Advertisment

Buddhist stupa : ପରିତ୍ୟକ୍ତ ପୋଖରୀର ଭ୍ରମ ସୃଷ୍ଟି କରୁଛି ବୌଦ୍ଧ ଗଡ଼ଖାଇ

Advertisment

ବୌଦ୍ଧଗଡ଼ର ପ୍ରାଚୀନତା ପ୍ରତିପାଦନ କରୁଥିବା ଗଡ଼ଖାଇ ଧୀରେ ଧୀରେ ତା’ର ଅସ୍ତିତ୍ବ ହରାଇବାକୁ ବସିଲାଣି। ଏକଦା ବୌଦ୍ଧ ରାଜବାଟିକୁ ଘେରିରହି ଏହାର ସୁରକ୍ଷା କବଚ ପାଲଟିଥିବା ଏହି...

ବୌଦ୍ଧଗଡ଼ର ପ୍ରାଚୀନତା ପ୍ରତିପାଦନ କରୁଥିବା ଗଡ଼ଖାଇ ଧୀରେ ଧୀରେ ତା’ର ଅସ୍ତିତ୍ବ ହରାଇବାକୁ ବସିଲାଣି। ଏକଦା ବୌଦ୍ଧ ରାଜବାଟିକୁ ଘେରିରହି ଏହାର ସୁରକ୍ଷା କବଚ ପାଲଟିଥିବା ଏହି...

Untitled-3

ବୌଦ୍ଧ: ବୌଦ୍ଧଗଡ଼ର ପ୍ରାଚୀନତା ପ୍ରତିପାଦନ କରୁଥିବା ଗଡ଼ଖାଇ ଧୀରେ ଧୀରେ ତା’ର ଅସ୍ତିତ୍ବ ହରାଇବାକୁ ବସିଲାଣି। ଏକଦା ବୌଦ୍ଧ ରାଜବାଟିକୁ ଘେରିରହି ଏହାର ସୁରକ୍ଷା କବଚ ପାଲଟିଥିବା ଏହି ଗଭୀର ଜଳାଶୟ ଏବେ ଏକ ପରିତ୍ୟକ୍ତ ପୋଖରୀର ଭ୍ରମ ସୃଷ୍ଟି କରୁଛି, ଯାହାକି ଦଳରେ ଭରି ରହିଛି। ଆଖପାଖର ନର୍ଦ୍ଦମା ପାଣି ଯାଇ ଏହି ଗଡ଼ଖାଇରେ ମିଶୁଛି। ଅଳିଆ ଆବର୍ଜନା ମଧ୍ୟ ପକାଯାଉଛି। ପାଣି ଦୂଷିତ ହେବା ସହ ଆଖପାଖ ପରିବେଶକୁ ପ୍ରଭାବିତ କରୁଛି।

Forest department: ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ ଟିମ୍‌: ୧୦୯ ଶୁଆ ଉଦ୍ଧାର, ଜଣେ ଗିରଫ

Dubai airport: ଦୁବାଇ ବିମାନବନ୍ଦରରେ ଶକ୍ତିଶାଳୀ ବିସ୍ଫୋରଣ: ବିମାନ ସେବା ବାଧାପ୍ରାପ୍ତ, ଭୟଭୀତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ସେଥିରେ ପୁଣି ଗଡ଼ଖାଇର ଗୋଟିଏ ପାର୍ଶ୍ବ ବନ୍ଧହୁଡ଼ାରେ ଏକ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ସ୍ଥାପିତ ହୋଇଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିଭଳି ଅନୁମତି ଦେଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଗଡ଼ଖାଇର ପୁନରୁଦ୍ଧାର ପାଇଁ ୫ ବର୍ଷ ତଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ୨୦୨୧ ମସିହାରେ ଏଥିପାଇଁ ସ୍ବତନ୍ତ୍ର ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବା ସହ ପ୍ରାୟ ୧୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଐତିହ୍ୟ ସୁରକ୍ଷା ସହ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ସେହିବର୍ଷ ସ୍ବାୟତ୍ତ ଶାସନ ଦିବସ ଅବସରରେ ଶୁଭ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବୌଦ୍ଧଗଡ଼ ଏନ୍‌ଏସିକୁ ୩ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦଳ ସଫା ପାଇଁ ସ୍ବତନ୍ତ୍ର ମେସିନ୍ ଆସିଥିଲା। କଂକ୍ରିଟ୍‌ ପାଚେରି ବୁଲାଇବା ପାଇଁ ପଦକ୍ଷେପ ନିଆଯାଇ କିଛି ନିର୍ମାଣ କାମ ମଧ୍ୟ ହୋଇଥିଲା। ହେଲେ ଜଳାଶୟ ଚାରିପାଖ କଂକ୍ରିଟ୍ ପାଚେରି ନଦେବା ପାଇଁ କୁଆଡ଼େ ସରକାରଙ୍କ ନୀତିରେ ପରିବର୍ତ୍ତନ ହେବା ଯୋଗୁଁ ଏହି କାମ ଅଟକି ଯାଇଥିଲା। ଅନ୍ୟପକ୍ଷରେ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାର ଥିଲା। କିନ୍ତୁ ଏହାକୁ ବିରୋଧ କରି କେହି ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେହି କାର୍ଯ୍ୟ ମଧ୍ୟ ସ୍ଥଗିତ ରହିଥିଲା। ଏହାପରେ ଆଉ ନିର୍ମାଣ କାର୍ଯ୍ୟ ଆଗେଇ ନାହିଁ। କିନ୍ତୁ ତା’ ମଧ୍ୟରେ ମଂଜୁର ଅର୍ଥରାଶିରୁ ୧ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିଲା। ବର୍ତ୍ତମାନ ଏହି ଗଡ଼ଖାଇର ସ୍ଥିତି ଦେଖିଲେ ସେହି ଟଙ୍କା ଏକପ୍ରକାର ପାଣିରେ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏହାର ପୁନରୁଦ୍ଧାର ପାଇଁ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe