ବାରିପଦା/କଳାବାଡ଼ିଆ: ମୁହଁରେ ବୋମା ବିସ୍ଫୋରଣ ଯୋଗୁ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମାଈହାତୀର ମୃତ୍ୟୁ ଘଟିଛି। ହାତୀ ମୁହଁରେ ଗଭୀର କ୍ଷତ ସହ ଜିଭ ଛିଡ଼ିଯାଇଥିଲା। ଫଳରେ ସେ କିଛି ଖାଇପିଇ ନପାରି ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ଶେଷରେ ହାତୀଟି ଆଖିବୁଜିଛି।
Eye twitching: ଆଖି ଡେଇଁବା- ଅଶୁଭ ନା ସ୍ବାସ୍ଥ୍ୟ ସମସ୍ୟା?
Assam: ଆସାମର ପଶ୍ଚିମ କାର୍ବି ଆଙ୍ଗଲାଙ୍ଗ ଜିଲ୍ଲା ଅଶାନ୍ତ
ସୂଚନା ଅନୁସାରେ, ୨ ସପ୍ତାହ ତଳେ ବେତନଟୀ ରେଞ୍ଜ ଦେଇ ୨୭ଟି ହାତୀ ବାଲେଶ୍ବରର ନୀଳଗିରି ରେଞ୍ଜକୁ ଯାଇଥିଲେ। ୧୧ ତାରିଖ ଦିନ ହାତୀପଲ ସେଠାରୁ ଫେରିଥିବା ବେଳେ ୨ଟି ହାତୀ ବେତନଟୀ ରେଞ୍ଜ ଚୁଆପଦା ଜଙ୍ଗଲରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ୭/୮ ବର୍ଷର ଗୋଟିଏ ମାଈହାତୀର ମୁହଁରେ ଗଭୀର କ୍ଷତ ହୋଇଥିବା ଏବଂ ଜିଭ ଛିଡ଼ିଯାଇଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବିସ୍ଫୋରକ ଭର୍ତ୍ତି ପରିବା କିମ୍ବା ଫଳ ଖାଇଦେବାରୁ ତାହା ହାତୀର ମୁହଁରେ ଫାଟିଯାଇଥିଲା। ଗତ ୧୨ ତାରିଖ ଦିନ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି ହାତୀଟିକୁ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ୍ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ତାଳବନ୍ଧ ରେଞ୍ଜ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ହାତୀଟିର ଚିକିତ୍ସା ଚାଲିଥିଲା। ଶନିବାର ଆହତ ହାତୀର ମୃତ୍ୟୁ ଘଟିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ତେବେ ହାତୀମୃତ୍ୟୁ ଖବରକୁ ବନ ବିଭାଗ ଲୁଚାଇବା ନେଇ ପ୍ରଶ୍ନ ଉଠିଛି। ଡିଏଫ୍ଓ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି, ହାତୀଟିକୁ ବଞ୍ଚାଇବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରିଥିଲୁ। ଶେଷରେ ଶନିବାର ଆଖିବୁଜିଲା। ଏବେ ଆମେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛୁ।
Follow Us