Advertisment

Darkness in 139 villages: ୧୩୯ ଗାଁକୁ ଡରାଉଛି ଅନ୍ଧାର

Advertisment

ପଛୁଆ ଜିଲ୍ଲାରେ ରାଜୁତି କରୁଛି ଅନ୍ଧାର। ବିଦ୍ୟୁତ୍‌ କ’ଣ ଜାଣିନାହାନ୍ତି ପାଖାପାଖି ୫ହଜାର ପରିବାର। ଡିବିରି ଜାଳିବା ପାଇଁ କିରାସିନି ମିଳୁନଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଭୁଲି ଯାଇଛି ପ୍ରଶାସନ।

ପଛୁଆ ଜିଲ୍ଲାରେ ରାଜୁତି କରୁଛି ଅନ୍ଧାର। ବିଦ୍ୟୁତ୍‌ କ’ଣ ଜାଣିନାହାନ୍ତି ପାଖାପାଖି ୫ହଜାର ପରିବାର। ଡିବିରି ଜାଳିବା ପାଇଁ କିରାସିନି ମିଳୁନଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଭୁଲି ଯାଇଛି ପ୍ରଶାସନ।

daddgagdazvc

ମାଲକାନଗିରି: ପଛୁଆ ଜିଲ୍ଲାରେ ରାଜୁତି କରୁଛି ଅନ୍ଧାର। ବିଦ୍ୟୁତ୍‌ କ’ଣ ଜାଣିନାହାନ୍ତି ପାଖାପାଖି ୫ହଜାର ପରିବାର। ଡିବିରି ଜାଳିବା ପାଇଁ କିରାସିନି ମିଳୁନଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଭୁଲି ଯାଇଛି ପ୍ରଶାସନ। ରାତିରେ ଜରୁରି କାମ ପଡ଼ିଲେ ମଧ୍ୟ ଘରେ ବନ୍ଦୀ ଭଳି ରହିବାକୁ ବାଧ୍ୟ ହେଉଛନ୍ତି ୩୦ହଜାରରୁ ୪୦ହଜାର ଲୋକ। ସରକାରୀ ସର୍ଭେ ଅନୁସାରେ ମାଲକାନଗିରି ଜିଲ୍ଲାରେ ୧୩୯ ଗାଁରେ ଏଯାଏଁ ପହଞ୍ଚି ପାରୁନାହିଁ ବିଦ୍ୟୁତ୍‌। ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୬୭ ଗାଁରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ବର୍ଷ ବର୍ଷ ଧରି ଅନ୍ଧାରରେ ରହିଛନ୍ତି ଏହିସବୁ ଗାଁର ଲୋକ। ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କାହାର ଧ୍ୟାନ ନଥିଲା ଭଳି ଲାଗୁଛି। ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗାଁକୁ ଏହାର ଉଦାହରଣ ରୂପେ ନିଆଯାଇପାରେ।

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

ଯଦିଓ ନୂଆପଡ଼ା ଗାଁ ସ୍ବାଭିମାନ ଅଞ୍ଚଳରେ ରହିଛି। କିନ୍ତୁ ଉପାନ୍ତ ଗାଁ ନୁହେଁ। ଗାଁକୁ ପକ୍କା ରାସ୍ତା ରହିଥିଲେ ସୁଦ୍ଧା ବିଦ୍ୟୁତ୍‌ ପହଞ୍ଚି ନାହିଁ। ପ୍ରାୟ ୧୦ବର୍ଷ ତଳେ ବିଦ୍ୟୁତ୍‌ ବିଭାଗ ଏହି ଗାଁରେ ଖୁଣ୍ଟ ପୋତିଥିଲା। ଏହାପରେ ତାର ଟାଣିବାକୁ ଭୁଲିଯାଇଛି। ତେଣୁ ସଂଧ୍ୟା ହେଲେ ଗାଁରେ ଭୟ ସଂଚାର ହେଉଛି। ଡିବିରି ଜାଳିବାକୁ କିରାସିନି ମଧ୍ୟ ଉପଲବ୍ଧ ହେଉନି। ତେଣୁ ସଂଧ୍ୟା ପୂର୍ବରୁ ସବୁ କାମ ସାରି ଲୋକେ ଘରକୁ ଚାଲି ଆସୁଛନ୍ତି। କାଠ ଜାଳି ରୋଷେଇ କରି ଖିଆପିଆ କରୁଛନ୍ତି। ଅନ୍ଧାର ଯୋଗୁଁ ପିଲାଙ୍କ ପାଠପଢ଼ା ବନ୍ଦ।

BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା

ଅଳ୍ପ କିଛି ଘରେ ଛୋଟ ସୋଲାର ଲାଇଟ୍‌ କିମ୍ବା ବ୍ୟାଟେରି ଅଛି। ଯାହା ଦୁଇରୁ ତିନି ଘଣ୍ଟା ହିଁ ବ୍ୟବହାର ହୋଇପାରୁଛି। ବର୍ଷା ଦିନେ ସୋଲାର ଲାଇଟ୍‌ ଆଦୌ ଚାର୍ଜ ହୋଇପାରୁନି। ବିଦ୍ୟୁତ୍‌ ସଂଯୋଗ ପାଇଁ ବାରମ୍ବାର ଜଣାଇବା ପରେ କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଗୋଟିଏ ବି ଗାଁ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ ହେବେ ନାହିଁ ବୋଲି ସରକାରୀ ନାରା ଦିଆଯାଉଛି। ତଥାପି ଏତେ ସଂଖ୍ୟାରେ ଗାଁକୁ କେମିତି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ୍‌ ନଥିବା ଗାଁ ଗୁଡ଼ିକର ସର୍ଭେ ହୋଇଛି। କିଛି ଗାଁ ଘାଟି ଉପରେ ରହିଛି। ଅତିଶୀଘ୍ର ବିଦ୍ୟୁତ୍‌ ଯୋଗାଇଦେବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ କାମ ଆରମ୍ଭ ହେବ ବୋଲି ବିଦ୍ୟୁତ୍‌ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe