କଟକ : ଆପାର୍ଟମେଣ୍ଟ ମାମଲାରେ ୨୦୨୨, ଅଗଷ୍ଟ ୧୬ରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ନେଇ ଦ୍ବନ୍ଦ୍ବ ରହିଥିବା ଅଭିଯୋଗ ହୋଇଥିବା ବେଳେ ହାଇକୋର୍ଟରେ ଏ ନେଇ ଏକ ସତ୍ୟପାଠ ଦାଖଲ ହୋଇଛି। ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା ସାର୍ଟିଫକେଟ ଓ ଅକୁପାନ୍ସି ସାର୍ଟିଫିକେଟ ହାସଲକୁ ନେଇ ଏପରି ବିଜ୍ଞପ୍ତିରେ ଦ୍ୱନ୍ଦ୍ବ ରହିଥିବା ବେଳେ ସେ ସଂକ୍ରାନ୍ତରେ ଆଇଜିଆର୍‌ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୭କୁ ଧାର୍ଯ୍ୟ କରିଛନ୍ତି। ସତ୍ୟପାଠର କପି ସମସ୍ତ ପକ୍ଷଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ କହିଛନ୍ତି।

Advertisment

ଅଗଷ୍ଟ୧୬ରେ ଆଇଜିଆର୍‌ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ନେଇ ପୂର୍ବରୁ ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଆପତ୍ତି ଉଠାଯାଇଥିଲା। ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା ସାର୍ଟିଫିକେଟ ଓ ଅକୁପାନ୍ସି ସାର୍ଟିଫିକେଟ ହାସଲକୁ ନେଇ ଏହି ବିଜ୍ଞପ୍ତିରେ ଦ୍ୱନ୍ଦ୍ବ ରହିଛି ବୋଲି ଅଭିଯୋଗ ହୋଇଥିଲା। ତେବେ, ଆପାର୍ଟମେଣ୍ଟ ସଂପୂର୍ଣ୍ଣ ହେବା କେଉଁ ଅର୍ଥରେ ବିବେଚନା କରାଯିବ, ସେ ନେଇ ଏକ ସପ୍ତାହ ଭିତରେ ଆଇଜିଆର ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୨୭ର ନିର୍ଦ୍ଦେଶ ଅନୁସାରେ ଏହି ପ୍ରସଙ୍ଗରେ ଆଇଜିଆର ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଥିଲେ। ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ।