Elephant: ମୃତ ହାତୀ ହାଡ଼ରୁ ନକଲି ଦାନ୍ତ ପ୍ରସ୍ତୁତ ଘଟଣା: ଆଉ ୩ ଶିକାରୀ ଗିରଫ, ୩ କଳଦାନ୍ତ ଜବତ

Advertisment

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଜଙ୍ଗଲରେ ପୋତାଯାଇଥିବା ମୃତ ହାତୀର ହାଡ଼ ସଂଗ୍ରହ କରି ସେଥିରୁ ନକଲି ହାତୀଦାନ୍ତ ପ୍ରସ୍ତୁତ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଜଙ୍ଗଲରେ ପୋତାଯାଇଥିବା ମୃତ ହାତୀର ହାଡ଼ ସଂଗ୍ରହ କରି ସେଥିରୁ ନକଲି ହାତୀଦାନ୍ତ ପ୍ରସ୍ତୁତ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।

ddhgadhxxvvnx

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଜଙ୍ଗଲରେ ପୋତାଯାଇଥିବା ମୃତ ହାତୀର ହାଡ଼ ସଂଗ୍ରହ କରି ସେଥିରୁ ନକଲି ହାତୀଦାନ୍ତ ପ୍ରସ୍ତୁତ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ। ଏହି ରୢାକେଟ୍‌ରେ ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଆଜି ଧରାପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ହାତୀର ୩ଟି କଳଦାନ୍ତ ଜବତ କରାଯାଇଛି, ଯାହାର ଓଜନ ପ୍ରାୟ ୧୫ କେଜି ହେବ। ଗିରଫ ୩ ଅଭିଯୁକ୍ତଙ୍କ ଘର କୁଲଡ଼ିହା-ସୋର ରେଞ୍ଜ ଅଧୀନ ମଙ୍ଗଳପୁର ଅଞ୍ଚଳରେ। ତଦନ୍ତ ଚାଲିଥିବାରୁ ସେମାନଙ୍କ ନାମ ଗୋପନ ରଖାଯାଇଥିବା ବାଲେଶ୍ୱର ଏସିଏଫ୍‌ ଦିଗନ୍ତ ଶୋଭନ ଚାନ୍ଦ କହିଛନ୍ତି। ହାତୀଦାନ୍ତ ତସ୍କରୀ ଚଢ଼ଉ ଜାରି ରହିଛି ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଛଦ୍ମବେଶରେ ଯାଇ ମାଡ଼ିବସିଲେ ବନ ଅଧିକାରୀ
ଗିରଫଦାରୀ ୨୫କୁ ବୃଦ୍ଧି, ଆହୁରି ଅନେକଙ୍କ ସମ୍ପୃକ୍ତି

ସୂଚନା ଅନୁଯାୟୀ; ଆଜି ଭୋର ସମୟରେ କୁଲଡ଼ିହା ବନ ଅଧିକାରୀମାନେ ହାତୀଦାନ୍ତ କିଣିବାର ଅଭିନୟ କରି ବେପାରୀ ବେଶରେ ମଧ୍ୟସ୍ଥ ପାଖକୁ ଯାଇଥିଲେ। ମଧ୍ୟସ୍ଥ ଦୁଇ ହାତୀ ଦାନ୍ତ ବେପାରୀଙ୍କ ପାଖକୁ ନେଇ ପହଞ୍ଚାଇବା ପରେ ଦାନ୍ତର ରେଟ୍‌ ଡିଲ୍‌ ହୋଇଥିଲା। ପରେ ଟଙ୍କା ନେଣଦେଣ ବେଳେ ବନ ବିଭାଗର ଅଧିକାରୀମାନେ ୩ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ। ଚଢ଼ଉରେ ଏସିଏଫ୍‌ ଦିଗନ୍ତ ଶୋଭନ ଚାନ୍ଦ, କୁଲଡ଼ିହା ଭାରପ୍ରାପ୍ତ ରେଞ୍ଜର ସୁବ୍ରତ କୁମାର ବେହେରା, ସୋର ରେଞ୍ଜର ହରିହର ମାଝୀ ପ୍ରମୁଖ ସାମିଲ ଥିଲେ।

SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe