Advertisment

heli taxi service: ଖୁବ୍‌ଶୀଘ୍ର ଭୁବନେଶ୍ବର-ବାରିପଦା ହେଲି ଟ୍ୟାକ୍ସି ସେବା: ପରୀକ୍ଷାମୂଳକ ଅବତରଣ ସଫଳ

Advertisment

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱର ଓ ବାରିପଦା ମଧ୍ୟରେ ହେଲି ଟ୍ୟାକ୍ସି ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ହେଲିକପ୍ଟର୍‌ର ପରୀକ୍ଷାମୂଳକ ଅବତରଣ (ଟ୍ରାଏଲ୍‌ ଲ୍ୟାଣ୍ଡିଂ) ସ୍ଥାନୀୟ ପୁଲିସ ପଡ଼ିଆ ହେଲିପ୍ୟାଡ୍‌ରେ ସଫଳତାର ସହ ହୋଇଛି।

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱର ଓ ବାରିପଦା ମଧ୍ୟରେ ହେଲି ଟ୍ୟାକ୍ସି ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ହେଲିକପ୍ଟର୍‌ର ପରୀକ୍ଷାମୂଳକ ଅବତରଣ (ଟ୍ରାଏଲ୍‌ ଲ୍ୟାଣ୍ଡିଂ) ସ୍ଥାନୀୟ ପୁଲିସ ପଡ଼ିଆ ହେଲିପ୍ୟାଡ୍‌ରେ ସଫଳତାର ସହ ହୋଇଛି।

heli taxi

ବାରିପଦା: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱର ଓ ବାରିପଦା ମଧ୍ୟରେ ହେଲି ଟ୍ୟାକ୍ସି ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ହେଲିକପ୍ଟର୍‌ର ପରୀକ୍ଷାମୂଳକ ଅବତରଣ (ଟ୍ରାଏଲ୍‌ ଲ୍ୟାଣ୍ଡିଂ) ସ୍ଥାନୀୟ ପୁଲିସ ପଡ଼ିଆ ହେଲିପ୍ୟାଡ୍‌ରେ ସଫଳତାର ସହ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପବନହଂସ ଲିମିଟେଡ୍ (ପିଏଚ୍‌ଏଲ୍‌) ମଧ୍ୟରେ ବୁଝାମଣାକ୍ରମେ ଯାତ୍ରୀଙ୍କୁ ହେଲି ଟ୍ୟାକ୍ସି ସେବା ମିଳିବାକୁ ଥିବା ବେଳେ ଏଥିପାଇଁ ‘ବେଲ୍‌ ୨୦୬ ଭିଟି ପିଏଚ୍‌ଇ’ ସିଙ୍ଗଲ୍ ଇଞ୍ଜିନ୍‌ ବିଶିଷ୍ଟ ହେଲିକପ୍ଟର୍‌ ବ୍ୟବହାର ହେବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଯାତ୍ରୀମାନେ ହେଲି ଟ୍ୟାକ୍ସି ସେବା ପାଇପାରିବେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି ସୂଚନା ଦେଇଛନ୍ତି। ଆଜି ହେଲିକପ୍ଟର୍‌ର ପରୀକ୍ଷାମୂଳକ ଅବତରଣ ବେଳେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ

ଅନ୍ୟପଟେ ହେଲିକପ୍ଟର୍‌ର ସଫଳ ଅବତରଣ ପରେ ପର୍ଯ୍ୟଟନ ବିଭାଗ ଓ ପିଏଚ୍‌ଏଲ୍‌ର ଅଧିକାରୀମାନେ ମୟୂରଭଞ୍ଜ ପ୍ରଶାସନ ସହ ଆଲୋଚନା କରିଛନ୍ତି। ହେଲି ଟ୍ୟାକ୍ସି ସେବା କିପରି ପରିଚାଳିତ ହେବ, ସେନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖ ଥାଉକି, ହେଲି ଟ୍ୟାକ୍ସି ସେବା ଦ୍ୱାରା ଭୁବନେଶ୍ୱରରୁ ବାରିପଦା ଯାତ୍ରା ଲୋକଙ୍କ ପାଇଁ ଅତ୍ୟନ୍ତ ସହଜ ଏବଂ ଅଳ୍ପ ସମୟ ମଧ୍ୟରେ ହୋଇପାରିବ। ଏହା ଦ୍ବାରା ଜିଲ୍ଲାରେ ପର୍ଯ୍ୟଟନ ବିକାଶ ସହ ଜରୁରିକାଳୀନ ପରିବହନ କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ ହେବ। ଏଥିସହ ଶିମିଳିପାଳ ସମେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ।

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe