Photograph: (google)
ଗଣେଶ ପୂଜା ହେଉ ଅବା କୌଣସି ପର୍ବପର୍ବାଣୀ ସବୁଥିରେ ନଡ଼ିଆର ବ୍ୟବହାର ଅପରିହାର୍ଯ୍ୟ। ସେହିପରି ନଡ଼ିଆ ଯେ ଖାଲି ପୂଜା କାମରେ ବ୍ୟବହାର ହେଉଛି ତାହା ନୁହେଁ ଏହା ଆମ ଜୀବନଚର୍ଯ୍ୟାରେ ମଧ୍ୟ ବ୍ୟବହାରରେ ଆସିଥାଏ। ଯେପରି ନଡ଼ିଆରୁ ତିଆରି ତେଲ ହେଉ ଅବା ନଡ଼ିଆରେ ତିଆରି କ୍ରିମ୍ ମଧ୍ୟ ଆମେ ବ୍ୟବହାର କରିଥାଉ। ଏହା ସହିତ ନଡ଼ିଆ ଖାଇ ଫିଙ୍ଗିଦିଆଯାଉଥିବା ନଡ଼ିଆ ଖୋଳ ବା ସଢ଼େଇରେ ମଧ୍ୟ ବିଭିନ୍ନ କାରୁକାର୍ଯ୍ୟ କରାଯାଉଥିବାରୁ ଦେଖିବାକୁ ମିଳୁଛି। ପୂଜାରେ ନଡ଼ିଆର ବ୍ୟବହାର କରିବାର ପ୍ରମୁଖ କାରଣ ହେଉଛି ନଡ଼ିଆର ପାଣି। ଜଳଯୁକ୍ତ ଶ୍ରୀଫଳକୁ ନିଷ୍ଠାର ସହ ପୂଜା କଲେ ଘରେ ଶୁଭ ଶକ୍ତିର ଆର୍ବିଭାବ ଘଟେ ଏବଂ ଲକ୍ଷ୍ମୀଙ୍କ କୃପାପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଦ୍ୱିତୀୟରେ ଏହାର ଏକ ଜ୍ୟୋତିଷକ କାରଣକୁ ମଧ୍ୟ ଆଲୋଚନାର ପରିସରକୁ ନିଆଯାଇପାରେ। ନଡ଼ିଆ ଭିତରେ ଥିବା ଶ୍ୱେତ ବର୍ଣ୍ଣର ଅଂଶ, ଯାହାକୁ ସଶ ବୋଲି କୁହାଯାଏ, ତାହା ଚନ୍ଦ୍ରମାର ପ୍ରତୀକ। ଚନ୍ଦ୍ରର ବର୍ଣ୍ଣ ବି ଶୁଭ। ତୃତୀୟ କଥା ହେଲା, ପୂଜାରେ ନଡ଼ିଆକୁ ଭଙ୍ଗା ଯାଏ। ଯଦି ଏକା ଥରକେ ଭାଙ୍ଗିଗଲା, ତେବେ ଏହା ଶୁଭତ୍ୱର ସୂଚକ ବୋଲି ମନେ କରାଯାଏ। ନଡ଼ିଆ ଭଙ୍ଗା ପରମ୍ପରାଟି ଆମ ମନରୁ ଅହଂକାରକୁ ତଡ଼ିବା ପାଇଁ ବାର୍ତ୍ତା ଦିଏ।
ଜାଣିବା ଏହାର ଉପକାରୀତା ବିଷୟରେ...
ଖାଦ୍ୟରେ ନଡ଼ିଆ ତେଲ
ନଡ଼ିଆ ତେଲ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଥଣ୍ଡା, କାଶ ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।
ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ନଡ଼ିଆ ତେଲ ଶରୀରର ମେଟାବୋଲିକ ହାରକୁ କମ୍ କରିଥାଏ, ଯାହା ସହଜରେ ଓଜନ କମ୍ କରେ। ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଫଳରେ ପାଚନତନ୍ତ୍ର ଶକ୍ତ ହୋଇଥାଏ। ଏହା ସହ ପେଟରେ ସଂକ୍ରମଣ ସୃଷ୍ଟି କରି ନଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା କମାଇଥାଏ। ଏହି ତେଲରୁ ଉତ୍ପାଦିତ କେଟୋନ ଶରୀରର ସୁସ୍ଥ କୋଷଗୁଡ଼ିକୁ ଶକ୍ତି ଯୋଗାଇଥାଏ। କେଟୋନ କର୍କଟ କୋଷ ବ୍ୟତୀତ ଶରୀରର ଅନ୍ୟ କୋଷକୁ ଶକ୍ତି ପ୍ରଦାନ କରିଥାଏ।
ଆହୁରି ପଢ଼ନ୍ତୁ: କୋଣାର୍କ ନୃତ୍ୟ ଉତ୍ସବରେ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ ଅଭିଯୋଗ
ସୌନ୍ଦର୍ଯ୍ୟରେ ନଡ଼ିଆ ତେଲ
ବେଳେବେଳେ ମହିଳାମାନଙ୍କ ମୁହଁରେ ଦାଗ ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମକଦାର କରିବାକୁ ସେମାନେ ବଜାରରୁ ଏମିତି କିଛି ବିଉଟି ପ୍ରଡକ୍ଟ କିଣି ଆଣନ୍ତି। କିନ୍ତୁ ଏପରି କିଛି ପ୍ରାକୃତିକ ଉପଚାର ରହିଛି, ଯାହା ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିଥାଏ। ନଡ଼ିଆ ତେଲରେ ଆପଣ ସ୍ପାର ଆନନ୍ଦ ଘରେ ନେଇପାରିବେ ଓ ତ୍ୱଚାକୁ ମୁଲାୟମ୍ କରିପାରିବେ। ଏଥିପାଇଁ ଆପଣ ଦୁଇରୁ ୩ ଚାମଚ ଓଟ୍ସ ନିଅନ୍ତୁ ଓ ସେଥିରେ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୩୦ସେକେଣ୍ଡ ଲାଗି ମାଇକ୍ରୋୱେଭ୍ରେ ଗରମ କରିଦିଅନ୍ତୁ। ଏହା ପରେ ମସ୍ଲିନ୍ ବ୍ୟାଗ୍ ସାହାଯ୍ୟରେ ଏହି ପେଷ୍ଟ୍କୁ ଶରୀରରେ ଲଗାଇ ମସାଜ୍ କରନ୍ତୁ। ଏହି ପେଷ୍ଟ ଶରୀରର ପିଏଚ୍ ଲେଭଲ୍କୁ ସମାନ ରଖିଥାଏ।
ନିଜ କେଶକୁ କୁଣ୍ଡାଇବା ପରେ,ଏକ ଚାମଚ ନଡିଆ ତେଲ ନେଇ କେଶରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ ଡ୍ରାଏ ନ ହେବା ସହ କେଶରେ ଚମକ ଆସିଥାଏ। ଶୀତଦିନରେ ଓଠ ଡ୍ରାଏ ହୋଇ ଫାଟେ। ବାରମ୍ବାର ଲିପ୍ବାମ୍ ଲଗାଇବାକୁ ପଡିଥାଏ। ଆପଣ ନିଜର ଓଠକୁ ମୁଲାୟମ୍ ରଖିବାକୁ ହେଲେ ନଡ଼ିଆ ତେଲକୁ ଲଗାଇ ପାରିବେ। ଆପଣ ଏହାକୁ ଓଠରେ ଲଗାଇ ରଖନ୍ତୁ। ଏହାର କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୃତ କୋଷ ବାହାରି ଯିବ।
ଆହୁରି ପଢ଼ନ୍ତୁ: ଓଢ଼ଣି ତଳେ ପ୍ରତିଭା: ଗିଟାର ବଜାଇ “ତେରା ମେରା ପ୍ୟାର ଅମର” ଗୀତ ଗାଉଥିବା ନୂଆ ବୋହୂଙ୍କ ଭିଡ଼ିଓ ଭାଇରାଲ
ନଡ଼ିଆ ପାଣି ଓ ପିଇଡ଼ ପାଣି
ନଡ଼ିଆ ପାଣି କାହାକୁ ବା ଭଲ ନ ଲାଗେ। ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ। ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ ହୋଇଥାଏ। ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ। ନଡ଼ିଆ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ।
ପଇଡ଼ ପାଣିର ପ୍ରଭାବରେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ କ୍ୟାଲୋରୀର ମାତ୍ର କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି କରେ ନାହିଁ। ଏହାସହ ପଇଡ଼ ପାଣି ଶରୀରର ଜଳୀୟ ଅଂଶ ଧରି ରଖିବା ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ପଇଡ ପାଣିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ। ଏହା ମସ୍ତିଷ୍କ ଓ ସ୍ନାୟୁକୁ ଅଧିକ ସକ୍ରିୟ କରିବାରେ ବିଶେଷ ଭୂମିକା ନିଭାଇଥାଏ। ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ପଇଡ଼ ପାଣି ଉଚ୍ଚରକ୍ତ ଚାପଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଗର୍ଭବତୀମାନେ ମଧ୍ୟ ପଇଡ଼ ପାଣି ପିଇବା ଉଚିତ୍। କାରଣ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପଇଡ଼ ପାଣି ସୁସ୍ଥ ରଖିଥାଏ। ପଇଡ଼ ପାଣିରେ ଭିଟାମିନ୍ ସି, ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥିବା ହେତୁ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଏହା ହୃଦ୍ରୋଗୀମାନଙ୍କ ପାଇଁ ମଧ୍ୟ ଲାଭପ୍ରଦ।
ଆହୁରି ପଢ଼ନ୍ତୁ: ଶୀତ ଦିନରେ କିପରି ନେବେ ମେକଅପ୍, ଆସନ୍ତୁ ଜାଣିବା
Follow Us