ନିରବ ପ୍ରକୃତିର ସ୍ବର
ମିନାକ୍ଷୀ ଦ୍ବିବେଦୀ
ପ୍ରକୃତି— ଏକ ଅଲିଖିତ ଚିଠି,
ପ୍ରତ୍ୟେକ ଫୁଲ ଏକ ଗୁପ୍ତ ଭାଷାର ଅନୁବାଦ,
ମାଟି ମଧ୍ୟରେ ଗୁଞ୍ଜୁଛି ଏକ ଅଜଣା ଗାଥା,
ଆକାଶ ଆଜି ଏକ ଶୂନ୍ୟ କାନଭାସ୍,
ଯୋଉଠି ରୂପ ଏବଂ ରଙ୍ଗ ଏକାକୀ ମିଶିଯାନ୍ତି,
ମେଘ ଅତୁଟ ଭାବେ ଛୁଇଁଯାଏ ମନର ଗଭୀର ସ୍ଥଳ,
ବେଳୁଆ ବେଳାରେ ଧୂଳି ହେଉଛି ସ୍ମୃତିର ଅକ୍ଷର
ଗଛ ଜଣେ ଅଦୃଶ୍ୟ ଲେଖକ,
ପତ୍ର ହେଉଛି ତା’ର ଅନୁଭୂତିର ଅକ୍ଷର।
ଆହୁରି ପଢ଼ନ୍ତୁ- Accident: ବାଇକ୍-ସ୍କୁଟି ଧକ୍କାରେ ଗର୍ଭବତୀ ସ୍ତ୍ରୀଙ୍କ ସହିତ ଆଖିବୁଜିଲେ ସ୍ବାମୀ
ପ୍ରକୃତି ଏଠି ଅନ୍ତର୍ଦ୍ୱାନି,
ଏକ ଅନେକମୁଖୀ ଆତ୍ମା,
ଯାହା ନିଜକୁ ନ ଦେଖାଏ
କିନ୍ତୁ ଆମ ପାଇଁ ଏକ ଅନୁଭବ ଛାଡ଼ିଯାଏ,
ଯାହା ଶବ୍ଦ ଭିତରେ ନୁହେଁ,
କେବଳ ନିରବତା ଭିତରେ ଜୀବନ୍ତ
ଯାହା ଶୁଣିପାରେ ମାତ୍ର ନିଜ ଶବ୍ଦକୁ ଭୁଲିଯାଇ
ଯେଉଁଠାରେ ସମୟ ଅସ୍ଥିର, ଧ୍ୱନି ଅଦୃଶ୍ୟ,
ପ୍ରକୃତି ନିଜେ ନିଜକୁ ଶୁଣୁଛି
ଏକ ଗଭୀର ଅନୁଭୂତିର ଆଲୋକରେ
ଆହୁରି ପଢ଼ନ୍ତୁ- Flight Fare Hike in India: ମଥାରେ ହାତ ଦେଲେ ଯାତ୍ରୀ: ଦିଲ୍ଲୀରୁ ଲଣ୍ଡନ ୨୫ ହଜାର କିନ୍ତୁ ବେଙ୍ଗାଲୁରୁକୁ ପଡ଼ୁଛି ୭୦ ହଜାର ଟଙ୍କା…
ପ୍ରକୃତି— ଏକ ଦର୍ପଣ,
ଯେଉଁଥିରେ ଆମେ ଦେଖୁନାହିଁ
ନିଜ ମୁହଁ, ବରଂ ଦେଖିଥାଉ
ଏକ ଅନିର୍ଦ୍ଦିଷ୍ଟ ଆତ୍ମା
ଯାହା ଆମକୁ ଆକାର ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/05/poem2-2025-12-05-21-46-09.jpg)