୨୦୨୬ରୁ ଘରୋଇ ସ୍ପେସ୍‌ ଷ୍ଟେସନ୍‌ ଯୁଗାରମ୍ଭ

Advertisment

ଅତିଶୀଘ୍ର କଳ୍ପନା ଜଗତ୍‌ରୁ ବ୍ୟାବସାୟିକ ମହାକାଶ ଷ୍ଟେସନ୍‌ ବାସ୍ତବତା ଆଡ଼କୁ ଗତିଶୀଳ ହେଉଛି। ଯେହେତୁ ୨୦୩୦ ସୁଦ୍ଧା ‘ନାସା’ର ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଅବସର ନିମନ୍ତେ ପ୍ରସ୍ତୁତି କରୁଛି ସେହେତୁ ଘରୋଇ ଅର୍ବିଟାଲ୍‌ ଇଣ୍ଡଷ୍ଟ୍ରି ଉକ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ସଜବାଜ ହେଉଛି।

ଅତିଶୀଘ୍ର କଳ୍ପନା ଜଗତ୍‌ରୁ ବ୍ୟାବସାୟିକ ମହାକାଶ ଷ୍ଟେସନ୍‌ ବାସ୍ତବତା ଆଡ଼କୁ ଗତିଶୀଳ ହେଉଛି। ଯେହେତୁ ୨୦୩୦ ସୁଦ୍ଧା ‘ନାସା’ର ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଅବସର ନିମନ୍ତେ ପ୍ରସ୍ତୁତି କରୁଛି ସେହେତୁ ଘରୋଇ ଅର୍ବିଟାଲ୍‌ ଇଣ୍ଡଷ୍ଟ୍ରି ଉକ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ସଜବାଜ ହେଉଛି।

dgdadgzvccv

ଅତିଶୀଘ୍ର କଳ୍ପନା ଜଗତ୍‌ରୁ ବ୍ୟାବସାୟିକ ମହାକାଶ ଷ୍ଟେସନ୍‌ ବାସ୍ତବତା ଆଡ଼କୁ ଗତିଶୀଳ ହେଉଛି। ଯେହେତୁ ୨୦୩୦ ସୁଦ୍ଧା ‘ନାସା’ର ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଅବସର ନିମନ୍ତେ ପ୍ରସ୍ତୁତି କରୁଛି ସେହେତୁ ଘରୋଇ ଅର୍ବିଟାଲ୍‌ ଇଣ୍ଡଷ୍ଟ୍ରି ଉକ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ସଜବାଜ ହେଉଛି। ୨୦୨୨ରେ ଚୀନ୍‌ର ତିଆନ୍‌ଗଙ୍ଗ୍‌ ମହାକାଶ ଷ୍ଟେସନ୍‌ରେ ସ୍ଥାୟୀରୂପେ ମହାକାଶଚାରୀ ରହିବା ପରଠାରୁ ପ୍ରାୟ ଚଉଠ ଶତାବ୍ଦୀଧରି ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଥିଲା ମହାକାଶରେ ମଣିଷର ଏକମାତ୍ର ସ୍ଥାୟୀ ଶିବିର। ସମ୍ପ୍ରତି ଉକ୍ତ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ର ପରମାୟୁ ପୂରିଆସୁଛି ଏବଂ ତା’ ପ୍ରତିବଦଳରେ ଆଉ ମହାକାଶ ଷ୍ଟେସନ୍‌ ସ୍ଥାପନ କରିବନାହିଁ ବୋଲି ‘ନାସା’ ସ୍ପଷ୍ଟ ସୂଚନା ଦେଇସାରିଛି। 

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର

ଏଣିକି ‘ନାସା’ ଘରମାଲିକ ହେବା ପରିବର୍ତ୍ତେ ଘରଭଡ଼ା ନେବାକୁ ଇଚ୍ଛୁକ। ଅର୍ଥାତ୍‌ ନିଜେ ମହାକାଶ କେନ୍ଦ୍ର ସ୍ଥାପନ ନ କରି ଘରୋଇ କମ୍ପାନିଠାରୁ ‘ନାସା’ ମହାକାଶ ଷ୍ଟେସନ୍‌ ସେବା ଭଡ଼ାସୂତ୍ରରେ ନେବ। ଘରୋଇ ମହାକାଶ ଶିଳ୍ପ ଏ କ୍ଷେତ୍ରରେ ପ୍ରବେଶକଲେ ‘ନାସା’ର ଆର୍ଥିକ ବ୍ୟୟ ହ୍ରାସ ହେବା ସହ ଉଦ୍ଭାବନ କ୍ରିୟା ମଧ୍ୟ ବୃଦ୍ଧି ପାଇବ। ଏତାଦୃଶ ପରିବର୍ତ୍ତନ ଯୋଗୁଁ ‘ଲୋ ଆର୍ଥ ଅର୍ବିଟର୍‌’ ବାବଦ ବ୍ୟୟ ଖୁବ୍‌ କମିଯିବ। କାଲିଫର୍ଣ୍ଣିଆସ୍ଥିତ କ୍ଷୁଦ୍ର ଘରୋଇ କମ୍ପାନି ‘ଭାଷ୍ଟ୍‌’ ୨୦୨୬ ମେ ମାସରେ ତା’ର ମହାକାଶ ଷ୍ଟେସନ୍‌ ‘ଫାର୍ଷ୍ଟ ହେଭେନ୍‌’ ସଂସ୍ଥାପନକରି ଏ କ୍ଷେତ୍ରରେ ଅଗ୍ରଦୂତ ସାଜିବ।

ଏଣିକି ‘ନାସା’ ଘରମାଲିକ ହେବା ପରିବର୍ତ୍ତେ ଘରଭଡ଼ା ନେବାକୁ ଇଚ୍ଛୁକ। ଅର୍ଥାତ୍‌ ମହାକାଶ କେନ୍ଦ୍ର ସ୍ଥାପନ ନ କରି ଘରୋଇ କମ୍ପାନିଠାରୁ ମହାକାଶ ଷ୍ଟେସନ୍‌ ଭଡ଼ାସୂତ୍ରରେ ନେବ।

‘ଭାଷ୍ଟ୍‌’ର ଅଗ୍ରଣୀ ମହାକାଶଚାରୀ ତଥା ‘ନାସା’ର ପ୍ରାକ୍ତନ କ୍ରୁ’ ସଦସ୍ୟ ଡ୍ରୁ ଫୈଷ୍ଟୁଲ୍‌ କହନ୍ତି, ‘‘ଯଦି ଆମେ ପ୍ରଚେଷ୍ଟା ଚାଲୁରଖୁ ‘ଫାର୍ଷ୍ଟ ହେଭେନ୍‌’ ସ୍ଥାପନାକରି ମହାକାଶରେ ଆମେ ସର୍ବପ୍ରଥମ ପୃଥକ୍‌ ବ୍ୟାବସାୟିକ ‘ଲୋ ଆର୍ଥ ଅର୍ବିଟର୍‌’ ହେବୁ। ଆଉ ତାହା ହେବ ମାନବ ଥିବା  ମହାକାଶଯାନ ନିମନ୍ତେ ଗୋଟାଏ ଚମତ୍କାର ମୋଡ଼।’’ଏ ଭିତରେ ‘ଭାଷ୍ଟ୍‌’ ଉକ୍ତ ମହାକାଶ ଷ୍ଟେସନ୍‌ ଉତ୍‌କ୍ଷେପଣ ନିମନ୍ତେ ‘ସ୍ପେସ୍‌ଏକ୍ସ୍‌ ଫାଲ୍‌କନ୍‌ ୯’ ରକେଟ୍‌ ବୁକିଙ୍ଗ୍‌ କରିସାରିଛି। ପ୍ରାୟ ୧୪୦୬୧ କିଲୋ ଓଜନବିଶିଷ୍ଟ ‘ଫାର୍ଷ୍ଟ ହେଭେନ୍‌’ ହେବ ଉକ୍ତ ରକେଟ୍‌ ଉତ୍‌‌କ୍ଷେପଣ କରିଥିବା ସବୁଠୁ ଅଧିକ ଓଜନଦାର ସାମଗ୍ରୀ। ପ୍ରାୟ ଗୋଟାଏ ‘ସିପିଙ୍ଗ୍‌ କଣ୍ଟେନର୍‌’ ଆକାରର ଏହି ‘ସିଙ୍ଗଲ୍‌-ମୋଡ୍ୟୁଲ୍‌’ ଷ୍ଟେସନ୍‌ ୧୦ଦିନ ପର୍ଯ୍ୟନ୍ତ ୪ଜଣିଆ କ୍ରୁ’ଙ୍କୁ ଆଶ୍ରୟ ଦେଇପାରିବ। ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଅପେକ୍ଷା ଏଥିରେ ଅଧିକ ଆରାମପ୍ରଦ ସୁବିଧା ବ୍ୟବସ୍ଥା କରିବା ଲାଗି କମ୍ପାନି ପାରୁପର୍ଯ୍ୟନ୍ତ ଚେଷ୍ଟାକରିଛି। ଏଥିରେ ଭୂମିର ସ୍ବାଭାବିକ ବର୍ଣ୍ଣ, କୋମଳ ଚଟାଣ, ପବନ ଭରାଯାଉଥିବା ଶଯ୍ୟା ସହିତ ମହାକାଶଚାରୀଙ୍କ ଖାଦ୍ୟପେୟ ବିକଳ୍ପ ବି ଉନ୍ନତ କରାଯାଇଛି।

Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା

ଏ ମହାକାଶ କେନ୍ଦ୍ର କିଛି ଗ୍ରାହକଙ୍କୁ ପ୍ରଲୋଭିତ କରିବ ବୋଲି କମ୍ପାନି ଆଶା ବାନ୍ଧିଥିଲେ ବି ବାସ୍ତବରେ ଏହା ହେଉଛି ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ର ଦାୟାଦ ବୋଲାଇପାରୁଥିବା ବୃହଦ୍‌କାୟ ‘ସେକେଣ୍ଡ୍‌ ହେଭେନ୍‌’ ପରିକଳ୍ପନାର ଚାକ୍ଷୁଷ ପ୍ରମାଣ ମାତ୍ର। ମାଲ୍‌ପତ୍ର ଯୋଗାଣ ଯାନ ଅଥବା ନୂଆ ମୋଡ୍ୟୁଲ୍‌ ସଂଯୁକ୍ତ କରିବା ଲାଗି ‘ସେକେଣ୍ଡ୍‌ ହେଭେନ୍‌’ରେ ଆଉ ଗୋଟାଏ ଡକିଙ୍ଗ୍‌ ପଏଣ୍ଟ୍‌ ରହିବ। କିନ୍ତୁ ‘ଭା‌ଷ୍ଟ୍‌’ର ଦ୍ବିତୀୟ ଷ୍ଟେସନ୍‌ ନିର୍ମାଣ ‘ନାସା’ର ବ୍ୟାବସାୟିକ ‘ଲୋ ଆର୍ଥ ଅର୍ବିଟ୍‌ ଡେଷ୍ଟିନେସନ୍‌’ ଯୋଜନା ଉପରେ ନିର୍ଭର କରୁଛି ବୋଲି କମ୍ପାନି କହୁଛି। ନିଜର ବିଭିନ୍ନ ମହାକାଶ ଅଭିଯାନରେ ସହାୟକ ହେଲା ଭଳି ନୂତନ ‘ଅର୍ବିଟାଲ୍‌ ଅର୍ଥନୀତି’କୁ ପ୍ରୋତ୍ସାହିତ କରିବା ପାଇଁ ‘ନାସା’ ପକ୍ଷରୁ ମହାକାଶ ଷ୍ଟେସନ୍‌ ନିର୍ମାଣ କରାଇବାକୁ ଅନେକ କ୍ଷୁଦ୍ର କମ୍ପାନିଙ୍କୁ ପାଣ୍ଠି ଓ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ରେ ଯୋଜନା ଆରମ୍ଭ ହୋଇଥିଲା। ଏହି କମ୍ପାନି ସବୁ ପ୍ରସ୍ତୁତ କରିଥିବା ନକ୍ସାକୁ ରୂପରେଖ ଦେବା ନିମନ୍ତେ ସେମାନଙ୍କ ସାହାଯ୍ୟାର୍ଥେ ଏ ଯୋଜନାର ପ୍ରଥମ ପର୍ଯ୍ୟାୟରେ ‘ନାସା’ ପ୍ରାୟ ୪୧୫ ନିୟୁତ ଡଲାର୍‌ ପ୍ରଦାନ କରିଛି। ୧ରୁ ଦେଢ଼ ବିଲିୟନ୍‌ ଡଲାର୍‌ ମୂଲ୍ୟର ଦ୍ବିତୀୟ ପର୍ଯ୍ୟାୟ ରାଜିନାମା ନିମନ୍ତେ ଏକ ଅଥବା ଏକାଧିକ କମ୍ପାନି ମନୋନୀତ କରିବା ଲାଗି ମଧ୍ୟ ‘ନାସା’ ଯୋଜନା କରିଛି। ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ଏ ଯୋଜନା ସକ୍ରିୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe