3,533 families: ଅନ୍ଧାରରେ ୨୭୪ ଗାଁର ୩୫୩୩ ପରିବାର

Advertisment

ନବରଙ୍ଗପୁର ଜିଲ୍ଲାର ୨୭୪ ଗାଁକୁ ଆଜି ବି ବିଜୁଳି ଆଲୁଅ ପହଞ୍ଚି ପାରିନି। ଫଳରେ ୩୫୩୩ ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ.....

ନବରଙ୍ଗପୁର ଜିଲ୍ଲାର ୨୭୪ ଗାଁକୁ ଆଜି ବି ବିଜୁଳି ଆଲୁଅ ପହଞ୍ଚି ପାରିନି। ଫଳରେ ୩୫୩୩ ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ.....

Untitled-27

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୨୭୪ ଗାଁକୁ ଆଜି ବି ବିଜୁଳି ଆଲୁଅ ପହଞ୍ଚି ପାରିନି। ଫଳରେ ୩୫୩୩ ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି। ବାସ୍ତବତା ହେଲା ଏହି ସୋଲାର ଯୋଜନାରେ ୭୧ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି।

Andhramuhan 8 Panchayat: ଆନ୍ଧ୍ରମୁହାଁ ୮ ପଞ୍ଚାୟତବାସୀ


ନବରଙ୍ଗପୁର ବ୍ଲକର ୪ଟି ଗାଁର ୩୧ ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକର ୩୭ ଗାଁର ୨୩୩ ପରିବାର, ନନ୍ଦାହାଣ୍ଡି ବ୍ଲକର ୪ଟି ଗାଁର ୭୦ ପରିବାର, ପାପଡ଼ାହାଣ୍ଡି ବ୍ଲକର ୪୪ ଗାଁର ୪୯୮ ପରିବାର, ଡାବୁଗାଁ ବ୍ଲକର ୧୮ ଗାଁର ୧୪୪ ପରିବାର, କୋଷାଗୁମୁଡ଼ା ବ୍ଲକର ୩୧ ଗାଁର ୪୨୪ ପରିବାର, ଉମରକୋଟ ବ୍ଲକର ୨୪ ଗାଁର ୩୩୦ ପରିବାର, ରାଇଘର ବ୍ଲକର ୧୮ ଗାଁର ୨୦୯ ପରିବାର, ଝରିଗାଁ ବ୍ଲକର ୫୪ ଗାଁର ୧୨୫୨ ପରିବାର ଏବଂ ଚନ୍ଦାହାଣ୍ଡି ବ୍ଲକର ୪୦ ଗାଁର ୩୬୨ ପରିବାର (ମୋଟ ୨୭୪ ଗାଁର ୩୫୫୩ ପରିବାର) ବିଦ୍ୟୁତ୍ ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଏହି ପରିବାରଗୁଡ଼ିକ ନିକଟରେ ବିଦ୍ୟୁତ୍‌ ଆଲୁଅ ତୁରନ୍ତ ପହଞ୍ଚାଇବା ନିମନ୍ତେ ଜିଲ୍ଲା କମିଟି କିଛି ଦିନ ତେଳେ ଟାଟା ପାୱାର ନିକଟରେ ରିପୋର୍ଟ ଦାଖଲ କରିଥିଲା।

Development halted: ଖଣି ପାଇଁ ଅଟକିଗଲା ବିକାଶ


ଏହାପରେ ନନ୍ଦାହାଣ୍ଡି ବ୍ଲକ ପୁଟୁଘର ଗାଁର ୮ ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଜଲାଗୁଡ଼ା ଓ ଟାଙ୍ଗିଣିକୋଟର ୪୭ ପରିବାର, ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଜଙ୍ଗଲିପାରା ଓ ତୁମାପାରା ଗାଁର ୨୮ ପରିବାରକୁ ୮୩ଟି ସୋଲାର ମାଧ୍ୟମରେ ବିଦ୍ୟୁତ୍ ଯୋଗାଇବା ପାଇଁ ୪୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତେବେ କିଛି ଗାଁକୁ ପୂର୍ବରୁ ସୋଲାର ମାଧ୍ୟମରେ ଆଲୁଅ ଯୋଗାଇ ଦିଆଯାଇଥିବା କୁହାଯାଉଛି। ବାସ୍ତବରେ ଅଧିକାଂଶ ଗାଁରେ ସୋଲାର ପ୍ରକଳ୍ପ ଅଚଳ ହୋଇଯାଇଛି। ଯେଉଁ ପଡ଼ା ଗାଁରେ ବିଦ୍ୟୁତ୍ ଆଲୁଅ ନାହିଁ ସେଠାରେ କାଠ ଜାଳି କିମ୍ବା ଡିବିରି ଜାଳି ଲୋକ ରାତି ବିତାଉଛନ୍ତି। ବିଦ୍ୟୁତ୍ ଆଲୁଅରୁ ବଞ୍ଚିତ ଗାଁ ଗୁଡ଼ିକୁ ବିଦ୍ୟୁତୀକରଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦିତ ହୋଇ ଆସିଲେ କାମ ଆରମ୍ଭ ହେବ ବୋଲି ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ସୁନିଲ କୁମାର ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe