Student: ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇଲେ

ବିଦ୍ୟାଳୟ ହଷ୍ଟେଲ୍‌ରେ ରହୁଥିବା ଜଣେ ନାବାଳକ ଛାତ୍ରଙ୍କ ହାତଗୋଡ଼ରେ ବେଡ଼ି ପକାଇଦେଲେ କର୍ତ୍ତୃପକ୍ଷ। ତାଙ୍କୁ ଚେନ୍‌ରେ ବାନ୍ଧି କୋଠରି ଭିତରେ ବନ୍ଦ କରିଦେଲେ। ବାଲେଶ୍ବର ଜିଲ୍ଲା...

Untitled-23

ନୀଳଗିରି: ବିଦ୍ୟାଳୟ ହଷ୍ଟେଲ୍‌ରେ ରହୁଥିବା ଜଣେ ନାବାଳକ ଛାତ୍ରଙ୍କ ହାତଗୋଡ଼ରେ ବେଡ଼ି ପକାଇଦେଲେ କର୍ତ୍ତୃପକ୍ଷ। ତାଙ୍କୁ ଚେନ୍‌ରେ ବାନ୍ଧି କୋଠରି ଭିତରେ ବନ୍ଦ କରିଦେଲେ। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର ଏକ ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ଏହି ଘଟଣା ଜଣାପଡ଼ିବା ପରେ କର୍ତ୍ତୃପକ୍ଷଙ୍କ ଅଡ଼ୁଆ ବଢ଼ିଥିବା ବେଳେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ ନୀଳଗିରି ବ୍ଲକ୍‌ ବେଗୁନିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ିବା ସହ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ରହୁଥିଲେ। ତେବେ ସେ ଦୁଷ୍ଟାମୀ କରୁଥିବା ଅଭିଯୋଗରେ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କୁଆଡ଼େ ଛାତ୍ରଙ୍କ ହାତ ଓ ଗୋଡ଼କୁ ଲୁହା ଚେନ୍‌ରେ ବେଡ଼ି ପକାଇ ହଷ୍ଟେଲ ବେଡ୍‌ରେ ବାନ୍ଧି ଦେଇଥିଲେ। ଏହାପରେ କୋଠରିରେ ତାଲା ମାରି ଦେଇଥିଲେ। ଉକ୍ତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଏହାର ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲେ।
ଏହି ଘଟଣା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ଘଟଣାର ଯାଞ୍ଚ ପାଇଁ ବାଲେଶ୍ବର ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ନୀଳଗିରି ଉପଜିଲ୍ଲାପାଳଙ୍କୁ କହିଥିଲେ। ଆଜି ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। 

ସମ୍ପର୍କରେ ବେଗୁନିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ବୁଗୁଡ଼ାଇ କହିଛନ୍ତି, ‘ମୁଁ ଆଜି ସଜନାଗଡ଼ଠାରେ ଚାଲିଥିବା ଭିନ୍ନକ୍ଷମ ମେଳାକୁ ଯାଇଥିଲି। ଏହି ଘଟଣା ବେଳେ ସ୍କୁଲରେ ନଥିଲି। ତେବେ ଉକ୍ତ ଛାତ୍ର ଜଣକ ପ୍ରାୟ ସମୟରେ ହଷ୍ଟେଲ୍‌ରୁ ଲୁଚି ଘରକୁ ପଳାଉଥିବାରୁ ତାଙ୍କ ବାପା ହିଁ ପିଲାଟିକୁ ଆଣି ହଷ୍ଟେଲ୍‌ ବେଡ୍‌ରେ ବାନ୍ଧି ଦେଇଥିଲେ। ଏଥିରେ ଆମର କିଛି ଭୂମିକା ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe