Advertisment

Buddhist: ଲୁପ୍ତ ହେବାକୁ ବସିଛି ବୌଦ୍ଧ କୀର୍ତ୍ତିରାଜି

Advertisment

ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ସବୁବେଳେ ସବୁ ସମୟରେ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବାରକୋଟ ବ୍ଲକ୍‌ର ବାହାଡ଼ାପଶି ଛକଠାରୁ....

ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ସବୁବେଳେ ସବୁ ସମୟରେ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବାରକୋଟ ବ୍ଲକ୍‌ର ବାହାଡ଼ାପଶି ଛକଠାରୁ....

Untitled-2

ଦେବଗଡ଼ : ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ସବୁବେଳେ ସବୁ ସମୟରେ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବାରକୋଟ ବ୍ଲକ୍‌ର ବାହାଡ଼ାପଶି ଛକଠାରୁ ରାଉରକେଲା ରାସ୍ତାରେ ପ୍ରାୟ ୭ କିମି ଦୂରରେ ବ୍ରାହ୍ମଣୀ ନଦୀ ତଟରେ ଅବସ୍ଥିତ ଅକ୍ଷରଶିଳା ଗ୍ରାମ। ଏହି ଗ୍ରାମରେ ରହିଛି ଆଶ୍ଚର୍ଯ୍ୟ କଲା ଭଳି ଅନେକ ଖୋଦିତ ଶିଳାଖଣ୍ଡ। ବିଭିନ୍ନ ପଶୁପକ୍ଷୀ ଓ ସରୀସୃପ ଆକୃତିର କଳାକୃତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହାର ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଶିଳାଲିପି ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇସାରିଛି। ଏହି ଶିଳାଲିପି ଗ୍ରାମବାସୀଙ୍କ ଆଧ୍ୟାତ୍ମିକ ଭାବନା ସହ ମଧ୍ୟ ଜଡ଼ିତ। କିଂବଦନ୍ତି ଅନୁଯାୟୀ, ଅଷ୍ଟମ ଖ୍ରୀଷ୍ଟାବ୍ଦରେ ବୌଦ୍ଧ ଭିକ୍ଷୁକମାନେ ଏହି ବ୍ରାହ୍ମଣୀ ଅବବାହିକାରେ ବିହାର ନାଳନ୍ଦାରୁ ଓଡ଼ିଶାର ରତ୍ନଗିରି ଅଭିମୁଖେ ଯିବା ଆସିବା କରୁଥିଲେ। ଏହି ସମୟରେ ସେମାନେ ଏଠାରେ ବିଶ୍ରାମ ନେଉଥିଲେ। ସେତିକିବେଳେ କେତେକ ଶିଳାଖଣ୍ଡ ଉପରେ ପାଲି ଭାଷାରେ କିଛି ଲିପି ଖୋଦିତ କରିଥିଲେ।

Dubai airport: ଦୁବାଇ ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରଣ: ବିମାନ ସେବା ବାଧାପ୍ରାପ୍ତ, ଭୟଭୀତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

High Court: ସରକାରୀ କାର୍ଯ୍ୟାଳୟ ଆଟାଚ୍‌ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ: ଘରୋଇ ସଂସ୍ଥାକୁ ଧାର୍ଯ୍ୟ ଟଙ୍କା ଦେବାକୁ ସରକାର ରାଜି

ପରବର୍ତ୍ତୀ ସମୟରେ ଏହି ଶିଳାଖଣ୍ଡଗୁଡ଼ିକୁ ବାମଣ୍ଡାର ତତ୍କାଳୀନ ରାଜା ସାର୍‌ ବାସୁଦେବ ସୁଢ଼ଳ ଦେବ ଠାବ କରିବା ସହିତ ସେଠାରେ ଜନବସତି ସ୍ଥାପନ କରାଇଥିଲେ। ସେହି ଖୋଦିତ ଲିପି ଅନୁସାରେ, ରାଜା ସାର୍‌ ବାସୁଦେବ ସୁଢ଼ଳ ଦେବ ଏହି ଗ୍ରାମର ନାଁ ଅକ୍ଷରଶିଳା ନାମିତ କରିଥିଲେ। କେବଳ ସେତିକି ନୁହେଁ, ବ୍ରାହ୍ମଣୀ ଅବବାହିକାରେ ଆହୁରି ଅନେକ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିଥିବା ବେଳେ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ସେସବୁ ଜଳମଗ୍ନ ହୋଇଯାଇଛି। ଗ୍ରୀଷ୍ମଋତୁରେ ଶୁଷ୍କ ନଦୀ ଗର୍ଭରେ ବୌଦ୍ଧ କୀର୍ତ୍ତିର ଅଂଶ ବିଶେଷ ଦେଖିବାକୁ ମିଳିଥାଏ। ବିଡ଼ମ୍ବନାର ବିଷୟ ଯେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ହେତୁ ଜନମାନସରୁ ବିଲୁପ୍ତ ହେବାକୁ ବସିଛି ଏହି ଐତିହ୍ୟ କୀର୍ତ୍ତିରାଜି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହି କୀର୍ତ୍ତିରାଜିଗୁଡ଼ିକୁ ପୁନରୁଦ୍ଧାର କଲେ ଏଠାରେ ବୌଦ୍ଧଧର୍ମ ସମ୍ବନ୍ଧୀୟ ଅନେକ ରୋଚକ ତଥ୍ୟ ମିଳିପାରିବ। ଏହାସହିତ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe