Advertisment

Body of missing: ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ ଶବ

Advertisment

ଗତ ୧୮ ତାରିଖରୁ ନିଖୋଜ ଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡ଼ାର ପ୍ରକାଶ ମହାନ୍ତି (୩୮)ଙ୍କ ଗଳିତ ମୃତଦେହ ରବିବାର ମାଟିତଳୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରିବା ପରେ...

ଗତ ୧୮ ତାରିଖରୁ ନିଖୋଜ ଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡ଼ାର ପ୍ରକାଶ ମହାନ୍ତି (୩୮)ଙ୍କ ଗଳିତ ମୃତଦେହ ରବିବାର ମାଟିତଳୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରିବା ପରେ...

Untitled-18

ବିନିକା: ଗତ ୧୮ ତାରିଖରୁ ନିଖୋଜ ଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡ଼ାର ପ୍ରକାଶ ମହାନ୍ତି (୩୮)ଙ୍କ ଗଳିତ ମୃତଦେହ ରବିବାର ମାଟିତଳୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରିବା ପରେ ଗାତଖୋଳି ପୋତି ଦିଆଯାଇଥିଲା।

Bangladesh: ଭାରତ ବିରୋଧରେ ବିଭ୍ରାନ୍ତି ବଢ଼ାଉଛି ବାଂଲାଦେଶ


ସୂଚନା ଅନୁସାରେ, ଗତ ୧୮ ତାରିଖ ସନ୍ଧ୍ୟାରେ ଏକ ଅଟୋ‌ ଯୋଗେ ପ୍ରକାଶ ଘରକୁ ଆସି ପରିବାର ଲୋକଙ୍କୁ କିଛି ହାତଖର୍ଚ୍ଚ ଦେଇଥିଲେ। ଏହା ପରେ ସେ କାମକୁ ଯାଉଥିବା କହି ବାହାରି ଯାଇଥିଲେ। ହେଲେ ତା’ ପରଠୁ ଆଉ ଫେରି ନଥିଲେ। ଏ ସଂପର୍କରେ ଗତ ୨୩ ତାରିଖରେ ତାଙ୍କ ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସନ୍ଦେହରେ ଶନିବାର ଗୁଲାପଡ଼ାର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେମାନଙ୍କ ମଧ୍ୟରୁ ଶେଖର ପଧାନ ଓରଫ୍‌ ରିଙ୍ଗ୍‌ଟ, ପ୍ରକାଶଙ୍କୁ ହତ୍ୟା କରି ବିନିକା ଥାନା ଅନ୍ତର୍ଗତ କୁଲେରଯୋର ପାଖରେ ଥିବା ଏକ ବିଲରେ ପୋତି ଦେଇଥିବା ପୁଲିସ ଆଗରେ ସ୍ବୀକାର କରିବା ସହ ଘଟଣାସ୍ଥଳ ଦେଖାଇଥିଲା। ରବିବାର ସକାଳେ ଘଟଣାସ୍ଥଳରୁ ପୁଲିସ ପ୍ରକାଶଙ୍କ ଶବ ଉଦ୍ଧାର କରିଥିଲା। ମୃତଦେହକୁ ପରିବାର ଲୋକ ଚିହ୍ନଟ କରିବା ପରେ ବିନିକା ଡାକ୍ତରଖାନାରେ ରଖାଯାଇଛି। ସୋମବାର ବ୍ୟବଚ୍ଛେଦ କରାଯିବ ବୋଲି ବିନିକା ଥାନା ଏସ୍‌ଆଇ ପ୍ରସନ୍‌ଜିତ ବେହେରା ପ୍ରକାଶ କରିଛନ୍ତି। ମାଟିତଳୁ ଶବ ଉଦ୍ଧାର ସମୟରେ ସୋନପୁର ଏସ୍‌ଡିପିଓ ପ୍ରତାପ ତ୍ରିପାଠୀ, ବିନିକା ଥାନା ଆଇଆଇସି ସତ୍ୟନାରାୟଣ ପ୍ରଧାନ, ମୃତ ପ୍ରକାଶଙ୍କ ପରିବାର ଲୋକ ଉପସ୍ଥିତ ଥିଲେ।

Pakistan: ଅପରେସନ୍ ‘ସିନ୍ଦୂର’ ସମୟରେ ଥରୁଥିଲା ପାକିସ୍ତାନ,ବଙ୍କରରେ ରହିବାକୁ କୁହାଯାଇଥିଲା

 ଏ ନେଇ ବିନିକା ଥାନା ନଂ ୨୭୩/୨୮-୧୨ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପ୍ରକାଶଙ୍କ ପତ୍ନୀ ବନିତାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀଙ୍କୁ ଜଣେ ବ୍ୟକ୍ତି ଏକ ବିବାଦୀୟ ଜମିର ଟଙ୍କା ଅସୁଲ କରାଇଦେଲେ ୫ ଲକ୍ଷ ଟଙ୍କା ଓ ଏକ ପଲ୍‌ସର ବାଇକ ଦେବାକୁ ସର୍ତ୍ତ ରଖିଥିଲେ। ଜମିର ମୂଲ୍ୟ ପ୍ରକାଶ ଅସୁଲ କରାଇ ଦେଲେ। କିନ୍ତୁ ଉକ୍ତ ବ୍ୟକ୍ତି ସର୍ତ୍ତ ମୁତାବକ ପ୍ରକାଶଙ୍କୁ ଟଙ୍କା କିମ୍ବା ବାଇକ୍‌ ଦେଲେ ନାହିଁ। ପ୍ରକାଶ ଟଙ୍କା ମାଗିବାରୁ ଉକ୍ତ ବ୍ୟକ୍ତି ଷଡ୍‌ଯନ୍ତ୍ର କରି ତାଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିବା ବନିତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe