Photograph: (sambad.in)
ଫ୍ୟାସନ୍ କଥା ଉଠିଲେ ମନରେ ଉଙ୍କିମାରେ ଝିଅମାନଙ୍କ ସାଜସଜ୍ଜା, ପରିଧାନ ଓ ପ୍ରସାଧନ କଥା। କିନ୍ତୁ ଆଜିକାଲି ପୁରୁଷ ବି ଏ କ୍ଷେତ୍ରରେ ପଛୁଆ ନାହାନ୍ତି। ସେମାନେ ବି ପୋଷାକ ଓ ପ୍ରସାଧନ ଉପରେ ଗୁରୁତ୍ବ ଦେଉଛନ୍ତି। ଶୀତଋତୁରେ ପୁରୁଷମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ସହ ସ୍ବତନ୍ତ୍ର ତଥା ଆକର୍ଷଣୀୟ ପରିଧାନ ଶୈଳୀ ଆପଣାଉଛନ୍ତି। ଆଜିକାଲି ଯୁବକମାନେ ୱେଷ୍ଟର୍ଣ୍ଣ ଲୁକ୍କୁ ପସନ୍ଦ କରୁଛନ୍ତି। ଏଥିସହ ତ୍ବଚାର ଔଜ୍ଜ୍ବଲ୍ୟ ଓ କେଶସଜ୍ଜା ଉପରେ ବି ବେଶ୍ ଧ୍ୟାନ ଦେଉଛନ୍ତି। ପୁରୁଷଙ୍କ ଶୀତକାଳୀନ ଫ୍ୟାସନ୍ ସଂପର୍କରେ କିଞ୍ଚିତ୍...
ବ୍ଲେଜର୍ ସହିତ ଟର୍ଟଲନେକ୍ ସ୍ୱେଟର୍:
ଗାଢ଼ରଙ୍ଗର ଟର୍ଟଲନେକ୍ ଉଲ୍ ବ୍ଲେଜର୍ ପିନ୍ଧିବା ଏବେ ଟ୍ରେଣ୍ଡ୍ରେ ରହିଛି। ଏହା ସହିତ ଚିନୋ ପିନ୍ଧିବା ଦ୍ୱାରା ଏହି ଷ୍ଟାଇଲ୍ ସମ୍ପୂର୍ଣ୍ଣ ହୋଇଥାଏ।
ଓଭର୍କୋଟ୍ ସହିତ ଫର୍ମାଲ୍ ସୁଟ୍:
ଚଉଡ଼ା ଲାପେଲ୍ ସହିତ ଏକ ପତଳା-ଫିଟ୍ ସୁଟ୍, ତା’ସହିତ କ୍ଲାସିକ୍ ନୀଳ କିମ୍ବା ଧୂସର ରଙ୍ଗର ଫର୍ମାଲ୍ ଟ୍ରାଉଜର୍ ଏବଂ ବ୍ଲେଜର୍ ଉପରେ ଲମ୍ବା ଓଭର୍କୋଟ୍ ପିନ୍ଧିବାକୁ ଅନେକ ପସନ୍ଦ କରୁଛନ୍ତି।
ବମ୍ବର୍ ଜ୍ୟାକେଟ୍ ସହିତ ହୁଡି:
ଆରାମଦାୟକ ଓ ଷ୍ଟାଇଲିସ୍ କାଜୁଆଲ୍ ଫ୍ୟାସନ୍ ପାଇଁ ବମ୍ବର୍ ଜ୍ୟାକେଟ୍ ତଳେ ଏକ ହୁଡି ପିନ୍ଧିବା ଏବେ ବେଶ୍ ଲୋକପ୍ରିୟ। ଏହା ସହିତ ସ୍ଲିମ୍-ଫିଟ୍ ଜିନ୍ସ କିମ୍ବା ଛଅ ପକେଟବିଶିଷ୍ଟ କାର୍ଗୋ ପ୍ୟାଣ୍ଟ୍ ବି ଅନେକ ପସନ୍ଦ କରୁଛନ୍ତି।
ଡେନିମ୍ ସହିତ ଓଭର୍ସାର୍ଟ:
ଆରାମଦାୟକ ଫିଟ୍ର ଜିନ୍ସ ସହିତ ସାଦା ଟି-ସାର୍ଟ ଏବଂ ତା’ଉପରେ ଏକ ଫ୍ଲାନେଲ୍ ଓଭର୍ସାର୍ଟ ବି ଫ୍ୟାସନ୍ ଧାରାରେ ରହିଛି।
ଆହୁରି ପଢ଼ନ୍ତୁ: ଅଭିନୟରେ ଶ୍ରୀମନ୍ଦିର ସେବକ ଶମ୍ଭୁନାଥ
ଗାଢ଼ ପ୍ୟାଣ୍ଟ୍ ସହିତ ଭେଲ୍ଭେଟ୍ ବ୍ଲେଜର୍:
ପାର୍ଟି ଲୁକ୍ ପାଇଁ ଗାଢ଼ରଙ୍ଗର ଚିନୋ କିମ୍ବା ଟ୍ରାଉଜର୍ ସହିତ ଏକ ମଖମଲ ବ୍ଲେଜର୍ ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରିଥାଏ।
ଡବଲ୍-ବ୍ରେଷ୍ଟେଡ୍ ବ୍ଲେଜର୍ ସହିତ ଟର୍ଟଲନେକ୍ ଟପ୍:
ଡବଲ୍-ବ୍ରେଷ୍ଟେଡ୍ ବ୍ଲେଜର୍ ସହିତ ଟର୍ଟଲନେକ୍ ଟପ୍ର ମିଶ୍ରଣ ଖୁବ୍ ମାନିଥାଏ।
ଏହା ସହିତ ବିଭିନ୍ନ ସ୍କାର୍ଫ, ଗ୍ଲୋଭସ୍ ଓ ଟୋପି ମଧ୍ୟ ଷ୍ଟାଇଲ୍ ଅର୍ନ୍ତଭୁକ୍ତ। ବିଭିନ୍ନପ୍ରକାର ମଫଲର୍, ଇନ୍ଫିନିଟି /କାଉଲ୍, ନେକର୍ଚିଫ୍, ବନ୍ଦନା, ଶେମାଘ, ଫାଉଲାର୍ଡ, ପକେଟ୍ ସ୍କୋୟାର୍ ଭଳି ସ୍କାର୍ଫ ବି ଅନେକ ପସନ୍ଦ କରୁଛନ୍ତି। ଏହାସହିତ ବିଭିନ୍ନ ଡିଜାଇନ୍ର ଚମଡ଼ା ଗ୍ଲୋଭସ୍, ଡ୍ରାଇଭିଂ ଗ୍ଲୋଭସ୍ ଓ ଡ୍ରେସ୍ ଗ୍ଲୋଭସ୍ ବି ଶୀତକାଳୀନ ଫ୍ୟାସନ୍ରେ ରହିଛି।
ଆହୁରି ପଢ଼ନ୍ତୁ: ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଁ ଘରର ରଙ୍ଗ କିପରି ହେବା ଉଚିତ, କ’ଣ କୁହେ ବାସ୍ତୁ
ଶୀତରେ ପୁରୁଷଙ୍କ କେଶ ଓ ତ୍ବଚା ଯତ୍ନ
ଶୀତ ପଡ଼ିଲେ ମୁହଁ, ଓଠ ଫାଟିବା, ତ୍ବଚା ରୁକ୍ଷ ହେବା ସାଧାରଣ ସମସ୍ୟା। ଫଳରେ ଚେହେରା ଫିକା ଦିଶିଥାଏ। ଶୀତରେ ପୁରୁଷମାନେ ନିଜର ତ୍ବଚାକୁ ଚମକଦାର କରିବା ଲାଗି ବିଭିନ୍ନ କ୍ରିମ୍, ମଏଶ୍ଚରାଇଜର୍ ବ୍ୟବହାର କରିବା ସହ ପାର୍ଲର୍ ମଧ୍ୟ ଯାଇଥାଆନ୍ତି। ଭୁବନେଶ୍ବର ସହିଦନଗରସ୍ଥିତ ଇଣ୍ଡ୍ଲ୍ଗ ପାର୍ଲର୍ର ଫ୍ରାଞ୍ଚାଇଜି ମୁଖ୍ୟ ଶୁଚିସ୍ମିତା ମହାନ୍ତି କହନ୍ତି, ‘‘ମହିଳାଙ୍କଠାରୁ ପୁରୁଷଙ୍କ ତ୍ବଚା ଅଲଗା। ତେଣୁ ସେମାନଙ୍କର ଚର୍ମକୁ ଦେଖି ଭିନ୍ନ ଭିନ୍ନ ଟ୍ରିଟ୍ମେଣ୍ଟ୍ ଦିଆଯାଇଥାଏ। ପୁରୁଷମାନେ ଶୀତଦିନେ ଫେସିଆଲ୍ କରିବା ଭଲ। ମୃତକୋଷ ବାହାରିଯିବା ସହିତ ତ୍ବଚା ଅଧିକ ଉଜ୍ବଳ ଦେଖାଯାଇଥାଏ। ବ୍ରଣ ଓ କଳାଦାଗ ଦୂର ହୋଇଥାଏ। ଗ୍ରାହକଙ୍କ ଚର୍ମର ରଙ୍ଗ, ଗଠନ ଓ ସମସ୍ୟାକୁ ପରଖି ଆମେ ଚିକିତ୍ସା ଦେଇଥାଉ। ଏଥିପାଇଁ ଆମେ ଲୋଟସ୍, ଡର୍ମାଟୋଲୋଜିକାଲ୍, ମେନ୍ଟ୍ରି ଭଳି ବ୍ରାଣ୍ଡ୍ ବ୍ୟବହାର କରିଥାଉ। ଏସବୁ ପାରାଫିନ୍ ଓ ସଲ୍ଫେଟ୍ ମୁକ୍ତ। ଯାହାଦ୍ବାରା ଚର୍ମର କୌଣସି କ୍ଷତି ହୋଇ ନଥାଏ। ଥଣ୍ଡାରେ ପାଦ ଫାଟୁଥିବାରୁ ମହିଳାଙ୍କ ପରି ପୁରୁଷମାନେ ମଧ୍ୟ ମେନିକିଓର୍ ଓ ପେଡିକିଓର୍ କରୁଛନ୍ତି।’’
କେଶ ଷ୍ଟାଇଲ୍:
ଶୀତଋତୁରେ ପୁରୁଷଙ୍କ କେଶର ଷ୍ଟାଇଲ୍ ମଧ୍ୟ ବଦଳିଥାଏ। ଏହି ସମୟରେ ରୁପି ହେବାର ସମ୍ଭାବନା ଅଧିକ ଥିବାରୁ କେଶର ବିଶେଷ ଯତ୍ନ ନିଆଯାଏ। ତେଣୁ କେଶ ଷ୍ଟାଇଲ୍ଠାରୁ ଆରମ୍ଭ କରି ଏହାର ଯତ୍ନରେ ମଧ୍ୟ ଆମର ଦାୟିତ୍ବ ରହିଛି ବୋଲି ଶୁଚିସ୍ମିତା ମତ ଦିଅନ୍ତି। ସେ କହନ୍ତି, ‘‘ଏବେ କାନ ଉପରେ ହାଲକା ସେଡ୍ ଦିଆଯାଉଥିବା ପେପର୍ କଟ୍ ଏବଂ ୧୯୭୦ ଦଶକର ରେଟ୍ରୋ ଷ୍ଟାଇଲ୍ର ମୁଲେଟ୍ କଟ୍ ଅଧିକ ଚାଲିଛି। ଏଥିରେ କାନ ଦୁଇ ସାଇଡ୍ କେଶକୁ ଛୋଟ ଛୋଟ କରି ଉପର ଭାଗ କେଶକୁ ଗହଳିଆ ରଖାଯାଏ। ଉଲ୍ଫ୍ କଟ୍ର ବି ଶୀତ ଦିନରେ ଚାହିଦା ରହିଛି। ଏଥିରେ ଉପର କେଶ ସମ୍ପୂର୍ଣ୍ଣ ଛୋଟ କରାଯାଇ ତଳ ଭାଗ କେଶକୁ ଲମ୍ବା ରଖାଯାଇଥାଏ। ଏହା ଏବେ ଟ୍ରେଣ୍ଡ୍ରେ ରହିଛି ଏବଂ ମହିଳାମାନେ ମଧ୍ୟ ଏହି ଷ୍ଟାଇଲ୍କୁ ଆପଣାଉଛନ୍ତି। ସେହିପରି ଦାଢ଼ିରେ ତୁର୍କି ଓ ହେଭି ଷ୍ଟାଇଲ୍ ଶୀତର ଫ୍ୟାସନ୍ ହୋଇଛି।’’
ଆହରି ପଢ଼ନ୍ତୁ: ସ୍ବଳ୍ପ ମୂଲ୍ୟରେ ସାଉଣ୍ଡବାର୍; ଘରେ ପାଆନ୍ତୁ ଥିଏଟର୍ ଭଳି ମାହୋଲ୍
Follow Us