Advertisment

Odisha : ‘ବୌଦ୍ଧ ସର୍କିଟ୍‌’ରେ ସାମିଲ ହେଉନି ଓଡ଼ିଶା

Advertisment

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ‘ବୌଦ୍ଧ ସର୍କିଟ୍‌’ର ବିକାଶ ପାଇଁ କେନ୍ଦ୍ର ବଜେଟ୍‌ରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି। ୨୦୨୬-୨୭ ବଜେଟ୍‌ ଉପସ୍ଥାପନ ବେଳେ ଏହା ଘୋଷଣା...

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ‘ବୌଦ୍ଧ ସର୍କିଟ୍‌’ର ବିକାଶ ପାଇଁ କେନ୍ଦ୍ର ବଜେଟ୍‌ରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି। ୨୦୨୬-୨୭ ବଜେଟ୍‌ ଉପସ୍ଥାପନ ବେଳେ ଏହା ଘୋଷଣା...

Untitled-4

ଭୁବନେଶ୍ବର: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର‘ବୌଦ୍ଧ ସର୍କିଟ୍‌’ର ବିକାଶ ପାଇଁ କେନ୍ଦ୍ର ବଜେଟ୍‌ରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି। ୨୦୨୬-୨୭ ବଜେଟ୍‌ ଉପସ୍ଥାପନ ବେଳେ ଏହା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଯୋଜନା ଅନ୍ତର୍ଗତ ଅରୁଣାଚଳ ପ୍ରଦେଶ, ସିକିମ୍‌, ଆସାମ, ମଣିପୁର, ମିଜୋରାମ ଓ ତ୍ରିପୁରା ଆଦି ରାଜ୍ୟର ବୌଦ୍ଧପୀଠ, ବୁଦ୍ଧବିହାର, ବ୍ୟାଖ୍ୟାନ କେନ୍ଦ୍ର ଓ ସୁପରିବହନ ବ୍ୟବସ୍ଥା ବିକଶିତ କରାଯିବ। ଏହା ପୂର୍ବରୁ ବୌଦ୍ଧ ପର୍ଯ୍ୟଟନର ବିକାଶ ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ‘ସ୍ୱଦେଶ ଦର୍ଶନ ଯୋଜନା’ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୫ଟି ରାଜ୍ୟରେ ‘ବୌଦ୍ଧ ସର୍କିଟ୍‌’କୁ ବିକଶିତ କରାଯାଉଛି। ଏହି ୫ଟି ରାଜ୍ୟ ହେଲା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ। ଏଥି ପାଇଁ ଏହି ରାଜ୍ୟଗୁଡ଼ିକୁ  ୩୨୫.୫୩ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ତେବେ ଓଡ଼ିଶାରେ ସମୃଦ୍ଧ ବୌଦ୍ଧ ପରମ୍ପରା ଓ ବୌଦ୍ଧପୀଠ ଥିବା ସତ୍ତ୍ବେ ଏହାକୁ ‘ବୌଦ୍ଧ ସର୍କିଟ୍‌’ରେ ସାମିଲ କରାଯାଇନାହିଁ। ଖାଲି ସେତିକି ନୁହେଁ, ଏହି ଯୋଜନା ଅନ୍ତର୍ଗତ ବୌଦ୍ଧ ପୀଠର ବିକାଶ ଓ ସଂପ୍ରସାରଣ ପାଇଁ କୌଣସି ପ୍ରକଳ୍ପ ନିମନ୍ତେ ଅନୁଦାନ ମଧ୍ୟ ମିଳିନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Buddhist stupa : ପରିତ୍ୟକ୍ତ ପୋଖରୀର ଭ୍ରମ ସୃଷ୍ଟି କରୁଛି ବୌଦ୍ଧ ଗଡ଼ଖାଇ


ଧର୍ମ ବିଚାରଧାରା ଆସିବା ସମୟରୁ ଓଡ଼ିଶାରେ ବୌଦ୍ଧ ଧର୍ମ ରହିଆସିଛି। ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଭୌମକର ବଂଶର ଶାସନ କାଳରେ ରାଜ୍ୟରେ ବୌଦ୍ଧଧର୍ମର ବେଶ୍‌ ପ୍ରଚାର ପ୍ରସାର ହୋଇଥିଲା। ଇତିହାସ କହୁଛି, ଜ୍ଞାନପ୍ରାପ୍ତି ପରେ କ୍ଷୁଧାର୍ତ୍ତ ଗୌତମ ବୁଦ୍ଧଙ୍କୁ କଳିଙ୍ଗର ଦୁଇ ସାଧବ ପୁଅ ତପସୁ ଓ ଭଲ୍ଲିକ ଚାଉଳ ଓ ମହୁ ପ୍ରସ୍ତୁତ ପିଠା ଭୋଜନ କରାଇଥିଲେ। କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କ ନେତୃତ୍ୱରେ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ହୋଇଥିଲା। ଚୀନ ପରିବ୍ରାଜକ ହୁଏନସାଂଙ୍କ ବୌଦ୍ଧ ଧର୍ମ ଓ କଳିଙ୍ଗ ସମ୍ପର୍କିତ ଲେଖା ରାଜ୍ୟରେ ବୌଦ୍ଧଧର୍ମର ଗୌରବମୟ ଅଧ୍ୟାୟକୁ ପୁନର୍ଜୀବିତ କରେ। ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶାର ଲୋକଙ୍କ ସାମାଜିକ, ସାଂସ୍କୃତିକ ଜୀବନରେ ଦେଖିବାକୁ ମିଳିଥାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରସିଦ୍ଧ ବୌଦ୍ଧପୀଠ ରହିଛି। ଧଉଳି, ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଜିରାଙ୍ଗଠାରେ ବୌଦ୍ଧକୀର୍ତ୍ତି ତଥା ପରମ୍ପରା ବାବଦରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ। ଏତେ ପ୍ରାଚୀନ ଓ ପ୍ରାଚୁର୍ଯ୍ୟମୟ ଇତିହାସ ସତ୍ତ୍ବେ ‘ବୌଦ୍ଧ ସର୍କିଟ୍‌’ରେ କାହିଁକି ଓଡ଼ିଶା ସାମିଲ ହେଉନି; ସେ ନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ।

Forest department: ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ ଟିମ୍‌: ୧୦୯ ଶୁଆ ଉଦ୍ଧାର, ଜଣେ ଗିରଫ

 
ସ୍ମରଣଥାଉକି, ଯାଜପୁରକଟକ ଜିଲ୍ଲାରେ ଅବସ୍ଥିତ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରି-ଉଦୟଗିରି-ଲଳିତଗିରିକୁ ଓଡ଼ିଶାର ‘ହୀରକ ତ୍ରିଭୁଜ’ ଭାବେ ଅଭିହିତ କରାଯାଇଛି। ପ୍ରତ୍ନତାତ୍ତ୍ବିକ ଖନନ, ବୌଦ୍ଧ ସ୍ତୂପ ଓ କଳାକୃତିର ସଂରକ୍ଷଣ ସହିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଓ ସମାରୋହ ଆୟୋଜନ କରି ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଉଦ୍ୟମ ହେଉଛି। ରତ୍ନଗିରି-ଉଦୟଗିରି-ଲଳିତଗିରିରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଓ ‘ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ’ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ଯେବେ ସ୍ବତନ୍ତ୍ର ଭାବେ ଅର୍ଥ ବରାଦ ସୁଯୋଗ ରହିଛି, ଓଡ଼ିଶା କାହିଁକି ଏଥିରୁ ବଞ୍ଚିତ ହେବ ତାହା ବୁଝାପଡ଼ୁନାହିଁ। 
ଐତିହାସିକ ଅନୀଲ୍‌ ଧୀର୍‌ କହିଛନ୍ତି, ଇନ୍‌ଟାକ୍‌ର ବହୁ ଦିନର ଗବେଷଣା ଅନୁସାରେ ଓଡ଼ିଶାର ପ୍ରତି ଜିଲ୍ଲାରେ ବୌଦ୍ଧକୀର୍ତ୍ତି ରହିଛି। କଳିଙ୍ଗରେ ଶହଶହ ବର୍ଷ ଧରି ବୌଦ୍ଧଧର୍ମର ପ୍ରଭାବ ରହିଥିବା ବେଳେ ବୁଦ୍ଧଙ୍କ ସହ କଳିଙ୍ଗର ଇତିହାସ ଜଡ଼ିତ। ଦ୍ବିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓଡ଼ିଶାର ସମ୍ବଲପୁରରେ ବୋଲି ଏବେ ପ୍ରମାଣିତ। ତେବେ କେନ୍ଦ୍ରଠାରୁ କିଛି ଆଶା ରଖିବା ପୂର୍ବରୁ ଆମ ଇତିହାସ ସମ୍ପର୍କରେ ଆମକୁ ଅଧିକ ଗବେଷଣା ଓ ଅନୁଶୀଳନର ଆବଶ୍ୟକତା ରହିଛି। ଅଧିକରୁ ଅଧିକ ପ୍ରତ୍ନତାତ୍ତ୍ବିକ ଖନନର ଆବଶ୍ୟକତା ରହିଛି। ଏଥିସହ ରତ୍ନଗିରି-ଉଦୟଗିରି-ଲଳିତଗିରି, ପୁଷ୍ପଗିରି ଆଦିକୁ ଅଧିକ ବିକଶିତ କରିବା ଜରୁରି। ରାଜ୍ୟରେ ଥିବା ବୌଦ୍ଧ ପୀଠଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଭାବରେ ଯୋଗାଯୋଗ, ଯାତାୟାତ ଓ ମୌଳିକ ସୁବିଧାର ବ୍ୟବସ୍ଥା ନାହିଁ। ଯେକୌଣସି ଦାବି ପୂର୍ବରୁ ନିଜକୁ ସେ ନେଇ ଗମ୍ଭୀର ଓ ବିଚାରଶୀଳ ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe