Benefits Of Bhramari Pranayama: ଭ୍ରାମରୀ ପ୍ରାଣାୟମ୍‌ କରିବା ଦ୍ବାରା କ’ଣ ଫାଇଦା ମିଳେ, ଆସନ୍ତୁ ଜାଣିବା

Advertisment

ଏହି ପ୍ରାଣାୟମ୍‌ ଦ୍ବାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳେ। କ୍ରୋଧ, ଉଦ୍‌ବେଗ ଏବଂ ଅନିଦ୍ରାରୁ ଉପକାର ମିଳେ ଏବଂ ରକ୍ତଚାପ କମିଯାଏ। ଶରୀରର ତନ୍ତୁକୁ ଶୀଘ୍ର ସୁସ୍ଥ କରିବା ପାଇଁ ସାହାଯ୍ୟ କରେ। ଅସ୍ତ୍ରୋପଚାର ପରେ ଏହି ଅଭ୍ୟାସ କରାଯାଇପାରେ।

ଏହି ପ୍ରାଣାୟମ୍‌ ଦ୍ବାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳେ। କ୍ରୋଧ, ଉଦ୍‌ବେଗ ଏବଂ ଅନିଦ୍ରାରୁ ଉପକାର ମିଳେ ଏବଂ ରକ୍ତଚାପ କମିଯାଏ। ଶରୀରର ତନ୍ତୁକୁ ଶୀଘ୍ର ସୁସ୍ଥ କରିବା ପାଇଁ ସାହାଯ୍ୟ କରେ। ଅସ୍ତ୍ରୋପଚାର ପରେ ଏହି ଅଭ୍ୟାସ କରାଯାଇପାରେ।

paranayam

ଏହି ପ୍ରାଣାୟମ୍‌ ଦ୍ବାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳେ। କ୍ରୋଧ, ଉଦ୍‌ବେଗ ଏବଂ ଅନିଦ୍ରାରୁ ଉପକାର ମିଳେ ଏବଂ ରକ୍ତଚାପ କମିଯାଏ। ଶରୀରର ତନ୍ତୁକୁ ଶୀଘ୍ର ସୁସ୍ଥ କରିବା ପାଇଁ ସାହାଯ୍ୟ କରେ। ଅସ୍ତ୍ରୋପଚାର ପରେ ଏହି ଅଭ୍ୟାସ କରାଯାଇପାରେ। ଏହାଦ୍ବାରା ସ୍ବର ମଧୁର ହୁଏ ଏବଂ ଗଳା ସମସ୍ୟାରେ ଉନ୍ନତି ହୋଇଥାଏ ବୋଲି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର କହନ୍ତି। 

ଏହି ପ୍ରାଣାୟମ୍‌ କରିବା ପାଇଁ,

  •  ଏକ ଆରାମଦାୟକ ଧ୍ୟାନାସନରେ ବସନ୍ତୁ। ମେରୁଦଣ୍ଡ ସିଧା ରହିବ, ମୁଣ୍ଡ ସଳଖ ଏବଂ ହାତ ଆଣ୍ଠୁ ଉପରେ ଚିନ୍‌ ବା ଜ୍ଞାନମୁଦ୍ରାରେ ରହିବ। ଏହି ଅଭ୍ୟାସର ଉପଯୁକ୍ତ ଆସନ ହେଉଛି ପଦ୍ମାସନ।
  •  ଗୋଟିଏ ଚଉଡ଼ା କମ୍ବଳରେ ବସନ୍ତୁ, ଗୋଇଠିକୁ ନିତମ୍ବ ଆଡ଼କୁ ଟାଣି ରଖନ୍ତୁ। ପାଦକୁ ଭୂଇଁରେ ସିଧା କରି ରଖନ୍ତୁ, ଆଣ୍ଠୁ ଉପରକୁ ରହିବ ଏବଂ କହୁଣୀ ଆଣ୍ଠୁ ଉପରେ ରହିବ। ଆଖି ବନ୍ଦ କରନ୍ତୁ, ଅଳ୍ପ ସମୟ ପାଇଁ ଦେହକୁ ପୂରା ଢିଲା ରଖନ୍ତୁ। ଅଭ୍ୟାସ ଶେଷ ପର୍ଯ୍ୟନ୍ତ ଓଠ ଧୀରେ ବନ୍ଦ ରହିବ ଏବଂ ଦାନ୍ତ ସାମାନ୍ୟ ଅଲଗା ରହିବ। ଏହାଦ୍ବାରା ଶବ୍ଦ କମ୍ପନ ମସ୍ତିଷ୍କରେ ଖୁବ୍‌ ପରିଷ୍କାର ଭାବରେ ଶୁଭାଯିବ।
  •  ଦୁଇପଟକୁ ହାତ ଲମ୍ବାନ୍ତୁ, କହୁଣୀ ଭାଙ୍ଗ ଏବଂ ହାତ କାନ ଆଡ଼କୁ ଆଣନ୍ତୁ।
  •  ତର୍ଜନୀ ବା ମଧ୍ୟମା ଆଙ୍ଗୁଳିରେ କାନ ଦୁଇଟିକୁ ବନ୍ଦ କରନ୍ତୁ।
  • କାନର ଛିଦ୍ର ମଧ୍ୟରେ ଅଙ୍ଗୁଳି ନ ପୁରାଇ ବାହାରେ ଥିବା ଫ୍ଲାପ୍‌କୁ ଚାପି କାନ ବନ୍ଦ କରିପାରିବେ।
  •  ବୁଢ଼ା ଆଙ୍ଗୁଳିରେ କାନକୁ ବନ୍ଦ କରି, ବାକି ୪ଟି ଆଙ୍ଗୁଳି ମୁଣ୍ଡ ଉପରେ ରହିବ।
  • ମୁଣ୍ଡ ଭିତର ମଧ୍ୟ ସ୍ଥଳକୁ ଲକ୍ଷ୍ୟ କରନ୍ତୁ ଯେଉଁଠି ଆଜ୍ଞା ଚକ୍ର ରହିଛି, ଦେହ ସଂପୂର୍ଣ୍ଣ ସ୍ଥିର ରହିବ।
  •  ନାକବାଟେ ନିଶ୍ବାସ ନିଅନ୍ତୁ। ନିୟନ୍ତ୍ରଣ କରି ଧୀରେ ନିଶ୍ବାସ ଛାଡ଼ ଓ ତା’ ସହିତ ଭ୍ରମର ପରି ଗଭୀର ଓ ସ୍ଥିର ଭାବରେ ଗୁଞ୍ଜନ କରନ୍ତୁ।
  • ନିଶ୍ବାସ ଛାଡ଼ିବା ଶେଷ ହେବା ପର୍ଯ୍ୟନ୍ତ ଏହି ଗୁଞ୍ଜନ ଧୀରେ ଓ ଏକ ଧାରାରେ ଚାଲିବ।
  •  ଗୁଞ୍ଜନ ଶବ୍ଦ କୋମଳ ଓ ମଧୁର ହେବା ଉଚିତ। ମୁଣ୍ଡ ସାମନା ଭାଗରେ ଏହାର କମ୍ପନ ଅନୁଭବ କରନ୍ତୁ।
  •  ଏହିପରି ୫ ଚକ୍ର ଅଭ୍ୟାସ କରନ୍ତୁ।

ଆହୁରି ପଢ଼ନ୍ତୁ: ଇଞ୍ଜିନିୟରିଂ ଡିଗ୍ରୀ ସହ ମିଳିଥିଲା ଚାକିରି, ଜାଣନ୍ତୁ କାହିଁକି ୟୁପିଏସସି ପାଇଁ ମନ ବଳାଇଥିଲେ ଆୟୁଷ

ଅଭ୍ୟାସ ସମୟ

ଡେରି ରାତି ବା ଭୋର ସକାଳ ଅଭ୍ୟାସ ପାଇଁ ସବୁଠାରୁ ଭଲ ସମୟ। ଏହି ସମୟରେ ଗୋଳମାଳ କମ୍‌ ଥାଏ ଓ ଅନ୍ତଦୃଷ୍ଟିରେ ଅସୁବିଧା ହୁଏ ନାହିଁ। ଏହି ସମୟରେ ଅଭ୍ୟାସ କଲେ ଆତ୍ମିକ ସମ୍ବେଦନଶୀଳତା ଜାଗରିତ ହୋଇଥାଏ। 

ଆହୁରି ପଢ଼ନ୍ତୁ: ରହସ୍ୟ ଘେରରେ ଗାୟକ ଜୁବିନ୍‌ଙ୍କ ମୃତ୍ୟ, ଖୁବ୍‌ ଶୀଘ୍ର ଆସିବ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe