Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ଚଷମାରେ ୟୁପିଆଇ ପେମେଣ୍ଟ

‘ମେଟା’ କମ୍ପାନିର ନୂଆ ଚଷମା ‘ଓକ୍‌ଲି ମେଟା ଏଚ୍‌ଏସ୍‌ଟିଏନ୍‌ ଏଆଇ’ ଡିସେମ୍ବର ପହିଲାରୁ ଭାରତରେ ବିକ୍ରି ହେବ। ଏହି ଚଷମାର ବିଶେଷତ୍ବ ହେଲା ଏଥିରେ ସହଜରେ ୟୁପିଆଇ ପେମେଣ୍ଟ କରିହେବ।

sfshhfsxvb

‘ମେଟା’ କମ୍ପାନିର ନୂଆ ଚଷମା ‘ଓକ୍‌ଲି ମେଟା ଏଚ୍‌ଏସ୍‌ଟିଏନ୍‌ ଏଆଇ’ ଡିସେମ୍ବର ପହିଲାରୁ ଭାରତରେ ବିକ୍ରି ହେବ। ଏହି ଚଷମାର ବିଶେଷତ୍ବ ହେଲା ଏଥିରେ ସହଜରେ ୟୁପିଆଇ ପେମେଣ୍ଟ କରିହେବ। ହ୍ବାଟ୍‌ସଆପ୍‌ ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପେମେଣ୍ଟ କରିବା ପାଇଁ କ୍ୟୁଆର୍‌ କୋଡ୍‌କୁ ଦେଖି ‘ହୈ ମେଟା, ସ୍କାନ୍‌ ଆଣ୍ଡ୍‌ ପେ’ କହିଲେ ଟଙ୍କା ପୈଠ ହୋଇଯିବ। ଏହି ଚଷମାରେ ୩କେ ରିଜଲ୍ୟୁସନ୍‌ର ଭିଡିଓ ରେକର୍ଡିଂ, ଓପନ୍‌ ଇଅର୍‌ ସ୍ପିକର୍‌, ଜଳ ପ୍ରତିରୋଧ ପାଇଁ ଆଇପିଏକ୍‌ସ୪ ରେଟିଂ ଭଳି ବୈଶିଷ୍ଟ୍ୟ ରହିଛି। ଥରେ ଚାର୍ଜ କଲେ ଏହା ଆଠଘଣ୍ଟା ଚାଲିବ।

Reignition: ବିଜେଡିକୁ ଝଟକା! ନଗରପାଳଙ୍କ ସହିତ ଇସ୍ତଫା ଦେଲେ ୧୩ କାଉନ୍‌ସିଲର

କଣ୍ଟାକ୍ଟ ଲେନ୍‌ସ ଅପେକ୍ଷା ଚଷମା ଅଧିକ ସୁରକ୍ଷିତ

ଚଷମାର ଖୋଳ ଏହାକୁ ୪୮ ଘଣ୍ଟାର ଅତିରିକ୍ତ ଚାର୍ଜ ଯୋଗାଇପାରିବ। ଭାରତ ପାଇଁ ପ୍ରସ୍ତୁତ ଏହି ଚଷମାର ମେଟା ଏଆଇ ଆସିଷ୍ଟାଣ୍ଟ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିବାକୁ ମଧ୍ୟ ସମର୍ଥ। ବ୍ୟବହାରକାରୀମାନେ ଦୀପିକା ପାଦୁକୋନ୍‌ଙ୍କ ଭଳି ସେଲିବ୍ରିଟିଙ୍କ ସ୍ବରରେ ନିଜ ପ୍ରଶ୍ନର ଉତ୍ତର ଶୁଣିପାରିବେ। ବିଶେଷ କରି କ୍ରୀଡ଼ାବିତ୍‌ଙ୍କୁ ଦୃଷ୍ଟିରେ ରଖି ଏହି ଚଷମା ନିର୍ମିତ। ଛଅ ପ୍ରକାର ଫ୍ରେମ୍‌ ଓ ଲେନ୍‌ସ ରଙ୍ଗର ବିକଳ୍ପ ସହ ଆସୁଥିବା ଓକ୍‌ଲି ମେଟା ଏଚ୍‌ଏସ୍‌ଟିଏନ୍‌ ଏଆଇ ଚଷମାର ପ୍ରାରମ୍ଭିକ ମୂଲ୍ୟ ୪୧,୮୦୦ ଟଙ୍କା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe