ମହମବତୀ
ଗୀତା ମଞ୍ଜରୀ ମିଶ୍ର (ଶତପଥି)
ମହମବତୀ ଜଳୁଥିଲା,
ମୁଁ ତା ଆଲୁଅରେ
ଦର୍ପଣରେ ମୁହଁ ଦେଖିଥିଲି,
ଗହନ ଅନ୍ଧାର ଭିତରେ
ଉଣ୍ଡାଳି ହବାକୁ ପଡ଼ିନଥିଲା
ଭାତ ଥାଳି ମହମବତୀ ପାଖକୁ ନେଇ
ଖାଇପାରି ଥିଲି|
ଆହୁରି ପଢ଼ନ୍ତୁ- Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ
ମହମବତୀର ଉତ୍ତାପର
ଉଷ୍ଣତା ବି ଅନୁଭବ କରିଚି,
ମହମବତୀ ମୋ ପାଇଁ
ଜଳି ନଥିଲା ।
ଆହୁରି ପଢ଼ନ୍ତୁ- Euthanasia: ୧୨ବର୍ଷ ହୋଇଗଲା, ଆଉ ସହି ହେଉନି; ଏବେ ପୁଅ ଚାଲିଯିବା ଭଲ: କାହିଁକି ଏ ଗୁହାରି କଲେ ମାତାପିତା
ଯାହା ପାଇଁ ଜଳିଥିଲା
ସେ ଅନ୍ଧାରୁଆ ଆଲୁଅରେ
ମହମବତୀର ସାତରଂଗ
ରଶ୍ମୀରେ କ’ଣ ଦେଖିଥିଲା ଜାଣିନି
ହେଲେ-
ମୁଁ ମହମବତୀର
ଉଷ୍ଣତା ସହ
ଦେଖି ପାରିଥିଲି
ଝରୁ ଥିଲା ଧାରେ ଲୁହ
ଦେଖି ପାରୁଥିଲି
ମହମବତୀର
ଅସ୍ତିତ୍ଵର କ୍ଷରଣ ||
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/20/untitled-23-copy-2025-12-20-18-32-33.jpg)