ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

୪ରେ ଗଜପତି ଯିବେ ମୁଖ୍ୟମନ୍ତ୍ରୀ, ୮ରେ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହା ସହ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପାଞ୍ଚଟି ତାରିଖରେ ଶେଷ ହେବ ଭରଣପୋଷଣ ମାମଲାର…

କଟକ: ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣପୋଷଣ ମାମଲା ପାଞ୍ଚଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ମାମଲାର ଶୁଣାଣି ୫ ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଗୋଟିଏ ତାରିଖରେ ନୋଟିସ୍ ଜାରି…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ: ପୋଷ୍ଟାଲ ବାଲଟ୍‌ରେ ଭୋଟ୍‌ ଦେବେ ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ଏହାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ଉପ ନିର୍ବାଚନକୁ କୋଭିଡ ମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ସମସ୍ତ ବ୍ୟବସ୍ଥା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଏକ୍‌ମୋ ପାଇଁ ଓପନ୍‌ ହାର୍ଟ ସର୍ଜରି ବନ୍ଦ! ଆଇସିୟୁକୁ କରିଦେଲେ ଏକ୍‌ମୋ ୟୁନିଟ୍

କଟକ: ରାଜ୍ୟ ସରକାରଙ୍କ ଏକମାତ୍ର ସରକାରୀ ମେଡିକାଲ କଲେଜ ଭାବେ କଟକର ଏସ୍‌ସିବିରେ ହେଉଥିଲା ଓପନ୍‌ ହାର୍ଟ ସର୍ଜରି। ଏକ୍‌ମୋ ଚିକିତ୍ସା ପାଇଁ ଏବେ ଓପନ ହାର୍ଟ ସର୍ଜରି ବନ୍ଦ ହୋଇଯାଇଛି। ଓପନ୍‌ ହାର୍ଟ ସର୍ଜରିଠାରୁ ଆରମ୍ଭ କରି ସିଟିଭିଏସ୍‌ ବିଭାଗର ବିଭିନ୍ନ ଅସ୍ତ୍ରୋପଚାର ବି ବନ୍ଦ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଅଏଲ୍ ପାମ୍ ଚାଷ ବିଫଳ: ଏବେ ସୂର୍ଯ୍ୟମୁଖୀ ତେଲ ଦରରେ ବିକ୍ରି ହେଉଛି ପାମ୍ ତେଲ

ଭୁବନେଶ୍ବର: ବଜାରରେ ‌ଏବେ ସୂର୍ଯ୍ୟମୁଖୀ ତେଲ ଦରରେ ବିକ୍ରି ହେଉଛି ପାମ୍ ତେଲ ବା ପାମୋଲିନ୍। ଏଣେ ପ୍ରୋତ୍ସାହନ ଅଭାବରୁ ରାଜ୍ୟରେ ଅଏଲ୍ ପାମ୍‌ ଚାଷ ଫେଲ୍‌ ମାରିଛି। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ପାମ୍‌ ପ୍ରୋସେସିଂ ୟୁନିଟ ସହିତ ରାଜିନାମା ୧୪ ବର୍ଷ ଅତିକ୍ରାନ୍ତ ପରେ ବି ଏଠାରେ…
ଅଧିକ ଖବର ଦେଖନ୍ତୁ...

୮୮୯ ହାଇସ୍କୁଲର ରୂପାନ୍ତରୀକରଣ ହେବ: ଓମ୍ବାଡିସି ପାଣ୍ଠିରୁ ୫୩୩ କୋଟି ମଞ୍ଜୁର

ଭୁବନେଶ୍ୱର: ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ କରାଯାଇଛି। ଅନୁଗୁଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ଫାଙ୍କି ଗହଣା ବିକ୍ରି ଉଦ୍ୟମ: ମୁମ୍ବାଇରୁ ଆସିଥିଲା ୩ କେଜି ସୁନା, ୨୫ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର: ଜିଏସ୍‌ଟି ଫାଙ୍କି ସୁନା ଗହଣା ବିକ୍ରି ଯୋଜନାକୁ ପଣ୍ଡ କରିଛି ବାଣିଜ୍ୟକର ଏବଂ ସେବାକର (ସିଟି ଆଣ୍ଡ୍‌ ଜିଏସ୍‌ଟି) ବିଭାଗ। ଏହି ବିଭାଗର ଟିମ୍‌ ମୁମ୍ବାଇର ଦୁଇଜଣ ବ୍ୟବସାୟୀଙ୍କୁ ଠାବ କରି ସେମାନଙ୍କ ଠାରୁ ପ୍ରାୟ ୩କେଜି ଓଜନର ସୁନା ଗହଣା ଜବତ କରିଥିଲା। ଉଭୟ ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ୩ କୋଟି ଡୋଜ୍ ଟପିଲା: ୨୭% ହିତାଧିକାରୀ ନେଲେଣି ଉଭୟ ଡୋଜ୍

ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣ ଆଜି ୩କୋଟି ଡୋଜ୍ ଟପିଛି। ଗୋଟିଏ ଦିନରେ ୨ଲକ୍ଷ ୪୩ହଜାର ୭୨ ହିତାଧିକାରୀ ଟିକା ନେବା ପରେ ସମୁଦାୟ ଟିକାକରଣ ସଂଖ୍ୟା ୩କୋଟି ୧୦ଲକ୍ଷ ୫ହଜାର ୯୮୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୨କୋଟି ୧୭ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଓ ୮୨ଲକ୍ଷରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ: ପାର୍ବଣ ସମୟରେ ସଂକ୍ରମଣ ଭୟ, କଡ଼ା ନଜର ରଖ

ଭୁବନେଶ୍ବର: ଆଗକୁ ପାର୍ବଣ ଋତୁ ଆସୁଛି। ଏ ସମୟରେ ଲୋକମାନେ ବେପରୁଆ ହେବା ସହିତ କୋଭିଡ ନିୟମାବଳୀକୁ ମାନି ନ ପାରନ୍ତି। ଧାର୍ମିକ ସ୍ଥଳ, ମେଳା ଆଦିରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଲେ ପୁଣିଥରେ କରୋନା ସଂକ୍ରମଣକୁ ବଢ଼ିପାରେ। ତେଣୁ ପାର୍ବଣ ସମୟରେ କୋଭିଡ ନିୟମାବଳୀକୁ କଡ଼ାକଡ଼ି ପାଳନ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କୁ ଦରମା ମିଳୁନି: ୬ ମାସ ହେଲା ହାଇସ୍କୁଲ ଧନ୍ଦାମୂଳକ ଶିକ୍ଷକଙ୍କୁ ମିଳିନି

ଭୁବନେଶ୍ବର: ମାସେ କି ଦୁଇ ମାସ ନୁହେଁ। ଲଗାତାର ୬ ମାସ ହେଲା ବିନା ଦରମାରେ କାମ କରୁଛନ୍ତି ହାଇସ୍କୁଲର ଧନ୍ଦାମୂଳକ ଶିକ୍ଷକ। ଗୋଟିଏ ପଟେ ରାଜ୍ୟ ସରକାର ଅନ୍ୟ ଶିକ୍ଷକଙ୍କୁ ଠିକ୍‌ ସମୟରେ ଦରମା ଦେଉଥିବା ବେଳେ ଏମାନଙ୍କ ପ୍ରତି କାହିଁକି ପାନ୍ତରଅନ୍ତର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ…
ଅଧିକ ଖବର ଦେଖନ୍ତୁ...