ଭୁବନେଶ୍ବର: ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆହୁରି ବିଳମ୍ବ ହେବ। ନୂଆବର୍ଷରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ନୂଆ ମୁଖିଆ ମିଳିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ହୋଇପାରିବ ନାହିଁ। ଜାନୁଆରି ନୁହେଁ, ବରଂ ଫେବ୍ରୁଆରି ମାସରେ ୧୩ଟି ଯାକ ବିଶ୍ବବିଦ୍ୟାଳୟକୁ ନୂତନ କୁଳପତି ମିଳିବାର ସମ୍ଭାବନା ରହିଛି। ସମ୍ଭବତଃ ଫେବ୍ରୁଆରି ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କୁଳାଧିପତି ତଥା ରାଜ୍ୟପାଳ ଆଶାୟୀ ପ୍ରଫେସରମାନଙ୍କ ସାକ୍ଷାତକାର ନେବା ପରେ ନାମ ଘୋଷଣା ହୋଇପାରେ।
Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିବି) ବିଶ୍ବବିଦ୍ୟାଳୟ ଚୟନ କମିଟିକୁ ନେଇ ବାରମ୍ବାର ସମସ୍ୟା ଉପୁଜିବାରୁ ବାକି ୧୨ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ଏବେ ବିଳମ୍ବିତ ହେଉଛି। ପ୍ରଥମେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ପିସି ତ୍ରିପାଠୀଙ୍କୁ ଚୟନ କମିଟି ଅଧ୍ୟକ୍ଷ କରାଯାଇଥିଲା। ହେଲେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିବାରୁ ଶେଷ ମୁହୂର୍ତ୍ତରେ ଚୟନ କମିଟିରୁ ଓହରି ଯାଇଥିଲେ। ବୟସାଧିକ କାରଣରୁ ଚୟନ କମିଟି ବୈଠକରେ ଯୋଗ ଦେଇପାରି ନ ଥିଲେ। ପରବର୍ତ୍ତୀ ସମୟରେ ରାଜସ୍ଥାନର ଜଣେ ବୈଜ୍ଞାନିକ ତଥା ପୂର୍ବତନ କୁଳପତିକୁ ଚୟନ କମିଟିର ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ସେ ବି ସମୟ ଦେଇପାରି ନ ଥିଲେ ଏବଂ ବିଦେଶ ଗସ୍ତରେ ଥିବାରୁ ମନା କରି ଦେଇଥିଲେ। ଯେଉଁଥିପାଇଁ ଅଳ୍ପ ଦିନ ତଳେ ଗୁଜରାଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରମାକାନ୍ତ ଦୁବେଙ୍କୁ ଅଧ୍ୟକ୍ଷ କରାଯାଇଛି। ସେ ମାତ୍ର ଗୋଟିଏ ଥର ବୈଠକରେ ସାମିଲ ହୋଇଥିଲେ।
ଏମ୍ଏସ୍ସିବି ଚୟନ କମିଟି ବାରମ୍ବାର ବଦଳୁଛି
ଗୋଟିଏ ପାଇଁ ୧୨ ବିଶ୍ବବିଦ୍ୟାଳୟ କୁଳପତି ଚୟନ ବିଳମ୍ବ
ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ପରେ ପ୍ରଫେସର ଦୁବେ ବିଦେଶ ଗସ୍ତରେ ଯାଇଥିବାରୁ ଆଶାୟୀ ପ୍ରଫେସରମାନଙ୍କ ସାକ୍ଷାତକାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଣାପଡ଼ିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୁଳପତି ଦୌଡ଼ରେ ଏବେ ପ୍ରାୟ ୨୦ ଜଣ ପ୍ରଫେସର ରହିଛନ୍ତି। ଚୟନ କମିଟି ଦ୍ବାରା ସେମାନଙ୍କ ସାକ୍ଷାତକାର ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ପ୍ରତିଦିନ ୧୦ ଜଣ ଲେଖାଏଁ ଆଶାୟୀ ପ୍ରଫେସରଙ୍କୁ ଡକାଯାଇଛି। ରାଜ୍ୟ ବାହାରେ ଥିବା ୩ଜଣ ଓଡ଼ିଆ ପ୍ରଫେସର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛନ୍ତି।
Bird census: ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ୧୪ ସ୍ଥାନରେ ପକ୍ଷୀ ଗଣନା
ଅନ୍ୟପକ୍ଷରେ ୧୨ଟି ବିଶ୍ବବିଦ୍ୟାଳୟ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ୩ଜଣ ଲେଖାଏଁ ଆଶାୟୀ ପ୍ରଫେସରଙ୍କ ନାମ ରାଜଭବନରେ ପହଞ୍ଚିସାରିଛି। କେତେଜଣ ପ୍ରଫେସରଙ୍କ ନାମ ଏକାଧିକ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ପ୍ରସ୍ତୁତ ତାଲିକାରେ ରହିଛି। ତେଣୁ ଆଗକୁ ଚୟନ ପ୍ରକ୍ରିୟା ଯେପରି ବିବାଦମୁକ୍ତ ହେବ ସେଥିପାଇଁ ଏବେଠାରୁ ରୂପରେଖ ପ୍ରସ୍ତୁତ ହୋଇଛି। ଗୋଟିଏ ଦିନରେ ଦୁଇଟି ଲେଖାଏଁ ବିଶ୍ବବିଦ୍ୟାଳୟ ପାଇଁ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନିଆଯିବ। ପୂର୍ବାହ୍ଣ ଓ ସନ୍ଧ୍ୟା ସମୟରେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କୁ କୁଳାଧିପତିଙ୍କ ଦ୍ବାରା ସାକ୍ଷାତକାର ପାଇଁ ଡକାଯିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି।
Follow Us