Vijay Hazare Trophy: ବିଜୟ ହଜାରେ ଟ୍ରଫି: ସ୍ବସ୍ତିକଙ୍କ ଦ୍ବିତୀୟ ଶତକ ସତ୍ତ୍ବେ ବିଜୟଧ‌ାରାରେ ବ୍ରେକ୍‌

Advertisment

ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ବିଜୟଧାରାରେ ବ୍ରେକ୍‌ ଲାଗିଛି। ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଭଳି ବିଜୟ ହଜାରେ ଟ୍ରଫିରେ ବି ଓଡ଼ିଶା ହ୍ୟାଟ୍ରିକ୍‌ ବିଜୟ....

ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ବିଜୟଧାରାରେ ବ୍ରେକ୍‌ ଲାଗିଛି। ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଭଳି ବିଜୟ ହଜାରେ ଟ୍ରଫିରେ ବି ଓଡ଼ିଶା ହ୍ୟାଟ୍ରିକ୍‌ ବିଜୟ....

dgaddgvzvc

ଭୁବ‌ନେଶ୍ବର: ଚଳିତ ବିଜୟ ହଜାରେ ଟ୍ରଫି ବିସିସିଆଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ବିଜୟଧାରାରେ ବ୍ରେକ୍‌ ଲାଗିଛି। ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଭଳି ବିଜୟ ହଜାରେ ଟ୍ରଫିରେ ବି ଓଡ଼ିଶା ହ୍ୟାଟ୍ରିକ୍‌ ବିଜୟ ପରେ ପରାଜୟର ସମ୍ମୁଖୀନ ହୋଇଛି। ଶନିବାର ବେଙ୍ଗାଲୁରୁ ଉପକଣ୍ଠ ଆଲୁରସ୍ଥିତ କେଏସ୍‌ସିଏ-୨ ଷ୍ଟାଡିୟମ୍‌ରେ ଓଡ଼ିଶାକୁ ହରିୟାଣା ୪ ୱିକେଟ୍‌ରେ ହରାଇ ଦେଇଛି। ପ୍ରତିଯୋଗିତାରେ ସ୍ବସ୍ତିକ ସାମଲ୍‌ ଦ୍ବିତୀୟ ଶତକ ଅର୍ଜନ କରିଥିଲେ ମଧ୍ୟ ଓଡ଼ିଶା ଦେଇଥିବା ୩୦୬ ରନ୍‌ ବିଜୟ ଲକ୍ଷ୍ୟକୁ ହରିୟାଣା ୮ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା। ଏଥି ସହ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ବିପ୍ଳବ ସାମନ୍ତରାୟଙ୍କ ଦଳ ଏଲିଟ୍‌ ଗ୍ରୁପ୍‌-ଡି’ର ପଏଣ୍ଟ୍ ଟେବୁଲ୍‌ରେ ଶୀର୍ଷ ସ୍ଥାନରୁ ତୃତୀୟକୁ ଖସିଯାଇଛି। ଓଡ଼ିଶା ୧୨ ପଏଣ୍ଟ୍‌ ପାଇଥିବାବେଳେ ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ଦିଲ୍ଲୀ ଓ ହରିୟାଣା ସମାନ ୧୬ ପଏଣ୍ଟ୍ ଲେଖାଏଁ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଓଡ଼ିଶା ନିଜ ପରବର୍ତୀ ମ୍ୟାଚ୍ ମଙ୍ଗଳବାର ଗୁଜରାଟ ବିପକ୍ଷରେ ଖେଳିବ।

Health: ଡିଏଚ୍‌ଏଚ୍‌ରେ ନାହାନ୍ତି ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡାକ୍ତର

 ଶନିବାର ଓଡ଼ିଶା ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ପ୍ରାରମ୍ଭିକ ଯୋଡ଼ି ଓମ୍‌ ଟି ମୁଣ୍ଡେ (୩୫ ବଲ୍‌ରୁ ୨୦ ରନ୍) ଏବଂ ସ୍ବସ୍ତିକ୍ ସାମଲ (୧୦୨ ବଲ୍‌ରୁ ୧୦୧ ରନ୍‌) ଦଳକୁ ଭଲ ମୂଳଦୁଆ ପ୍ରଦାନ କରିଥିଲେ। ୧୪ତମ ଓଭରରେ ମୁଣ୍ଡେ ଆଉଟ୍‌ ହେବାର ୫ ବଲ୍‌ ପରେ ଯୁବ ୱିକେଟରକ୍ଷକ ଆଶୀର୍ବାଦ ସ୍ବାଇଁ (୦) ଖାତା ଖୋଲିପାରି ନ ଥିଲେ। ଓଡ଼ିଶା ୭୬/୨ରେ ପହଞ୍ଚିଯାଇଥିଲା। ଏହି ସମୟରେ ସ୍ବସ୍ତିକଙ୍କ ସହ ଯୋଗଦେଇ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଶତକୀୟ ଭାଗୀଦାର ଗଢ଼ିଥିଲେ। ଉଭୟ ୧୮.୪ ଓଭରରେ ୧୦୬ ରନ୍ ଯୋଡ଼ି ଓଡ଼ିଶାକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ସ୍ବସ୍ତିକଙ୍କ ପାଳିରେ ୧୦ ଚୌକା ଓ ୩ ଛକା ସାମିଲ ଥିବାବେଳେ ୮୨ ବଲ୍‌ରୁ ୭୭ ରନ୍‌ ସଂଗ୍ରହ କରିଥିବା ପୋଦ୍ଦାର ୮ ଚୌକା ଓ ଗୋଟିଏ ଛକାର ସହାୟତା ନେଇଥିଲେ। ଏହା ପରେ ଅଧିନାୟକ ବିପ୍ଳବ ସାମନ୍ତରାୟ ଶେଷ ପର୍ଯ୍ୟନ୍ତ ଓଡ଼ିଶା ପାଳିକୁ ଆଗେଇ ନେଇଥିଲେ। ୩୯ ବଲ୍‌ରୁ ୨ ଲେଖାଏଁ ଚୌକା ଓ ଛକା ମାରି ବିପ୍ଳବ ୪୭ ରନ୍‌ କରିଥିଲେ। ଏହି ପାଳି ଅବସରରେ ସେ ମଧ୍ୟ ନିଜ ୨୦୦୦ ଲିଷ୍ଟ୍‌ ଏ’ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଚଳିତ ଋତୁରେ ଗୋବିନ୍ଦ ପୋଦ୍ଦାରଙ୍କ ପରେ ବିପ୍ଳବ ଏହି କ୍ଲବ୍‌ରେ ସାମିଲ ହୋଇଥିଲେ। ଓଡ଼ିଶା ପାଳିର ଶେଷ ଭାଗରେ ଦେବବ୍ରତ ପ୍ରଧାନ (୧୩ ବଲ୍‌ରୁ ୧୫ ରନ୍), ସମ୍ବିତ ବରାଳ (୮ ବଲ୍‌ରୁ ୧୨ ରନ୍) ଏବଂ ରାଜେଶ ମହାନ୍ତି (୮ ବଲ୍‌ରୁ ୯* ରନ୍) ଛୋଟ ଛୋଟ ଅବଦାନ ଦେବାରୁ ଦଳ ୩୦୫ ରନ୍‌ କରିଥିଲା। ହରିୟାଣା ପକ୍ଷରୁ ଅନୂଜ ଠକ୍‌ରାଲ ଓ ପାର୍ଥ ବତ୍ସ ୩-୩ ୱିକେଟ୍‌ ଅକ୍ତିଆର କରିଥିଲେ।

ଓଡ଼ିଶାକୁ ହରାଇଲେ ହରିୟାଣାର ଯୁବ ଯୋଡ଼ି ପାର୍ଥ-ଅନୁଜ

ଜବାବରେ ଓଡ଼ିଶା ବୋଲର ଚମତ୍କାର ଆରମ୍ଭ କରିବାରୁ ହରିୟାଣା ସଂଘର୍ଷ କରିଥିଲା। ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତି ମାତ୍ର ୯ ବଲ୍‌ ଭିତରେ ହରିୟାଣାର ପ୍ରଥମ ୩ ୱିକେଟ୍‌ ଦଖଲ କରିବାରୁ ଏହି ଦଳ ମାତ୍ର ୧୪ ରନ୍‌ରେ ଶୀର୍ଷ ୩ ବ୍ୟାଟର୍‌ଙ୍କୁ ହରାଇଦେଇଥିଲା। ପ୍ରଥମ ପଦାର୍ପଣ କରିଥିବା ସୌମ୍ୟ ଲେଙ୍କା ୱିକେଟରକ୍ଷକ ବ୍ୟାଟର୍‌ ଯଶବର୍ଦ୍ଧନ ଦଲାଲ (୩୪)ଙ୍କୁ ପ୍ୟାଭିଲିଅନ୍‌ ପଠାଇ ପ୍ରାଇଜ୍ ୱିକେଟ୍ ପାଇଥିଲେ। ବିପ୍ଳବ ତାଙ୍କ ବୋଲିଂର ପ୍ରାରମ୍ଭିକ ଭାଗରେ ଦୁଇ ଥର ପ୍ରଥମ ବଲ୍‌ରେ ୱିକେଟ୍ ନେଇ ହରିୟାଣାକୁ ଗଭୀର ସଙ୍କଟ (୩୦.୧ ଓଭରରେ ୧୩୩/୬) ଭିତରକୁ ଠେଲି ଦେଇଥିଲେ। ଏଇଠି କିନ୍ତୁ ଓଡ଼ିଶାର ସଫଳତା ଅଟକିଯାଇଥିଲା।

Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ

୨୨ ବର୍ଷୀୟ ପାର୍ଥ ବତ୍ସ ତାଙ୍କ ପ୍ରଥମ ଶତକ (୧୩୬ ବଲ୍‌ରୁ ୧୫୭* ରନ୍) ଏବଂ ୨୩ ବର୍ଷୀୟ ଅନୂଜ ଠକରାଲ୍‌ ପ୍ରଥମ ଅର୍ଦ୍ଧଶତକ  (୪୮ ବଲ୍‌ରୁ ୫୯* ରନ୍) ହାସଲ କରି ଓଡ଼ିଶା ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଉଭୟ ଅବିଭାଜିତ ସପ୍ତମ ୱିକେଟ୍‌ ପାଇଁ ୧୧୧ ବଲ୍‌ରୁ ୧୭୬* ରନ୍ ଯୋଡ଼ି ହରିୟାଣାକୁ ହାରୁ ହାରୁ ବିଜୟୀ କରାଇଥିଲେ। ଉଭୟ ଯୁବ ଖେଳାଳି ମଧ୍ୟ ଓଡ଼ିଶା ପାଳିରେ ମିଳିତ ଭାବେ ୬ ୱିକେଟ୍‌ ନେଇଥିଲେ। ସଂଯୋଗବଶତଃ ଗତବର୍ଷ ଭଳି ଓଡ଼ିଶା ମଧ୍ୟ ସମାନ ତାରିଖ (ଜାନୁଆରି ୩), ସମାନ ବ୍ୟବଧାନ (୪ ୱିକେଟ୍‌), ସମାନ ପ୍ରତିଦ୍ବନ୍ଦ୍ବୀ (ହରିୟାଣା)ଠାରୁ ହାରିଯାଇଛି। ଆଉ ଏକ ସଂଯୋଗ ହେଉଛି ପାର୍ଥ ବତ୍ସ ମଧ୍ୟ ଉଭୟ ଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଓଡ଼ିଶା ବିପକ୍ଷରେ ଭଲ କରିବାର ଛାପ ଛାଡ଼ିଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୫୦ ଓଭରରେ ୩୦୫/୯ (ସ୍ବସ୍ତିକ ସାମଲ-୧୦୧, ଗୋବିନ୍ଦ ପୋଦ୍ଦାର-୭୭, ବିପ୍ଳବ ସାମନ୍ତରାୟ-୪୭, ପାର୍ଥ ବତ୍ସ-୩/୬୦, ଅନୁଜ ଠକ୍‌ରାଲ୍‌-୩/୬୮)। ହରିୟାଣା ୪୮.୪ ଓଭରରେ ୩୦୯/୬ (ପାର୍ଥ ବତ୍ସ-୧୫୭*, ଅନୁଜ ଠକ୍‌ରାଲ୍‌-୫୯*, ଯଶବର୍ଦ୍ଧନ ଦଲାଲ-୩୪, ରାହୁଲ ତିୱାତିଆ-୨୯, ବିପ୍ଳବ ସାମନ୍ତରାୟ-୨/୪୮, ଦେବବ୍ରତ ପ୍ରଧାନ-୨/୫୬,‌ ସୌମ୍ୟ ଲେଙ୍କା-୧/୨୩, ରାଜେଶ ମହାନ୍ତି-୧/୫୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe