Advertisment

Tech neck syndrome: ଟେକ୍‌ ନେକ୍‌ ସିଣ୍ଡ୍ରୋମ୍‌

Advertisment

ଆଜିକାଲି ସ୍ମାର୍ଟଫୋନ୍‌, ଟାବ୍‌ଲେଟ୍‌ ଓ ଲାପ୍‌ଟପ୍‌ ଆମ କାର୍ଯ୍ୟ, ଶିକ୍ଷା ଓ ଯୋଗାଯୋଗ ଧାରା ବଦଳାଇ ଦେଇଛି। ତା’ ସହିତ ଅଲକ୍ଷ୍ୟରେ ଆମ ଅଙ୍ଗ-ଭଙ୍ଗିମା ବି ବଦଳିଯାଇଛି। ଏ ପରିବର୍ତ୍ତନର ଅନ୍ୟତମ ସାଧାରଣ ପରିଣାମ ହେଉଛି....

ଆଜିକାଲି ସ୍ମାର୍ଟଫୋନ୍‌, ଟାବ୍‌ଲେଟ୍‌ ଓ ଲାପ୍‌ଟପ୍‌ ଆମ କାର୍ଯ୍ୟ, ଶିକ୍ଷା ଓ ଯୋଗାଯୋଗ ଧାରା ବଦଳାଇ ଦେଇଛି। ତା’ ସହିତ ଅଲକ୍ଷ୍ୟରେ ଆମ ଅଙ୍ଗ-ଭଙ୍ଗିମା ବି ବଦଳିଯାଇଛି। ଏ ପରିବର୍ତ୍ତନର ଅନ୍ୟତମ ସାଧାରଣ ପରିଣାମ ହେଉଛି....

sfhhfshfsxvb

ଆଜିକାଲି ସ୍ମାର୍ଟଫୋନ୍‌, ଟାବ୍‌ଲେଟ୍‌ ଓ ଲାପ୍‌ଟପ୍‌ ଆମ କାର୍ଯ୍ୟ, ଶିକ୍ଷା ଓ ଯୋଗାଯୋଗ ଧାରା ବଦଳାଇ ଦେଇଛି। ତା’ ସହିତ ଅଲକ୍ଷ୍ୟରେ ଆମ ଅଙ୍ଗ-ଭଙ୍ଗିମା ବି ବଦଳିଯାଇଛି। ଏ ପରିବର୍ତ୍ତନର ଅନ୍ୟତମ ସାଧାରଣ ପରିଣାମ ହେଉଛି ‘ଟେକ୍‌ ନେକ୍‌ ସିଣ୍ଡ୍ରୋମ୍‌’ ନାମକ ଶାରୀରିକ ଅସୁସ୍ଥତା। ତରୁଣଙ୍କଠାରୁ ନେଇ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତ କର୍ମଚାରୀଙ୍କ ପର୍ଯ୍ୟନ୍ତ, ବୟସ ବର୍ଗ ନିର୍ବିଶେଷରେ ଉପରୋକ୍ତ ଅସୁସ୍ଥତା ବଢ଼ିଚାଲିଛି। ବେକ ଯନ୍ତ୍ରଣା, ବେକ ଅନମନୀୟତା, ଅଙ୍ଗଭଙ୍ଗୀଗତ ପୀଡ଼ା ହେଉଛି ଏ ଅସୁସ୍ଥତାଜନିତ ଲକ୍ଷଣ। ‘ଟେକ୍‌ ନେକ୍‌’ ଏତେ ଧୀରେ ଆକ୍ରାନ୍ତ କରେ ଯେ ତଜ୍ଜନିତ ପୀଡ଼ା ପୁରାତନ ନ ହେଲା ପର୍ଯ୍ୟନ୍ତ ଲୋକେ ଏହାକୁ ଉପେକ୍ଷା କରିଚାଲିଥାଆନ୍ତି। 

Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ

ଏ ପୀଡ଼ା ଆକସ୍ମିକ ଆଘାତ ପରି ଅନୁଭୂତ ହୁଏନାହିଁ। ବହୁସମୟ ବେକ ନୁଆଇଁ ସ୍କ୍ରିନ୍‌ ଆଡ଼କୁ ଚାହିଁରହିବା ଓ ଗ୍ରୀବାଞ୍ଚଳ ମେରୁହାଡ଼ ଉପରେ ଚାପ ପକାଉଥିବା ନିମ୍ନ ଉଚ୍ଚତା ବିଶିଷ୍ଟ ଆସବାବପତ୍ର ଉପରେ ନିୟମିତ ବସିବା ଫଳରେ କାଳକ୍ରମେ ଏ ଅସୁସ୍ଥତା ଆକ୍ରାନ୍ତ କରିଥାଏ। ଜଣେ ନ୍ୟୁରୋସର୍ଜନ୍‌ କହନ୍ତି ଯେ ମାତ୍ରାଧିକ ସ୍କ୍ରିନ୍‌ ଟାଇମ୍‌ ଯୋଗୁଁ ବୃଦ୍ଧି ପାଉଥିବା ଶାରୀରିକ ଅସୁସ୍ଥତାକୁ ‘ଟେକ୍‌ ନେକ୍‌ ସିଣ୍ଡ୍ରୋମ’ କୁହାଯାଏ। ଏହା ହେଉଛି ଡିଜିଟାଲ୍‌ ଉପକରଣ ବ୍ୟବହାର ସମୟରେ ସବୁବେଳେ ଆଗକୁ ବେକ ଝୁଙ୍କାଇ ରଖିବାଜନିତ ସୃଷ୍ଟ କେତେକ କୁପରିଣାମର ଉପସର୍ଗ।

ମାତ୍ରାଧିକ ସ୍କ୍ରିନ୍‌ ଟାଇମ୍‌ ଯୋଗୁଁ ସୃଷ୍ଟ ଶାରୀରିକ ଅସୁସ୍ଥତାକୁ ‘ଟେକ୍‌ ନେକ୍‌ ସିଣ୍ଡ୍ରୋମ୍’ କୁହାଯାଏ। ସବୁବେଳେ ଆଗକୁ ବେକ ଝୁଙ୍କାଇ ବସିବାର ଏହା 
ଅନ୍ୟତମ କୁପରିଣାମ।

‘ଫର୍‌ୱାର୍ଡ ହେଡ୍‌ ପୋସ୍‌ଚର୍‌’ ବା ‘ଏଫ୍‌ଏଚ୍‌ପି’ କୁହାଯାଉଥିବା ଏ ଶରୀର-ଭଙ୍ଗିମାର ନାନାବିଧ ପରିଣାମ ରହିଛି। ଏ ସଂକ୍ରାନ୍ତରେ ବିଶେଷଜ୍ଞମାନେ କହନ୍ତି ଯେ ଗ୍ରୀବାଞ୍ଚଳ ମେରୁହାଡ଼ସ୍ଥିତ ଗଣ୍ଠି ଓ ଟିସ୍ୟୁତନ୍ତୁ ଉପରେ ‘ଏଫ୍‌ଏଚ୍‌ପି’ ଯାନ୍ତ୍ରିକ ବଳ ପ୍ର‌େୟାଗ କରେ ଏବଂ ଗ୍ରୀବା ସଂଲଗ୍ନ ପିଠି ମାଂସପେଶୀ ଉପରେ ମାଧ୍ୟାକର୍ଷଣ ଆକର୍ଷଣ ବୃଦ୍ଧିକରେ। ବେଶ୍‌ କିଛିଦିନ ଅତିକ୍ରାନ୍ତ କରିଗଲେ ଏତାଦୃଶ ପରିବର୍ତ୍ତିତ ଶରୀର-ଭଙ୍ଗିମା କେତେକ ଶାରୀରିକ ଚଳନ ହ୍ରାସ, ଗ୍ରୀବାଞ୍ଚଳ ମେରୁହାଡ଼ରେ ଥିବା କଶେରୁକଗୁଡ଼ିକ ମଧ୍ୟସ୍ଥ ବ୍ୟବଧାନରେ ପରିବର୍ତ୍ତନ ଓ ଶ୍ବାସକ୍ରିୟା ବିଭ୍ରାଟ ଇତ୍ୟାଦି ଅସୁବିଧା କରିପାରେ। ଏହାଛଡ଼ା, ଏଥିଯୋଗୁଁ ‘ଟେମ୍ପେରୋମ୍ୟାଣ୍ଡିବୁଲାର୍‌ ଜଏଣ୍ଟ୍‌ ଡାଇଫଙ୍କ୍‌ସନ୍‌’, ସରଳ ଭାଷାରେ କହିଲେ ହନୁହାଡ଼, କର୍ଣ୍ଣ ଓ କପାଳର ଦୁଇପାଖରେ ପୀଡ଼ା ଏବଂ ‘କାର୍ପାଲ୍‌ ଟନେଲ୍‌ ସିଣ୍ଡ୍ରୋମ୍‌’ ବା ସ୍ନାୟୁ ଚାପିହେବା‌ଜନିତ ହାତ ଓ ଆଙ୍ଗୁଳି ବ୍ୟଥା ଆଦି ଅସୁଖ ହୋଇଥାଏ।

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ସଳଖ ଅବସ୍ଥାରେ ମନୁଷ୍ୟ ମୁଣ୍ଡର ଓଜନ ପ୍ରାୟ ଚାରିରୁ ପାଞ୍ଚ କିଲୋଗ୍ରାମ୍‌ ହୋଇଥାଏ। ବିଶେଷଜ୍ଞଙ୍କ ମତ ଅନୁସାରେ ମୁଣ୍ଡ ୪୫ରୁ ୬୦ ଡିଗ୍ରି ପର୍ଯ୍ୟନ୍ତ ଢଳିରହିଲେ ତଜ୍ଜନିତ କୁପ୍ରଭାବ ଗ୍ରୀବା ଓ ମେରୁଦଣ୍ଡୀୟ ସ୍ନାୟୁ ଉପରେ ଅତି ପ୍ରବଳ ହୋଇଯାଏ। ଅର୍ଥାତ୍‌, ଦୀର୍ଘସମୟ ଫୋନ୍‌ରେ ‌ସ୍କ୍ରୋଲ୍‌ କରିବା ହାନିକାରକ ବୋଲି ପ୍ରତୀୟମାନ ହେଉ ନ ଥିବା କାର୍ଯ୍ୟ ମେରୁଦଣ୍ଡ ଉପରେ ଚାପ ବୃଦ୍ଧି କରିଥାଏ। ବେଳ ଥାଉ ଥାଉ ଏଥିପ୍ରତି ଧ୍ୟାନ ନ ଦେଲେ ଅର୍ଦ୍ଧକପାଳି, ମୁଖମଣ୍ଡଳ ପୀଡ଼ା ଓ ସମଗ୍ର ହାତରେ ବ୍ୟଥା ଅନୁଭୂତ ହୋଇଥାଏ। ତେବେ କେତେକ କଥା ପ୍ରତି ଧ୍ୟାନଦେଲେ ‘ଟେକ୍‌ ନେକ୍‌’ ରୋଗର ପ୍ରତିରୋଧ କରାଯାଇ ପାରିବ। ଆଖି ସହିତ ସମାନ୍ତରାଳ କରି ସ୍କ୍ରିନ୍‌ ରଖିବା, ପିଠି ସଳଖ କରି ବସିବା ଏବଂ କାନ୍ଧ ଓ ମଥା ଆଗକୁ ନ ଝୁଙ୍କାଇବା ଦ୍ବାରା ବେକ ଉପରେ ପଡୁଥିବା ଚାପ ବହୁମାତ୍ରାରେ ହ୍ରାସ ପାଇବ। ପୁଣି, ପ୍ରତି ୨୦ ମିନିଟ୍‌ ଅନ୍ତରରେ ୨୦ ସେକେଣ୍ଡ୍‌ ଧରି ୨୦ ଫୁଟ୍‌ ଦୂରକୁ ଚାହିଁବା ଦ୍ବାରା ମାଂସପେଶୀଜନିତ ଉତ୍ତେଜନାରୁ ଆଶ୍ବସ୍ତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe