3 minor girls: ୩ ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି!

Advertisment

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ମାତିଛନ୍ତି ମାନବଚାଲାଣକାରୀ। ଅଧିକ ରୋଜଗାରର ଲୋଭ ଦେଖାଇ ଯୁବତୀ ଓ ନାବାଳିକାଙ୍କୁ ବାହାର ରାଜ୍ୟର ଦଲାଲ ହାତରେ ଟେକି ଦେଉଛନ୍ତି। ଯେଉଁଠି ନାବାଳିକାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ମାତିଛନ୍ତି ମାନବଚାଲାଣକାରୀ। ଅଧିକ ରୋଜଗାରର ଲୋଭ ଦେଖାଇ ଯୁବତୀ ଓ ନାବାଳିକାଙ୍କୁ ବାହାର ରାଜ୍ୟର ଦଲାଲ ହାତରେ ଟେକି ଦେଉଛନ୍ତି। ଯେଉଁଠି ନାବାଳିକାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା।

Rape

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ମାତିଛନ୍ତି ମାନବଚାଲାଣକାରୀ। ଅଧିକ ରୋଜଗାରର ଲୋଭ ଦେଖାଇ ଯୁବତୀ ଓ ନାବାଳିକାଙ୍କୁ ବାହାର ରାଜ୍ୟର ଦଲାଲ ହାତରେ ଟେକି ଦେଉଛନ୍ତି। ଯେଉଁଠି ନାବାଳିକାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ବିବାହ କରିବାକୁ ଦିଆଯାଉଛି ଧମକ। ରାଉରକେଲା ସେକ୍ଟର-୧୯ ଥାନା ଅନ୍ତର୍ଗତ ହମିରପୁର ଓ ସେକ୍ଟର-୩ ଅଧୀନ ଶକ୍ତିନଗର ଅଞ୍ଚଳରୁ ଆସିଛି ଏମିତି ଖବର। ମୋଟା ଅଙ୍କର ରୋଜଗାର ଲୋଭ ଦେଖାଇ ତିନି ନାବାଳିକାଙ୍କୁ କେରଳରେ କାମ କରିବାକୁ କହି ମହିଳା ଦଲାଲ ରାଜସ୍ଥାନ‌ର ଅନ୍ୟ ଏକ ଦଲାଲଙ୍କ ହାତରେ ଟେକି ଦେଇଛି। ସେଠାରେ କାମ କରିବା ପରିବର୍ତ୍ତେ ତିନି ନାବାଳିକାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ବିବାହ ପାଇଁ ରାଜି ହେଲେ ପରିବାରକୁ ଦୁଇଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଛି। ଏମିତି ଅଭିଯୋଗ କରିଛନ୍ତି, ନାବାଳିକାଙ୍କ ମା’। ସେ କହିଛନ୍ତି, ତାଙ୍କୁ ଗତକାଲି ରାଜସ୍ଥାନର ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ଦଲାଲ ଜଣକ ରାଜସ୍ଥାନରୁ କହୁଛି ବୋଲି କହିଥିଲେ। ମହିଳାଙ୍କ ସହାୟତାରେ ଆସିଥିବା ତିନି ନାବାଳିକା ତାଙ୍କ ପାଖରେ ଅଛନ୍ତି। ସେମାନଙ୍କ ଫଟୋ ଓ ଆଧାରକାର୍ଡ ମଧ୍ୟ ଅଛି। 

Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ

ତୁମ ଝିଅ ଏଠାକାର ଯୁବକଙ୍କୁ ବାହା ହେବାକୁ ରାଜି ହେଲେ ଦୁଇ ଲକ୍ଷ ଟଙ୍କା ମିଳିବ। ଦଲାଲଙ୍କଠୁ ଏମିତି କଥା ଶୁଣିବା ପରେ ନାବାଳିକାଙ୍କ ମା’ ଭୟଭୀତ ହୋଇ ଯାଇଥିଲେ। ଝିଅ ପାଖରେ ଥିବା ମୋବାଇଲକୁ କଲ୍‌ କରିଥିଲେ। ଝିଅ କଲ୍‌ ଉଠାଇଲା ପରେ କିଛି କହି ନ ପାରି କାନ୍ଦିଥିଲା। ତା’ପରେ କଲ୍‌ କଟିଯାଇଥିଲା। ମୋବାଇଲ ନମ୍ବର ଟ୍ରାକିଂରୁ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଦେଖାଇବାରୁ ନାବାଳିକାଙ୍କ ମା’ଭୟଭୀତ ହୋଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ପକ୍ଷରୁ ଏ ସମ୍ପର୍କରେ ସେକ୍ଟର-୧୯ ଓ ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe