Advertisment

BJD roars: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଜେଡି

Advertisment

ପ୍ରଦୂଷଣ ସାର୍ଟିଫିକେଟ୍‌ ନାହିଁ ତ ପେଟ୍ରୋଲ୍‌ ମିଳିବ ନାହିଁ ଏବଂ ପୁରୁଣା ଫାଇନ୍‌ ପୈଠ ନହେବା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ରାଜ୍ୟ....

ପ୍ରଦୂଷଣ ସାର୍ଟିଫିକେଟ୍‌ ନାହିଁ ତ ପେଟ୍ରୋଲ୍‌ ମିଳିବ ନାହିଁ ଏବଂ ପୁରୁଣା ଫାଇନ୍‌ ପୈଠ ନହେବା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ରାଜ୍ୟ....

Untitled-8

ଭୁବନେଶ୍ବର: ପ୍ରଦୂଷଣ ସାର୍ଟିଫିକେଟ୍‌ ନାହିଁ ତ ପେଟ୍ରୋଲ୍‌ ମିଳିବ ନାହିଁ ଏବଂ ପୁରୁଣା ଫାଇନ୍‌ ପୈଠ ନହେବା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ରାଜ୍ୟ ସରକାରଙ୍କ ଏଭଳି ନିୟମ ଲାଗୁକୁ ନେଇ ଯୁବ ଓ ଛାତ୍ର ବିଜେଡି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ଆଜି ଯୁବ ଓ ଛାତ୍ର ବିଜେଡି ସମର୍ଥକ ଆର୍‌ଟିଓ-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି। ଏହି ନିୟମକୁ ତୁରନ୍ତ ପ୍ରତ୍ୟାହାର ନକଲେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

Tensions rise: ତୈଳବାହୀ ଜାହାଜ ଜବତ ମାମଲା, ଆମେରିକା ଓ ରୁଷ୍‌ ମଧ୍ୟରେ ଉତ୍ତେଜନା ବଢ଼ିଲା

 
  ଗୁରୁବାର ପାଖାପାଖି ସାଢ଼େ ୧୦ଟା ସମୟରେ ବିଜୁ ଯୁବ ଜନତା ଦଳର ସଭାପତି  ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଶହଶହ ଯୁବ ଓ ଛାତ୍ର ବିଜେଡି ସମର୍ଥକ ଆର୍‌ଟିଓ-୧ ନିକଟରେ ଏକାଠି ହୋଇଥିଲେ। ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ପ୍ରଦୂଷଣ ସାର୍ଟିଫିକେଟ୍‌କୁ ନେଇ ଲାଗୁ ନିୟମକୁ ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରିଥିଲେ। ଯୁବ ସଭାପତି ଚିନ୍ମୟ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡ଼ିରେ ଛିଡ଼ା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି। ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ମହିଳାଙ୍କୁ ଧାଡ଼ିରେ ଛିଡ଼ା କଲେ। ରାସନ ପାଇବା ପାଇଁ ବି ଲୋକଙ୍କୁ ଲମ୍ବା ଧାଡ଼ିରେ ଛିଡ଼ାହେବାକୁ ପଡ଼ିଲା। ମଣ୍ଡିରେ ଧାନ ଦେବା ପାଇଁ ଆଜି ଚା‌ଷୀ ରାଜରାସ୍ତାରେ ଛିଡ଼ା ହୋଇଛନ୍ତି। ଏବେ ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ଲୋକଙ୍କୁ ରାଜରାସ୍ତାରେ ଛିଡ଼ା ହେବାକୁପଡୁଛି।

Supreme Court: କୁକୁରପ୍ରେମୀଙ୍କୁ କହିଲେ ସୁପ୍ରିମ୍‌କୋର୍ଟ, କୁକୁରମାନେ ଡରୁଥିବା ଲୋକଙ୍କୁ ଚିହ୍ନିପାରନ୍ତି


ଛାତ୍ର ସଭାନେତ୍ରୀ ଇପ୍ସିତା କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପ୍ରଦୂଷଣ ସାର୍ଟିଫିକେଟ୍‌ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ। ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରତିବାଦ ସଭାପରେ ଲୋକଙ୍କୁ ପ୍ରଦୂଷଣମୁକ୍ତ ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଚାରା ବଣ୍ଟନ କରାଯାଇଥିଲା। ଏହାପରେ ଏକ ପ୍ରତିନିଧିମଣ୍ଡଳୀ ଆର୍‌ଟିଓଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେକ୍‌ ଅମିର୍ ମହମ୍ମଦ, ପ୍ରଶାନ୍ତ ପଣ୍ଡା, ଅମରଜିତ ସେନାପତି, ସୋଫିଆ ଆଲମ୍, ଶୁଭ୍ରାଂଶୁ ମିଶ୍ର, ଦୀପକ ମହାପାତ୍ର, ଶୁଭ୍ରଜିତ୍ ପାଢ଼ୀ, ସ୍ମୃତିରଞ୍ଜନ ପଟ୍ଟନାୟକ, ଦୀପକ ଜେନା, ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe