ପୃଥିବୀର ପ୍ରଥମ କ୍ରିକେଟର୍ ଭାବେ ସ୍ମୃତି ମନ୍ଧାନାଙ୍କ ନିଜସ୍ବ ବାର୍ବି କଣ୍ଢେଇ ଉନ୍ମୋଚିତ ହୋଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାର୍ବି କଣ୍ଢେଇ ପ୍ରସ୍ତୁତ କରୁଥିବା ମ୍ୟାଟେଲ୍ କମ୍ପାନି ଆଠ ଜଣ ରୋଲ୍ ମଡେଲ୍ ବା ‘ଆଦର୍ଶ’ଙ୍କୁ ସମ୍ମାନିତ କରିଛି। ଏହି ‘ଡ୍ରିମ୍ ଟିମ୍’ରେ ସ୍ମୃତିଙ୍କ ସମେତ ଟେନିସ୍ ତାରକା ସେରେନା ଵିଲିଅମ୍ସ, ଫୁଟ୍ବଲ୍ ଖେଳାଳି କ୍ଲୋଏ କେଲି, ପ୍ରସିଦ୍ଧ ମହାକାଶଚାରୀ କେଲି ଗେରାର୍ଡି, ବିଶ୍ବ ଚାମ୍ପିଅନ୍ ସର୍ଫର୍ ଷ୍ଟିଫାନି ଗିଲ୍ମୋର, ରେସିଂ ଡ୍ରାଇଭର୍ ରେଜିନା ସାର୍ଭେଣ୍ଟ, କଣ୍ଠଶିଳ୍ପୀ ହେଲେନ୍ ଫିସର୍ ଓ ପର୍ବତାରୋହୀ ଜୋଜା ସ୍କୁବିସ୍ ଅଛନ୍ତି। ଏଭଳି ସଫଳ ଓ ପ୍ରେରଣାଦାୟୀ ମହିଳାଙ୍କ କଣ୍ଢେଇ ଛୋଟଛୋଟ ଝିଅମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ ପ୍ରୋତ୍ସାହିତ କରିବ ବୋଲି ମ୍ୟାଟେଲ୍ କମ୍ପାନି ଆଶା ବ୍ୟକ୍ତ କରିଛି।
Women's Day: ମହିଳା ଦିବସ ସ୍ବତନ୍ତ୍ର: ଓଡ଼ିଶା ଡିସକମ୍ର ‘ନୂଆ ଆରମ୍ଭ’ ଅଭିଯାନ
ମନ୍ଧାନାଙ୍କ ବାର୍ବି କଣ୍ଢେଇ ଏଇଥିପାଇଁ ଐତିହାସିକ କାରଣ ଅତୀତରେ ଟେନିସ୍, ଫୁଟ୍ବଲ୍ ଓ ଦୌଡ଼କୁଦ କ୍ରୀଡ଼ାବିତ୍ଙ୍କର ବାର୍ବି ପ୍ରତିକୃତି ପ୍ରସ୍ତୁତ ହୋଇଥିଲେ ହେଁ କୌଣସି କ୍ରିକେଟର୍ଙ୍କୁ ନେଇ କଣ୍ଢେଇ ପ୍ରସ୍ତୁତ ହୋଇ ନଥିଲା। ସ୍ମୃତିଙ୍କ ବାର୍ବି କଣ୍ଢେଇ ଏକାବେଳେ କ୍ରିକେଟ୍, ନାରୀ ଶକ୍ତି ଓ ଭାରତର ପ୍ରତିନିଧିତ୍ବ କରୁଛି। ହାତରେ ନିଜର ବାର୍ବି କଣ୍ଢେଇକୁ ଧରି ବେଶ୍ ଭାବବିହ୍ବଳ ହୋଇଯାଇଛନ୍ତି ସ୍ମୃତି। ସେ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି- ମୋ ଜୀବନଯାତ୍ରା ଦ୍ବାରା ଅନୁପ୍ରାଣିତ ବାର୍ବି କଣ୍ଢେଇ ଦିନେ ଦେଖିବି ବୋଲି କେବେ ଭାବି ନଥିଲି। କ୍ରିକେଟ୍ ମୋତେ ବହୁତ କିଛି ଦେଇଛି। ଯଦି ମୋ କାହାଣୀ ଜଣେ ଝିଅକୁ ବି କ୍ରିକେଟ୍ରେ କ୍ୟାରିଅର୍ ଗଢ଼ିବାକୁ ସାହାଯ୍ୟ କରିପାରିବ ତେବେ ତାହା ମୋ ପାଇଁ ବଡ଼ କଥା।
Iran Slogan Case: ଇରାନ ସପକ୍ଷରେ ସ୍ଲୋଗାନ ଦେବା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ
Follow Us