Photograph: (google)
କାହିରା/ଚେନ୍ନାଇ: ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆବିଷ୍କାର ହେବା ପରଠାରୁ ଇଜିପ୍ଟର ରାଜାଙ୍କ ଉପତ୍ୟକା(ଭ୍ୟାଲି ଅଫ୍ କିଙ୍ଗ୍ସ) ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଆସିଛି। ନୀଳ ନଦୀ ଉପତ୍ୟକାରେ ଅବସ୍ଥିତ, ଏହି ସ୍ଥାନରେ ତିନି ହଜାର ବର୍ଷରୁ ଅଧିକ ବର୍ଷ ପୂର୍ବେ ଇଜିପ୍ଟର ରାଜ୍ୟରେ ଶାସନ କରୁଥିବା ଫାରୋଙ୍କ କବରସ୍ଥାନ ରହିଛି। ହଜାର ହଜାର ବର୍ଷ ଧରି, ପରିଦର୍ଶକମାନେ ଏହି ସ୍ଥାନରେ ସେମାନଙ୍କର ଚିହ୍ନ ଛାଡ଼ିଛନ୍ତି। ବହୁ ବର୍ଷ ଧରି ସେଥିପ୍ରତିକାହାର ଦୃଷ୍ଟି ପଡ଼ିନଥିଲା। ସେଥିମଧ୍ୟରୁ କେତେକ ଚିହ୍ନ ଭାରତୀୟ ଇତିହାସ ସହିତ ସଂଯୁକ୍ତ ରହିଛି। ଯାହା ପ୍ରମାଣ କରୁଛି ଯେ, ଭାରତୀୟ ବ୍ୟବସାୟୀମାନେ ୨ ହଜାର ବର୍ଷ ପୂର୍ବେ ଇଜିପ୍ଟ ପରିଦର୍ଶନ କରିଥିଲେ।
ଆହୁରି ପଢ଼ନ୍ତୁ: ସାଭାନା ଗୁଥ୍ରିଙ୍କ ମା ନିଖୋଜ ଘଟଣା, ସୂଚନା ଦେଲେ ମିଳିବ ଏକଲକ୍ଷ ଡଲାର
୨୦୦୦ ବର୍ଷ ପୁରୁଣା ତାମିଲ-ବ୍ରାହ୍ମୀ ଶିଳାଲେଖ
ଗବେଷକମାନେ ଇଜିପ୍ଟର ରାଜାଙ୍କ ଉପତ୍ୟକାର ଅତ୍ୟନ୍ତ ସୁରକ୍ଷିତ ରାଜକୀୟ ସମାଧିସ୍ଥଳ ଭିତରେ ୨ ହଜାର ବର୍ଷ ପୁରୁଣା ତାମିଲ-ବ୍ରାହ୍ମୀ ଶିଳାଲେଖ ଆବିଷ୍କାର କରିଛନ୍ତି। ଫେବ୍ରୁଆରି ୧୧ ତାରିଖରେ ଅନୁଷ୍ଠିତ ଚାରି ଦିନିଆ ଅନ୍ତର୍ଜାତୀୟ ତାମିଲ ଏପିଗ୍ରାଫି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ସ୍ୱିସ୍ ବିଦ୍ୱାନ ପ୍ରଫେସର ଇଙ୍ଗୋ ଷ୍ଟ୍ରାଚ୍ ତାଙ୍କର ଗବେଷଣା ତଥ୍ୟ ଉପସ୍ଥାପନ କରିଥିଲେ। ଏହି ତଥ୍ୟଗୁଡ଼ିକ ନିଶ୍ଚିତ କରିଛି ଯେ, ପ୍ରାଚୀନ ତାମିଲ ବ୍ୟବସାୟୀମାନେ ଗବେଷଣା ଓ ପର୍ଯ୍ୟଟନ ପାଇଁ ଇଜିପ୍ଟର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାତ୍ରା କରିଥିଲେ।
ସ୍ୱିଜରଲାଣ୍ଡର ଲୌସାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଷ୍ଟ୍ରାଚ୍, ପ୍ୟାରିସର ଫ୍ରେଞ୍ଚ ସ୍କୁଲ ଅଫ୍ ଏସିଆନ୍ ଷ୍ଟଡିଜ୍ର ପ୍ରଫେସର ଚାର୍ଲୋଟ୍ ସ୍ମିଡ୍ଙ୍କ ସହ ମିଶି ଛଅଟି ପଥର କଟା ସମାଧିରେ ତାମିଲ-ବ୍ରାହ୍ମୀ ଓ ପ୍ରାକୃତ ଭାଷାରେ ଲିଖିତ ପ୍ରାୟ ୩୦ଟି ଶିଳାଲେଖ ଥିବା କହିଛନ୍ତି। ସେଥିମଧ୍ୟରେ ରାଜା ରାମେସେସ୍ ଷଷ୍ଠଙ୍କ ସମାଧି ମଧ୍ୟ ଅନ୍ତର୍ଭୁକ୍ତ।
ସମାଧିରୁ ମିଳିଛି ତାମିଲ ନାମ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଉଛି ପ୍ରାଚୀନ ତାମିଲ ଭାଷାଭାଷୀ ବ୍ୟବସାୟୀଙ୍କୁ ସୂଚିତ କରିବା ପାଇଁ ବ୍ୟବହୃତ ସିକାଇ କୋରାନ। ଯାହା ଆଠଟି ଭିନ୍ନ ଭିନ୍ନ ସ୍ଥାନରେ ମିଳିଛି। ଗବେଷକମାନେ ଉଲ୍ଲେଖ କରିଛନ୍ତି ଯେ, ଶିଳାଲେଖଗୁଡ଼ିକ ବିଶେଷ ଭାବରେ ସିକାଇ କୋରାନ ଭରା କାନ୍ତା ଲେଖାଯାଇଛି। ଯାହାର ଅର୍ଥ ସିକାଇ କୋରାନ ଆସି ପରିଦର୍ଶନ କରିଥିଲେ। ଯାହା ସମାନ ସଂକଳନରେ ମିଳିଥିବା ଗ୍ରୀକ୍ ପର୍ଯ୍ୟଟକ ଭିତ୍ତିଚିତ୍ର ଶୈଳୀ ସହିତ ମେଳ ଖାଉଛି।
ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ପ୍ରଫେସର ଷ୍ଟ୍ରାଚ୍ କହିଛନ୍ତି, ପୂର୍ବରୁ ଇଜିପ୍ଟରେ ତାମିଲ ଉପସ୍ଥିତିର ପ୍ରମାଣ ବେରେନିକ୍ ଭଳି ବନ୍ଦର ସହର ପର୍ଯ୍ୟନ୍ତ ସୀମିତ ଥିଲେ ମଧ୍ୟ, ଏହି ଶିଳାଲେଖଗୁଡ଼ିକ ପ୍ରମାଣ କରେ ଯେ, ଭାରତୀୟ ବ୍ୟବସାୟୀମାନେ କେବଳ ଏହି ଅଞ୍ଚଳ ଦେଇ ଯାଉଥିବା ନାବିକ ନଥିଲେ। ସେ ଗୁରୁତ୍ୱାରୋପ କରିଛନ୍ତି, ବ୍ୟବସାୟୀମାନେ ଦୀର୍ଘ ସମୟ ଧରି ରହୁଥିଲେ ଓ ଉପକୂଳରୁ ଦୂରରେ ଅବସ୍ଥିତ ଥିବା ଆଭ୍ୟନ୍ତରୀଣ ଐତିହ୍ୟ ସ୍ଥାନ ପରିଦର୍ଶନ କରିବାକୁ ଯଥେଷ୍ଟ ଆଗ୍ରହୀ ଥିଲେ।
ଆହୁରି ପଢ଼ନ୍ତୁ: ସରକାରୀ ନିୟମକୁ ମାନୁ ନାହିଁନ୍ତି ପ୍ରଧାନଶିକ୍ଷକ!
ପ୍ରଫେସର ଷ୍ଟ୍ରାଚ୍ କହିଛନ୍ତି, ସିକାଇ ନାମର ଅର୍ଥ ଗୁଚ୍ଛ କିମ୍ବା ମୁକୁଟ ଏବଂ କୋରାନ ନାମର ଅର୍ଥ ନେତା, ଯାହା ସୂଚାଇଥାଏ ଯେ, ଏହି ବ୍ୟକ୍ତି ପ୍ରାରମ୍ଭିକ ଐତିହାସିକ ସମୟର ବାଣିଜ୍ୟିକ ସଂଘରେ ଏକ ପ୍ରମୁଖ ପଦବୀରେ ଥିଲେ।
ଇଜିପ୍ଟ ସହ ତାମିଲନାଡୁର ସଂଯୋଗ
ତାମିଲନାଡୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ରାଜ୍ୟ ଅର୍ଥ ଓ ପ୍ରତ୍ନତତ୍ତ୍ୱ ମନ୍ତ୍ରୀ ଥାଙ୍ଗମ୍ ଟେନାରାସୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଶିଳାଲେଖଗୁଡ଼ିକ ସମାଜର ଏକ ପ୍ରାମାଣିକ କାଳକ୍ରମିକ ରେକର୍ଡ ପ୍ରଦାନ କରିଥାଏ। ସେ ଉଲ୍ଲେଖ କରିଛନ୍ତି, ଭାରତରେ ପ୍ରାୟ ୩୦ ହଜାର ପଞ୍ଚିକୃତ ଶିଳାଲେଖ ତାମିଲନାଡୁରେ ମିଳିଥାଏ। ଯାହା ଷଷ୍ଠ ଶତାବ୍ଦୀ ବିସି(ଖ୍ରୀଷ୍ଟପୂର୍ବ)ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଅଖଣ୍ଡ ଇତିହାସ ଉପସ୍ଥାପନ କରିଥାଏ।
ଆହୁରି ପଢ଼ନ୍ତୁ: ତାରିକ୍ ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିପାରେ ବିଏନ୍ପି
Follow Us