Life mantra: ଜୀବନ-ମନ୍ତ୍ର: ଓଁ ନମଃ ଶିବାୟ

Advertisment

‘ଓଁ ନମଃ ଶିବାୟ’ର ଅର୍ଥ–ଭଗବାନ ଶିବଙ୍କୁ ନମସ୍କାର। ଏହାକୁ ନେଇ ରହିଛି ଏକ ସୁନ୍ଦର ସ୍ତୋତ୍ର। ‘ଓଁ ନମଃ ଶିବାୟ’ର ଛଅଟି ଅକ୍ଷରକୁ ନେଇ ଏହି ସ୍ତୋତ୍ର ରଚିତ ହୋଇଥିବାରୁ ଏହାର ନାମ- ‘ଶ୍ରୀଶିବଷଡ଼କ୍ଷର ସ୍ତୋତ୍ରମ୍‌’।

‘ଓଁ ନମଃ ଶିବାୟ’ର ଅର୍ଥ–ଭଗବାନ ଶିବଙ୍କୁ ନମସ୍କାର। ଏହାକୁ ନେଇ ରହିଛି ଏକ ସୁନ୍ଦର ସ୍ତୋତ୍ର। ‘ଓଁ ନମଃ ଶିବାୟ’ର ଛଅଟି ଅକ୍ଷରକୁ ନେଇ ଏହି ସ୍ତୋତ୍ର ରଚିତ ହୋଇଥିବାରୁ ଏହାର ନାମ- ‘ଶ୍ରୀଶିବଷଡ଼କ୍ଷର ସ୍ତୋତ୍ରମ୍‌’।

ffshsfhbxvbv

‘ଓଁ ନମଃ ଶିବାୟ’ର ଅର୍ଥ–ଭଗବାନ ଶିବଙ୍କୁ ନମସ୍କାର। ଏହାକୁ ନେଇ ରହିଛି ଏକ ସୁନ୍ଦର ସ୍ତୋତ୍ର। ‘ଓଁ ନମଃ ଶିବାୟ’ର ଛଅଟି ଅକ୍ଷରକୁ ନେଇ ଏହି ସ୍ତୋତ୍ର ରଚିତ ହୋଇଥିବାରୁ ଏହାର ନାମ- ‘ଶ୍ରୀଶିବଷଡ଼କ୍ଷର ସ୍ତୋତ୍ରମ୍‌’।
ଓଁ: ଏହି ସ୍ତୋତ୍ରର ଆରମ୍ଭ ‘ଓଁ’ରୁ। ଏହି ଶ୍ଳୋକଟି ହେଉଛି- ‘ଓଁକାରଂ ବିନ୍ଦୁ ସଂଯୁକ୍ତଂ ନିତ୍ୟଂ ଧ୍ୟାୟନ୍ତି ଯୋଗିନଃ। / କାମଦଂ ମୋକ୍ଷଦ‌େଞ୍ଚୖବ ‘ଓଁ’କାରାୟ ନମୋନମଃ ।।’’ ଏହାର ଅର୍ଥ–ଯେଉଁ ବିନ୍ଦୁଯୁକ୍ତ ଓଁକାରଙ୍କୁ ଯୋଗୀମାନେ ସଦାସର୍ବଦା ଧ୍ୟ‌ାନ କରନ୍ତି, ଯାହା ସମସ୍ତ କାମନା ପୂରଣ କରେ ଏବଂ ଅନ୍ତକାଳରେ ମୋକ୍ଷ ପ୍ରଦାନ କରେ, ସେହି ଓଁକାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।

Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି

ଏହି ସ୍ତୋତ୍ରର ପ୍ରଥମ ଶ୍ଳୋକଟି ଏହିପରି ‘ଓଁ’ର ଆଧାରରେ  ରଚିତ ହେବା ପରେ, ପରବର୍ତ୍ତୀ ପାଞ୍ଚଟି ଶ୍ଳୋକ ଯଥାକ୍ରମେ ‘ନ’, ‘ମ’, ‘ଶି’, ‘ବା’ ଓ ‘ୟ’ର ଆଧାରରେ ରଚିତ ହୋଇଛି। ସେହି ପାଞ୍ଚଟି ଶ୍ଳୋକରେ କୁହାଯାଇଛି–
ନ: ଋଷି, ଦେବତା ଓ ଅପ୍‌ସରାଗଣ ଏବଂ ମନୁଷ୍ୟମାନେ ଯେଉଁ ଦେବେଶଙ୍କୁ ପ୍ରଣାମ କରନ୍ତି, ସେହି ‘ନ’କାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।
ମ: ଯେ ମହାନ୍ ଦେବତା, ଯେ ମହାତ୍ମା, ଯେ ମହାଧ୍ୟାନପରାୟଣ, ଯେ ମହାପାପହାରୀ, ସେହି ‘ମ’କାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।
ଶି: ଯେ ଶିବ, ଶାନ୍ତ ଓ ଜଗନ୍ନାଥ, ଯେ ସମସ୍ତଲୋକର ଅନୁଗ୍ରହକାରୀ ଏବଂ ଅଦ୍ବିତୀୟ ମଙ୍ଗଳମୟ, ସେହି ‘ଶି’କାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।
ବା: ବୃଷଭ ଯାହାଙ୍କର ବାହନ, ବାସୁକୀ (ଅନନ୍ତନାଗ) ଯାହାଙ୍କର କଣ୍ଠର ଭୂଷଣ, ଯେ ନିଜର ବାମପାର୍ଶ୍ବରେ ଶକ୍ତି (ପାର୍ବତୀ)ଙ୍କୁ ଧାରଣ କରିଛନ୍ତି, ସେହି ‘ବା’କାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।

Health: ପ୍ରସ୍ତାବିତ୍ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଉଠିଲା ଦାବି

ୟ: ଯେ ସର୍ବତ୍ର ବ୍ୟାପି ରହିଛନ୍ତି, ଯେ ମହେଶ୍ବର, ଯେ ସମସ୍ତ ଦେବତାଙ୍କର ଗୁରୁ, ସେହି ‘ୟ’କାରଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି।
ଏହିପରି ଯଥାକ୍ରମେ ‘ଓଁ-ନ-ମ-ଶି-ବା-ୟ’କୁ ନେଇ ଛଅଟି ଶ୍ଳୋକ ପରେ, ଏହି ‘ଶ୍ରୀଶିବଷଡ଼କ୍ଷର ସ୍ତୋତ୍ର’ର ଶେଷ ଶ୍ଳୋକରେ କୁହାଯାଇଛି–ଯେଉଁ ବ୍ୟକ୍ତି ଶିବଙ୍କ ନିକଟରେ ଏହି ‌ଷଡ଼କ୍ଷର‌ସ୍ତୋତ୍ର ପ୍ରତ୍ୟହ ପାଠ କରନ୍ତି, ସେ ଶିବଲୋକ ପ୍ରାପ୍ତ ହୁଅନ୍ତି ଏବଂ ଶିବଙ୍କ ସହ ଆନନ୍ଦ ଲାଭ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe