Deendayalji's Ektaatmanabvad: ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍‌ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ୍‌: ମୁଖ୍ୟମନ୍ତ୍ରୀ

Advertisment

ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୮ତମ ପୂଣ୍ୟତିଥିକୁ ବିଜେପି ପକ୍ଷରୁ ସମର୍ପଣ ଦିବସ........

ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୮ତମ ପୂଣ୍ୟତିଥିକୁ ବିଜେପି ପକ୍ଷରୁ ସମର୍ପଣ ଦିବସ........

Untitled-1

ଭୁବନେଶ୍ୱର:ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୮ତମ ପୂଣ୍ୟତିଥିକୁ ବିଜେପି ପକ୍ଷରୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଆର୍ଥିକ ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ କାର୍ଯ୍ୟ କରୁଥିଲେ। ଗରିବ କଲ୍ୟାଣ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର। ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍‌ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ ଅଟେ। ଅନ୍ତ୍ୟୋଦୟ ଦର୍ଶନର ପରିକଳ୍ପନା ଓ ପ୍ରଣୟନ ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା।

Instagram and YouTube addicting: ଶିଶୁଙ୍କୁ ନିଶାରେ ପକାଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌?

 
ଦୀନଦୟାଲଙ୍କ ଆଦର୍ଶ ଏବଂ ଅ‌ନ୍ତ୍ୟୋଦୟ ପରିକଳ୍ପନାକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳର ବିକାଶକୁ ପ୍ରାଧାନ୍ୟ, ବାସହୀନଙ୍କୁ ପକ୍କାଘର, ସମସ୍ତଙ୍କୁ ଶସ୍ତା ବିଜୁଳି ଓ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ଘରେ ପାଇଖାନା ଓ ରୋଷେଇ ଗ୍ୟାସ ଯୋଗାଣ, ଜାତୀୟ ଜୀବିକା ମିସନରେ ସମସ୍ତଙ୍କୁ କାମ ଓ ରୋଜଗାର, ମହିଳା ସଶକ୍ତୀକରଣ ଆଦି ଗରୀବକଲ୍ୟାଣ କାର୍ଯ୍ୟର ସଫଳ ରୂପାୟନ କରିବା ପଛରେ ପଣ୍ଡିତ ଦୀନଦୟାଲଜୀଙ୍କ ଦର୍ଶନ ଶାସ୍ତ୍ର ହିଁ ମୂଳ ଆଧାର। ସମାଜର ଅବହେଳିତ ବ୍ୟକ୍ତିଙ୍କ ପ୍ରତି ଦୀନଦୟାଲଜୀଙ୍କ ସଂକଳ୍ପବଦ୍ଧତାକୁ ସ୍ମରଣ କରିବା ହେଉଛି ସମର୍ପଣ ଦିବସର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଦେଶରେ ମୂଲ୍ୟଭିତ୍ତିକ ରାଜନୀତିର ସ୍ରଷ୍ଟା ଥିଲେ ଦୀନଦୟାଲଜୀ।

JICA to provide: ତୃତୀୟ ପର୍ଯ୍ୟାୟ ସହଯୋଗ କରିବ ‘ଜାଇକା’

ଦୀନଦୟାଲଜୀ ଜାତୀୟତାବାଦ, ଦେଶଭକ୍ତି ଏବଂ ଶୃଙ୍ଖଳିତ ଆତ୍ମୀୟତା ଦୃଢ଼ତାର ଜଣେ ପ୍ରତୀକ ଥିଲେ। ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଦର୍ଶନକୁ ସଫଳ ରୂପେ କ୍ରିୟାନ୍ୱୟନ କରିବା ପାଇଁ ଏବେ ବିଜେପିର ୨୦ଟି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲାଗିଛନ୍ତି।  ସମର୍ପଣ ଦିବସ ପାଳନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଅଶୋକ ମିଶ୍ର ସାଂସ୍କୃତିକ ରାଷ୍ଟ୍ରବାଦ, ଅନ୍ତ୍ୟୋଦୟ, ପରିଷ୍କୃତ ଗଣତନ୍ତ୍ର ଓ ଦୀନଦୟାଲଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe