ଡିସେମ୍ବର ୩୧ରେ ଗୋଟିଏ ଇଂରେଜୀ ବର୍ଷ ସରେ। ଜାନୁଆରୀ ୧ରୁ ଆରମ୍ଭ ହୁଏ ଆଉ ଏକ ଇଂରେଜୀ ବର୍ଷ। ଏହା ଇଂରେଜୀ ନୂଆବର୍ଷ। ସେମିତି ଚୈତ୍ର ମାସାନ୍ତରେ ଗୋଟିଏ ବର୍ଷ ସରେ। ବୈଶାଖ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଆଉ ଏକ ବର୍ଷ। ଏହା ଓଡ଼ିଆ ନୂଆବର୍ଷ। ସେଥିପାଇଁ ଜାନୁଆରୀ-୧ ପରି ମହାବିଷୁବ ସଂକ୍ରାନ୍ତି ମଧ୍ୟ ଆମ ପାଇଁ ପର୍ବ ଓ ଉତ୍ସବର ଦିନ। ଇଂରେଜୀ ନୂଆବର୍ଷରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କର କିଛି ଭୂମିକା ନ ଥାଏ। ତାହା ପାଳିତ ହୁଏ ଗେଗ୍ରୋରିଆନ୍ କ୍ୟାଲେଣ୍ଡର ଅନୁସାରେ- ବର୍ଷ, ମାସ, ଦିନର ଗଣନାରୁ। କିନ୍ତୁ ଆମର ବର୍ଷ, ମାସ, ଋତୁ, ଦିନ ଓ ରାତି- ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆବର୍ତ୍ତନ ଆଧାରରେ ଗଣନା କରାହୋଇଥାଏ।
New Year: ନୂଆବର୍ଷରେ ଖାଇଗଲେ କୋଟିଏ ଟଙ୍କାର ଅମିଷ
ଏ ସବୁର ଘନିଷ୍ଠ ସଂପର୍କ ରହିଛି ଭଗବାନଙ୍କ ସହିତ। ଭଗବାନ କହିଲେ ଆମେ ମୁଖ୍ୟତଃ ବୁଝୁ ବିଷ୍ଣୁଙ୍କୁ। ‘ବିଷ୍ଣୁସହସ୍ରନାମ’ର ସ୍ତୋତ୍ରର ରଚୟିତା ବ୍ୟାସଦେବ। ସେଥିରେ ଅଛି ଏହାର ପ୍ରମାଣ।
ଏହି ସ୍ତୋତ୍ରର ଶ୍ଳୋକ-୧୦ରେ ଅଛି ଭଗବାନ ବିଷ୍ଣୁଙ୍କର ଏ ସଂପର୍କିତ ଦୁଇଟି ନାମ– ଗୋଟିଏ ‘ସମ୍ବତ୍ସରଃ’ ଓ ଅନ୍ୟଟି ‘ଅହଃ’। ‘ସମ୍ବତ୍ସଃର’ର ଅର୍ଥ- ବର୍ଷ ଓ ‘ଅହଃ’ର ଅର୍ଥ- ଦିନ। ସେହିପରି, ଶ୍ଳୋକ-୪୫ରେ ଅଛି ତାଙ୍କର ଆଉ ଏକ ନାମ- ‘ଋତୁ’। ଏବେ ଆସିବା ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରସଙ୍ଗକୁ। ‘ବିଷ୍ଣୁସହସ୍ରନାମ’ ସ୍ତୋତ୍ରର ୯୪ ଶ୍ଳୋକରେ ଅଛି, ତାଙ୍କର ଆଉ ଏକ ନାମ- ସୂର୍ଯ୍ୟ। ସେହିପରି, ୪୭ ଶ୍ଳୋକରେ ଅଛି ତାଙ୍କର ଏକ ନାମ- ‘ନକ୍ଷତ୍ରୀ’। ଏହା ଚନ୍ଦ୍ରଙ୍କୁ ବୁଝାଏ, କାରଣ ଚନ୍ଦ୍ର ହେଉଛନ୍ତି ନକ୍ଷତ୍ରମାନଙ୍କର ସ୍ବାମୀ।
Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ
ଏହାର ଏକ ପ୍ରତିଫଳନ ମଧ୍ୟ ଆମେ ପାଉ ‘ଶ୍ରୀମଦ୍ଭଗବଦ୍ଗୀତା’ର ଦଶମ ଅଧ୍ୟାୟ, ବିଭୂତିଯୋଗର ୨୧ ଶ୍ଳୋକରେ। ସେଥିରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ‘‘ନକ୍ଷତ୍ରାଣାମହଂ ଶଶୀ।’’ ଅର୍ଥାତ୍, ମୁଁ ନକ୍ଷତ୍ରମାନଙ୍କ ମଧ୍ୟରେ ଶଶି ବା ଚନ୍ଦ୍ର। ଏଣୁ ଭଗବାନ ବିଷ୍ଣୁ ମଧ୍ୟ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ର। ଆମେ ଜାଣୁ, ବର୍ଷ, ଋତୁ, ମାସ, ଦିନ ଓ ରାତି- ଏସବୁ ହୋଇଥାଏ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଆବର୍ତ୍ତନ ଫଳରେ। ଭଗବାନ ବିଷ୍ଣୁ ହିଁ ସେହି ଅଦୃଶ୍ୟ ଶକ୍ତି- ଯିଏ ସମୟର ଚକ୍ରକୁ ଆବର୍ତ୍ତିତ କରିଥାଆନ୍ତି। ସେଥିପାଇଁ ‘ବିଷ୍ଣୁସହସ୍ରନାମ’ ସ୍ତୋତ୍ରର ଶ୍ଳୋକ-୨୫ରେ ଅଛି ତାଙ୍କର ଆଉ ଏକ ନାମ- ‘ଆବର୍ତନଃ’। ଏଣୁ, ଭଗବାନ ବିଷ୍ଣୁ ହିଁ ବର୍ଷ, ଋତୁ, ମାସ ଓ ଦିନ। ସେ ହିଁ ସୂର୍ଯ୍ୟ ଓ ଚନ୍ଦ୍ର। ସଂକ୍ଷେପରେ କହିଲେ ସେ ‘କାଳ’। ଏହି ‘କାଳଃ’ ନାମଟି ବି ‘ବିଷ୍ଣୁ ସହସ୍ର ନାମ ସ୍ତୋତ୍ରର ଶ୍ଳୋକ-୪୫ରେ ଅଛି। ଏଣୁ ଆସନ୍ତୁ, ଯାହାଙ୍କଠାରୁ ସମୟର ଉତ୍ପତ୍ତି, ସେହି କାଳର ଦେବତାଙ୍କୁ ଆଜି ଏହି ଇଂରେଜୀ ନୂଆବର୍ଷରେ ପ୍ରଣାମ କରିବା। ତାଙ୍କୁ ପ୍ରାର୍ଥନା କରିବା- ଆମର ଏ ବର୍ଷଟି ଭଲରେ ବିତୁ।
Follow Us