାଇଥିବା ସଂସ୍କାର ସହ ପରିବେଶ ପ୍ରତି ପ୍ରତ୍ୟେକ ମଣିଷର କର୍ତ୍ତବ୍ୟକୁ ବେଶ୍‌ ଭଲ....

ପିଲାଦିନରୁ ବାପାମାଆଙ୍କୁ ଗଛ ଲଗାଇବା ଓ ଗଛ ମୂଳରେ ଭାରରେ ପାଣି ବୋହିଆଣି ଦେବା ଦେଖି ସେ ବଡ଼ ହୋଇଛନ୍ତି। ବାପାମାଆଙ୍କ ପାଖରୁ ପାଇଥିବା ସଂସ୍କାର ସହ ପରିବେଶ ପ୍ରତି ପ୍ରତ୍ୟେକ ମଣିଷର କର୍ତ୍ତବ୍ୟକୁ ବେଶ୍‌ ଭଲ....

dagdagdczvcv

ପିଲାଦିନରୁ ବାପାମାଆଙ୍କୁ ଗଛ ଲଗାଇବା ଓ ଗଛ ମୂଳରେ ଭାରରେ ପାଣି ବୋହିଆଣି ଦେବା ଦେଖି ସେ ବଡ଼ ହୋଇଛନ୍ତି। ବାପାମାଆଙ୍କ ପାଖରୁ ପାଇଥିବା ସଂସ୍କାର ସହ ପରିବେଶ ପ୍ରତି ପ୍ରତ୍ୟେକ ମଣିଷର କର୍ତ୍ତବ୍ୟକୁ ବେଶ୍‌ ଭଲ ଭାବେ ବୁଝିଛନ୍ତି ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ଲକ୍ଷ୍ମୀଧର ପ୍ରଧାନ। ବୃକ୍ଷରୋପଣକୁ ଜୀବନର ବ୍ରତ ପରି ପାଳନ କରିଥିବା ଲକ୍ଷ୍ମୀଧର ୨୦୧୧ ମସିହାରେ ବାଳକାଟିସ୍ଥିତ ପ୍ରତାପ ଶାସନ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଲେ। କଲେଜ ପରିସରରେ ଥିବା ୧୦ ଏକର ଫାଙ୍କା ଜମି ତାଙ୍କ ବୃକ୍ଷରୋପଣ ଆଶାକୁ ଇନ୍ଧନ ଯୋଗାଇଲା। ଅଧ୍ୟକ୍ଷାଙ୍କ ଅନୁମତି ନେଇ ସାଥୀ କର୍ମଚାରୀଙ୍କୁ ଧରି ବୃକ୍ଷରୋପଣ ଆରମ୍ଭ କଲେ। ପ୍ରାରମ୍ଭିକ ସମୟରେ ସେ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗଛରେ ପାଣି ଦେବା ଓ ଯତ୍ନ ନେବା କାମରେ ବୁଡ଼ି ରହୁଥିଲେ। ତା’ପରେ ଅନୁଭବ କଲେ ଯେ ଅଳ୍ପ କିଛି କର୍ମଚାରୀ ମିଶି ଏତେ ବଡ଼ କାର୍ଯ୍ୟ କରିବା ଅସମ୍ଭବ। ସେ କଲେଜ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ୍‌ କଲେ। ଯୁକ୍ତ ଦୁଇର ୨୫୬ ପିଲାଙ୍କୁ ନେଇ ସେହି ବର୍ଷ ସେ ୫୦୦୦ ବୃକ୍ଷରୋପଣ କଲେ। ପିଲାଏ ଧୀରେ ଧୀରେ ବୁଝିଲେ ଓ ସପ୍ତାହକୁ ଗୋଟିଏ ଦିନ ଗଛର ଯତ୍ନରେ ନିଜକୁ ନିୟୋଜିତ କଲେ। ଏବେ ସେହି କଲେଜ ପରିସର ଏକ ଛୋଟ ଜଙ୍ଗଲରେ ପରିଣତ ହୋଇଛି। 

Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ‌ହେଉନି ୯୪୨ ଶିକ୍ଷକ ପଦବି

୨୦୧୪ରେ ରାଜ୍ୟ ସରକାର ତାଙ୍କ କଲେଜକୁ ‘ପ୍ରକୃତି ମିତ୍ର’ ପୁରସ୍କାର ଦେଲେ। ୨୦୧୮ ମଧ୍ୟରେ ସେ ପ୍ରତି ବର୍ଷ ପ୍ରାୟ ଚାରିରୁ ପାଞ୍ଚ ହଜାର ବୃକ୍ଷରୋପଣ କରିଛନ୍ତି। ୨୦୧୮ ମସିହାରେ ସେ ପ୍ରତାପ ଶାସନ କଲେଜର ଅଧ୍ୟକ୍ଷ ହେବା ପରେ କଲେଜ ପଡ଼ିଆରେ ପାଚେରି କରିଦେଲେ ଏବଂ ଗଛ ସୁରକ୍ଷିତ ହୋଇଗଲା। ୨୦୧୧ ମସିହାରୁ ୨୦୨୨ ମସିହା ଭିତରେ ଲକ୍ଷ୍ମୀଧର ପ୍ରାୟ ୩୦ ହଜାର ବୃକ୍ଷରୋପଣ କରିଛନ୍ତି। ୨୦୨୧ ମସିହାରେ ସରକାର ତାଙ୍କୁ ଏକ ପରିବେଶ ପୁରସ୍କାର ବି ପ୍ରଦାନ କରିଛନ୍ତି। ଅବସର ନେବା ପରେ ସେ ଥକି ଯାଇନାହାନ୍ତି। ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନଙ୍କ ସହ ମିଶି ଗଙ୍ଗୁଆ କୂଳରେ ପ୍ରାୟ ୫୦୦୦ରୁ ଅଧିକ ନିମ୍ବ, କରଞ୍ଜ, କଷି, ଫାଶି ଆଦି ଗଛ ଲଗାଇ ସାରିଲେଣି। ଏହାଛଡ଼ା ନାଥପୁର ନିକଟସ୍ଥ ଦୟାନଦୀ କୂଳରେ ୭୦୦ରୁ ଅଧିକ ବୃକ୍ଷ ରୋପଣ କରି ସାରିଲେଣି। ସେ କେବଳ ଗଛ ଲଗାଇସାରି ତାହାକୁ ଛାଡ଼ି ଦିଅନ୍ତି ନାହିଁ। ଗଛ ଲଗାଇବା ପରେ ତାକୁ ପାଣି ଦେବାରୁ ନେଇ ତା’ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ ସେ କରନ୍ତି। ଏବେ ସୁଦ୍ଧା ସମୁଦାୟ ୪୦ ହଜାର ଗଛ ଲଗାଇ ସାରିଲେଣି ଲକ୍ଷ୍ମୀଧର।

Winter Session, Winter Looks: ଶୀତ ଆସିଛି, ଶୀତ ଅଧିବେଶନ ଚାଲିଛି... ସଂସଦରେ ସାଂସଦଙ୍କ ୱିଣ୍ଟର ଲୁକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe