Advertisment

The Kalinga Lancers' Campaign: ବିଜୟରୁ କଳିଙ୍ଗ ଲାନ୍‌ସର୍ସର ଅଭିଯାନ

Advertisment

ଓଡ଼ିଶା ଭିତ୍ତିକ ହକି ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲ୍‌ରେ ରାଞ୍ଚି ରୟାଲ୍ସକୁ ମାତ୍‌ ଦେଇଛି।

ଓଡ଼ିଶା ଭିତ୍ତିକ ହକି ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲ୍‌ରେ ରାଞ୍ଚି ରୟାଲ୍ସକୁ ମାତ୍‌ ଦେଇଛି।

gdjgjgjdgj

ଭୁବନେଶ୍ବର: ଓଡ଼ିଶା ଭିତ୍ତିକ ହକି ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲ୍‌ରେ ରାଞ୍ଚି ରୟାଲ୍ସକୁ ମାତ୍‌ ଦେଇଛି। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ରାଞ୍ଚିକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଟମ୍‌ ବୁନ୍‌ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ସପ୍ତମ ମିନିଟ୍‌ରେ ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍ସଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍‌ରେ ଲାନ୍‌ସର୍ସ ସ୍ଥିତି ୧-୧ରେ କରି ନେଇଥିଲା। ଏହାର ଦୁଇ ମିନିଟ୍‌ ପରେ ମନଦୀପ ସିଂହ (୧୧ ମିନିଟ୍‌) ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ରାଞ୍ଚିକୁ ପୁଣି ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ପଛରେ ପଡ଼ିଥିବା ଲାନ୍‌ସର୍ସ ଦ୍ବିତୀୟ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୩ ଗୋଲ୍‌ ଲଦି ଦେଇଥିଲା। ୧୬ ଓ ୨୬ତମ ମିନିଟ୍‌ରେ ଗୁରସାହିବଜିତ ସିଂହ ଦୁଇଟି ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ହେଣ୍ଡ୍ରିକ୍ସ (୨୮ ମିନିଟ୍‌) ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇଥିଲେ। ଦ୍ବିତୀୟାର୍ଦ୍ଧର ଦୁଇ କ୍ବାର୍ଟରରେ ଉଭୟ ଦଳ ଗୋଲ୍‌ କରିବାକୁ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଫଳରେ ଏହି ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ବେଳେ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲ୍‌ରେ ବିଜୟ ବାନା ଉଡ଼ାଇଥିଲା।

T20 WC : ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେବ କି ବାଂଲାଦେଶର ମ୍ୟାଚ ?

ଟାଇଗର୍ସକୁ ଯୁଗଳ ଖୁସି
ଚେନ୍ନାଇ/ରାଞ୍ଚି: ପୁରୁଷ ହକି ଇଣ୍ଡିଆ ଲିଗ୍‌ର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଗତଥର ବିଜେତା ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଦଳ ୩-୧ ଗୋଲ୍‌ରେ ଜେଏସ୍‌ଡବ୍‌ଲ୍ୟୁ ସୁର୍‌ମା ହକି କ୍ଲବ୍‌କୁ ପରାସ୍ତ କରି ନିଜ ଅଭିଯାନ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି। ବେଙ୍ଗଲ ପକ୍ଷରୁ ସୁରଜିତ ସିଂହ (୩୩ ମିନିଟ୍), ଅଭିଷେକ ନୈନ (୪୫) ଓ ଗୁରସେବକ ସିଂହ (୬୦) ଦେଇଥିଲେ। ଅନ୍ୟପକ୍ଷରେ ପରାଜିତ ସୁର୍‌ମା ହକି କ୍ଲବ୍‌ ପକ୍ଷରୁ ଏକମାତ୍ର ଗୋଲ୍ ପ୍ରଭଜ୍ୟୋତ ସିଂହ (୫୪) ଦେଇଥିଲେ। ସୋମବାର ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳକୁ ନବଗଠିତ ହକି ଇଣ୍ଡିଆ ଲିଗ୍‌ ପରିଚାଳନା ପରିଷଦ ଦଳ ଭେଟିବ। ରାଞ୍ଚିରେ ଖେଳିଥିବା ମହିଳା ହକି ଇଣ୍ଡିଆ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଦଳ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଶୃଙ୍ଖଳିତ ଖେଳ ଖେଳି ରୋମାଞ୍ଚକ ଭାବେ ଘରୋଇ ଦଳ ରାଞ୍ଚି ରୟାଲ୍‌ସକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍‌ର ଏକମାତ୍ର ଗୋଲ୍ ବେଙ୍ଗଲ ଟାଇଗର୍ସ ପକ୍ଷରୁ ଅଗଷ୍ଟିନା ଗର୍ଜେଲାନି ୩୭ତମ ମିନିଟ୍‌ରେ ଦେଇଥିଲେ। ଅବଶିଷ୍ଟ ସମୟ ଉଭୟ ଦଳ ନିରନ୍ତର ଚେଷ୍ଟା କରିବା ସତ୍ତ୍ବେ ଗୋଲ୍ ଦେବାକୁ ସକ୍ଷମ ହୋଇ ନ ଥିଲେ। ରବିବାରର ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଶ୍ରାଚୀ ବେଙ୍ଗଲ ଟାଇଗର୍ସ ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ରାଞ୍ଚି ରୟାଲ୍‌ସ ସେହି ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ସୋମବାର ଲିଗ୍‌ର ଷଷ୍ଠ ମ୍ୟାଚ୍‌ରେ ଜେଏସ୍‌ଡବ୍‌ଲ୍ୟୁ ସୁର୍‌ମା ହକି କ୍ଲବ୍‌କୁ ରାଞ୍ଚି ରୟାଲ୍‌ସ ଭେଟିବ।

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe