Budha Bapa– An Emotional Journey: ବୁଢ଼ା ବାପା: ମନୋଜ କୁମାର ବେହେରାଙ୍କ କଲମରୁ...

ବୁଢ଼ା ବାପା ଏକ ହୃଦୟସ୍ପର୍ଶୀ କାହାଣୀ। ଯାହା ଜଣେ ବାପାର କଷ୍ଟ, ଭାବନା, ଶ୍ରମ ଓ ଏକାକୀପଣକୁ ଦର୍ଶାଏ। ଏହି ହୃଦୟସ୍ପର୍ଶୀ କାହାଣୀ ମାଧ୍ୟମରେ, ବୁଢ଼ା ବାପାଙ୍କର କଥା ଆମକୁ ପ୍ରେରଣା ଦେଇଥାଏ ଯେ କିପରି ଆମେ ଆମ ପିତାମାତାଙ୍କ ପ୍ରତି ସମ୍ମାନ ଓ ସେବାକୁ ପ୍ରାଧାନ୍ୟ ଦେବା ଜରୁରି।

bb

ମନୋଜ କୁମାର ବେହେରା


ରାତିର ସମୟ ଥିଲା। ଆକାଶରେ ବାଦଲ ଗର୍ଜନ କରୁଥିଲା ଆଉ ସଡ଼କ ଶୂନ୍‌ଶାନ୍ ଥିଲା। ସହରର ସବୁଠୁ ବଡ଼ ସରକାରୀ ହସ୍‌ପିଟାଲ୍‌ର ବାହାରେ ଗୋଟିଏ ବୁଢ଼ାଲୋକ ଓଦା ଭୂଇଁ ଉପରେ ବସିଥିଲେ। ତାଙ୍କର ଆଖି କେବଳ ହସ୍‌ପିଟାଲ୍‌ର ଗେଟ୍ ଉପରେ ଅଟକିକି ରହିଥିଲା। ଯେମିତି କିଏ ନିଜର ଲୋକର ପାଇଁ ଅପେକ୍ଷା କରିଛନ୍ତି। ହାତରେ ଫଟା ଚପଲ, ଦେହରେ ପୁରୁଣା ପଞ୍ଜାବୀ ଆଉ ମୁଣ୍ଡରେ ଅନେକ ଚିନ୍ତାର ଗଭୀର ରେଖା। ଥଣ୍ଡା ପବନ ମଧ୍ୟ ତାଙ୍କର ଝାଳକୁ ଅଟକେଇ ପାରୁ ନ ଥିଲା।

ତାଙ୍କର ପୁଅ ଆଶିଷ, ଗୋଟିଏ ଆକ୍ସି‌ଡେଣ୍ଟରେ ପୂରା କ୍ଷତବିକ୍ଷତ ହୋଇ ଯାଇଥିଲା। ତାକୁ ତୁରନ୍ତ ଅପରେସନ୍‌ର ଦରକାର ଥିଲା। କିନ୍ତୁ ଡାକ୍ତର କହିଲେ ଏଥିରେ ଖର୍ଚ୍ଚ ବେଶୀ ହେବ। ଆଉ ରକ୍ତର ଆବଶ୍ୟକ ପଡ଼ିବ। ଏହାର ଯୋଗାଡ଼ ତୁରନ୍ତ କରିବାକୁ ପଡ଼ିବ। ରାମନାଥ ଯିଏ ନିଜର ଔଷଧ ପାଇଁ ଅନ୍ୟଙ୍କ ଆଡ଼କୁ ଦେଖୁଥିଲେ ଏବେ ପୁଅର ଜୀବନ ବଞ୍ଚେଇବା ପାଇଁ ନିଜକୁ ବିକ୍ରି କରିଦେବା ପାଇଁ ପ୍ରସ୍ତୁତ ଥିଲେ। 
ଏବେ ସମୟ କିଛି ବର୍ଷ ତଳକୁ ଫେରିଗଲା। ସେହି ଆଶିଷ! ଯିଏ ପିଲାଦିନେ ନିଜ ବାପାଙ୍କୁ କୁଣ୍ଡେଇ କରି ଶୋଉଥିଲା, ସେହି ଆଶିଷ ଯିଏ ସମୟ ସାଥିରେ ବଡ଼ ହେଲା ପରେ ବାପର ଗରିବ ଉପରେ ଲଜ୍ଜାର ଅନୁଭବ କରୁଥିଲା। ଦିନେ ସେ ରାଗିକରି କହିଲା, ଆପଣ ଜୀବନରେ କ’ଣ କରିଛନ୍ତି? ନା ଟଙ୍କା ରୋଜଗାର କଲେ... ନା କିଛି କଲେ...। ମୁଁ ଯେତେବେଳେ କାଲି ବଡ଼ଲୋକ ହେଇଯିବି ଆଉ ମୁଁ କାହା ଆଗରେ ନଇଁ କରି ଦେଖା କରିପାରିବି ନାହିଁ। ରାଗରେ ସେ ସହରକୁ ଚାଲିଗଲା। ସେଠାରେ ତାକୁ ଭଲ ଚାକିରି ମିଳିଲା, ପଇସା ମିଳିଲା ଆଉ ସେହି ମର୍ଯ୍ୟାଦାରେ ମଧ୍ୟ ଆଉ ଗୋଟିଏ ମୂଲ୍ୟ ଥିଲା ନିଜର ବାପାକୁ ଭୁଲିଯିବା। 
ରାମନାଥ ପ୍ରତ୍ୟେକ ପୂଜା-ପର୍ବାଣୀରେ ଆଶିଷକୁ ଅପେକ୍ଷା କରୁଥିଲେ ଆଉ ପ୍ରତ୍ୟେକ ଥର ଭାବୁଥିଲେ ଏଥର ଅବଶ୍ୟ ସେ ନିଶ୍ଚୟ ଗାଁକୁ ଆସିବ। ଗାଁ ଲୋକଙ୍କୁ ଦେଖେଇବା ପାଇଁ ମିଠାର ପ୍ୟାକେଟ୍ ଆଣି ରଖୁଥିଲେ କିନ୍ତୁ ପ୍ରତ୍ୟେକ ଥର ସେହି ଡବା ସୁଖା ହିଁ ରହି ଯାଉଥିଲା। ଗାଁର ଗୋଟିଏ କୋଣରେ ସେହି ବୁଢ଼ାବାପା ବସି ନିଜ ପୁଅର କୃତକାର୍ଯ୍ୟର କଥା ଶୁଣୁଥିଲେ କିନ୍ତୁ ଚେହେରା ଦେଖି ପାରୁ ନ ଥିଲେ। 

ଆଉ ଆଜି ଯେତେବେଳେ ମୃତ୍ୟୁ ଆଶିଷର ଦୁଆରେ ଆସି ଠିଆ ହେଇଛି, ରାମନାଥ ପୁଣି ସେଇଆ କରୁଥିଲେ... ବିନା କିଛି ମାନି କରି, ବିନା କୌଣସି ଅଭିଯୋଗ କରି, ବାସ୍‌! ତା’ ପାଇଁ ଖାଲି ଦୌଡୁଥିଲେ। ସେ ଡାକ୍ତରଙ୍କୁ କହିଲେ, ମୋ ପୁଅକୁ ଆପଣ ବଞ୍ଚଦେଇ ଦିଅନ୍ତୁ... ମୋର ଜୀବନକୁ ପଛେ ନେଇ ଯାଆନ୍ତୁ। ବାସ୍‌! ମୋ ପୁଅ କେବଳ ବଞ୍ଚିଯାଉ। ଆଉ ଡାକ୍ତର ରକ୍ତ ନେଇ କରି ଅପରେସନ୍ ଆରମ୍ଭ କରିଦେଲେ।

କିଛି ଘଣ୍ଟା ପରେ ଆଶିଷର ଚେତା ଫେରିଲା, ସେ ପ୍ରଥମେ ପଚାରିଲା... ମୋ ପାଇଁ କିଏ ଆସିଛନ୍ତି? ଡାକ୍ତର ହସିକରି କହିଲେ, ସେ ଆସିଛନ୍ତି, ଯାହାକୁ ତୁମେ ବହୁତ ବର୍ଷ ହେଲା ଦେଖିନାହଁ। କିନ୍ତୁ ଯିଏ ତୁମକୁ ବିନା ଦେଖିକରି ମଧ୍ୟ ସବୁଦିନେ ମନେ ପକୋଉଥିଲେ। ଆଉ ସେ... ଯାହାର ଫଟୋକୁ ତୁମେ ଫ୍ରେମ୍‌ରୁ ହଟେଇ ଦେଇଥିଲ। ଆଉ ତୁମେ ଯାହାକୁ ଗରିବ ଭାବିକରି ଛାଡ଼ିଦେଇଥିଲ... ଆଉ ଆଜି ତାଙ୍କର ରକ୍ତରେ ତୁମର ଜୀବନ ବଞ୍ଚିଛି। ସେ ଆଉ କେହି ନୁହନ୍ତି ତୁମର ବାପା। 
ଏହା ଶୁଣିକରି ଆଶିଷ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ଉଠିଲା, କିନ୍ତୁ ସେ ଦେଖିଲା ସାମ୍ନାରେ ଥିବା ବେଞ୍ଚ ଉପରେ ତା’ ବାପା ବସିଛନ୍ତି। ଯେତେବେଳେ ଆଶିଷ ତାଙ୍କ ପାଖକୁ ଆସିଲା, ଆଉ ରାମାନଥ ଧୀରେ କହିଲେ, ଏବେ ତ ଚିହ୍ନିପାରିଲୁ ମୋତେ? ଚାଲ ଏବେ ଘରକୁ ଯିବା। ଆଶିଷ କିଛି କହିପାରିଲା ନାହିଁ। ଆଉ ସିଧା ଯାଇ ବାପାଙ୍କ ଚରଣରେ ପଡ଼ିଗଲା।

ସେହି ଦିନ ଆଶିଷ ଜାଣିଲା, ଦୁନିଆ ଯେତେ ବଡ଼ ହେଉ ନା କାହିଁକି, ସଫଳତା ଯେତେ ଉଚ୍ଚା ହେଉ ନା କାହିଁକି... ଯଦି କିଏ ବିନା ସର୍ତ୍ତରେ, ବିନା ଲୋଭରେ କେବଳ ତୁମ ପାଇଁ ଜିଇଁଥାଏ ସେ ମା’-ବାପା ହୋଇଥାନ୍ତି। ଆଉ ତାଙ୍କୁ ଭୁଲିଯିବା ସେ ସବୁଠୁ ବଡ଼ ଗରିବ ହୋଇଥାଏ। 

ବାୟାବାବା ମଠ ଲେନ୍‌,
ୟୁନିଟ୍‌-୯(ଫ୍ଲାଟ), ଭୁବନେଶ୍ୱର-୨୨
ମୋ: ୭୯୭୮୮୩୦୬୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe