Huge explosion from solar: ସୌର କଳଙ୍କରୁ ବଡ଼ ବିସ୍ଫୋରଣ!

ଆମ ଗ୍ରହଜଗତର ଜନକ ସୂର୍ଯ୍ୟ ଏବେ କିଛି ବର୍ଷର ସବୁଠାରୁ ବଡ଼ କଳା ଦାଗଗୁଡ଼ିକୁ ଧାରଣ କରିଛି। ପୃଥିବୀର ପ୍ରାୟ ୧୪ ଗୁଣ ଆକାରର ଏହି ଦାଗଗୁଡ଼ିକ ସନ୍‌ ସ୍ପଟ୍‌ ବା ସୌର କଳଙ୍କ ଭାବରେ ଜଣାଶୁଣା।

SFHHFSXVBBXV

ଆମ ଗ୍ରହଜଗତର ଜନକ ସୂର୍ଯ୍ୟ ଏବେ କିଛି ବର୍ଷର ସବୁଠାରୁ ବଡ଼ କଳା ଦାଗଗୁଡ଼ିକୁ ଧାରଣ କରିଛି। ପୃଥିବୀର ପ୍ରାୟ ୧୪ ଗୁଣ ଆକାରର ଏହି ଦାଗଗୁଡ଼ିକ ସନ୍‌ ସ୍ପଟ୍‌ ବା ସୌର କଳଙ୍କ ଭାବରେ ଜଣାଶୁଣା। ସୂର୍ଯ୍ୟର ଏହି ଫାଙ୍କଗୁଡ଼ିକ ଅନ୍ୟ କ୍ଷେତ୍ର ତୁଳନାରେ ଅପେକ୍ଷାକୃତ ଥଣ୍ଡା ଥାଏ, କାରଣ ଏଗୁଡ଼ିକ ଉତ୍ତାପକୁ ବିକର୍ଷିତ କରୁଥିବା ତୀବ୍ର ଚୁମ୍ବକୀୟ କ୍ଷେତ୍ରର ଫଳସ୍ୱରୂପ ଗଠିତ। ସୌରପୃଷ୍ଠର ଏହି ଅଂଶ ଯେ କୌଣସି ସମୟରେ ବିସ୍ଫୋରିତ ହୋଇପାରେ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। 

Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ସମ୍ପ୍ରତି ପୃଥିବୀ ଆଡ଼କୁ ମୁହଁ କରିଥିବା ସୌର କଳଙ୍କର ୧,୮୦,୦୦୦ କିଲୋମିଟର ଚଉଡ଼ା ବିଶିଷ୍ଟ ଏକ ବିଶାଳ ବର୍ଗ ହେଉଛି ଏକ ଦଶନ୍ଧିର ଅନ୍ୟତମ ବୃହତ୍ତମ ସୌର କଳଙ୍କ। ୧୨,୭୫୬ କି.ମି. ବ୍ୟାସ ବିଶିଷ୍ଟ ଅତି କମ୍‌ରେ ପାଞ୍ଚଟି ସୌର କଳଙ୍କ ପୃଥିବୀ ଆଡ଼କୁ ମୁହଁ କରି ରହିଛନ୍ତି। ‘ସନସ୍ପଟ୍ କମ୍ପ୍ଲେକ୍ସ ୪୨୯୪-୯୬’ ନାମରେ ପରିଚିତ ଏହି ପ୍ରଣାଳୀ ସୂର୍ଯ୍ୟର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ‘ନାସା’ର ପରସେଭରନ୍ସ ରୋଭର ପ୍ରଥମ ଥର ପାଇଁ ଏହି ସୌର କଳଙ୍କକୁ ଠାବ କରିଥିଲା। ‘ସନସ୍ପଟ୍ କମ୍ପ୍ଲେକ୍ସ ୪୨୯୪-୯୬’କୁ ‘ସୋଲାର ଫ୍ଲେଆର୍‌’ ବା ସୌର ଶିଖା ବିକିରଣର ଉଚ୍ଚ ସମ୍ଭାବନା ଥିବା ବିଟା-ଗାମା-ଡେଲ୍ଟା ବର୍ଗରେ ରଖାଯାଇଛି। 
ଡିସେମ୍ବର ୧ ତାରିଖ ସକାଳ ପ୍ରାୟ ୮ଟାରେ, ସୂର୍ଯ୍ୟ ଏକ ଏକ୍ସ-୨ ଶ୍ରେଣୀର ସୌର ଶିଖା ନିର୍ଗତ କରିଥିଲା।

Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

ଏଥିପାଇଁ ‘ସନ୍‌ ସ୍ପଟ୍ କମ୍ପ୍ଲେକ୍ସ ୪୨୯୪-୯୬’ ଦାୟୀ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ବିଶ୍ୱାସ କରୁଥିଲେ। କିନ୍ତୁ ବାସ୍ତବରେ ବିସ୍ଫୋରଣ ପଛରେ ୪୨୯୫ ନାମକ ଏକ ଭିନ୍ନ ସୌର କଳଙ୍କ ଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସୂର୍ଯ୍ୟର ଉତ୍ତର ଗୋଲାର୍ଦ୍ଧରେ ଥିବା ଏହି ସୌର କଳଙ୍କ ବିସ୍ଫୋରଣ ପର୍ଯ୍ୟନ୍ତ ଛୋଟ ଓ ନିଷ୍କ୍ରିୟ ଜଣାପଡୁଥିଲା। ଏହି ସୌର ଶିଖା ଅଷ୍ଟ୍ରେଲିଆ ଉପରେ ଏକ ତେଜଷ୍କ୍ରିୟ ବ୍ଲାକ୍ଆଉଟ୍ ସୃଷ୍ଟି କରିଥିଲା ଏବଂ ଏହା ସୌର କରୋନାରୁ ପ୍ଲାଜ୍‌ମା ଓ ଚୁମ୍ବକୀୟ କ୍ଷେତ୍ରର ଏକ ବିଶାଳ ଉଦ୍‌ଗିରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସୂର୍ଯ୍ୟରେ ବର୍ତ୍ତମାନ ଅନେକ ସୌର କଳଙ୍କ ରହିଥିବାରୁ ସବୁଠୁ ଶକ୍ତିଶାଳୀ ବର୍ଗର ସୌର ଶିଖା ‘ଏକ୍ସ-ଫ୍ଲେଆର୍‌’ ହେବାର ସମ୍ଭାବନା ବହୁତ ଅଧିକ। ଏହା ବିଶ୍ୱବ୍ୟାପୀ ତେଜଷ୍କ୍ରିୟ ବ୍ଲାକ୍ଆଉଟ୍ ସୃଷ୍ଟି କରିପାରେ ଏବଂ ଉପର ବାୟୁମଣ୍ଡଳରେ ଦୀର୍ଘସ୍ଥାୟୀ ବିକିରଣ ଝଡ଼ ମଧ୍ୟ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe